ସମ୍ବଲପୁର: ଭିନ୍ନକ୍ଷମଙ୍କୁ ସକ୍ଷମ କରିବାକୁ ସମ୍ବଲପୁର ମାରୱାଡି ଯୁବ ମଞ୍ଚର ଅଭିନବ ପ୍ରୟାସ । ଯେଉଁ ଲୋକ ମାନେ ଦୁର୍ଘଟଣା କିମ୍ବା କୌଣସି କାରଣ ବଶତଃ ନିଜର ଗୋଡ ହାତ ହରାଇଥିବେ ,ସେମାନେ ମାତ୍ର 3 ଦିନରେ କୃତ୍ରିମ ଗୋଡ ଓ ହାତ ପାଇ ପାରିବେ। ଆଉ ତାହା ପୁଣି ମାଗଣାରେ । ଏମିତି ଏକ ମାଗଣା 3 ଦିନିଆ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ସମ୍ବଲପୁର ମରବାଡି ଯୁବା ମଞ୍ଚର ନବ ଚେତନା ଶାଖା ଓ ଉଦୟ ଷ୍ଟାର ପକ୍ଷରୁ ଅନୁଷ୍ଠିତ ହୋଇଛି ଯେଉଁଠି ଯେକୌଣସି ଲୋକ ଆସି ମାଗଣାରେ କୃତ୍ରିମ ଅଙ୍ଗ ଯଥା ଗୋଡ ଓ ହାତ ପାଇ ପାରିବ।
ଭିନ୍ନକ୍ଷମଙ୍କୁ ସକ୍ଷମ ତଥା ସ୍ୱାବଲମ୍ବୀ କରିବାକୁ ସମ୍ବଲପୁର ମାରୱାଡି ଯୁବା ମଞ୍ଚର ଅଭିନବ ପ୍ରୟାସ । ଆଜିଠୁ ସମ୍ବଲପୁରର କ୍ଷେତରାଜପୁରସ୍ଥିତ ଅଗ୍ରସେନ ଭବନରେ ଆରମ୍ଭ ହୋଇଛି ମାଗଣା ଅଙ୍ଗ ପ୍ରତିରୋପଣ ଶିବିର । ଏହା 3 ଦିନ ଧରି ଚାଲି ବ। ଏଠାରେ ଯେକୌଣସି ବ୍ୟକ୍ତି ଯିଏ ନିଜର ଗୋଡ ହାତ ହରାଇଥିବେ ସେମାନେ ଆସି କୃତ୍ରିମ ଅଙ୍ଗ ମାତ୍ର 3 ଦିନରେ ପାଇ ପାରିବେ। ଏଥିପାଇଁ ସେମାନଙ୍କୁ ଟଙ୍କାଟିଏ ବି ଦେବାକୁ ପଡିବନି। ଏହାସହ ସେମାନଙ୍କର ରହିବା, ଖାଇବା, ପିଇବା ସବୁ ମାରୱାଡି ଯୁବା ମଞ୍ଚ ବହନ କରିବ। ଏଥିପାଇଁ ଆଜି ସମ୍ବଲପୁରରେ ଅନୁଷ୍ଠିତ ଏହି ଶିବିରରେ କେବଳ ଓଡିଶା ନୁହେଁ ଓଡିଶା ବାହାରର ଭିନ୍ନକ୍ଷମ ବ୍ୟକ୍ତି ପହଞ୍ଚିଥଲେ। ସମସ୍ତେ ଆସିଛନ୍ତି କୃତ୍ରିମ ଅଙ୍ଗ ପାଇଁ ଭିନ୍ନକ୍ଷମରୁ ସକ୍ଷମ ହେବେ ବୋଲି । କେତେକ ଲୋକ ଆର୍ଥିକ ସମସ୍ୟା ଯୋଗୁ କୃତ୍ରିମ ଅଙ୍ଗ ଲାଗାଇବାରେ ଅକ୍ଷମ ହେଉଥିବା ବେଳେ ସେମାନେ ମଧ୍ୟ ଏଠାକୁ ଆସିଛନ୍ତି ।
ପ୍ରଥମେ ଏଠାରେ ପଞ୍ଜିକରଣ କରାଯାଉଛି। ପରେ ଜୟପୁର ଓ ବାରଣାସୀରୁ ଆସିଥିବା ବିଶେଷଜ୍ଞ ସେମାନଙ୍କ ଅଙ୍ଗର ମାପ ନେଉଛନ୍ତି । ମାପ ନେବା ପରେ ସେମାନଙ୍କ ପାଇଁ କୃତ୍ରିମ ଅଙ୍ଗ ତିଆରି କରିବାର ପ୍ରକ୍ରିୟା ଆରମ୍ଭ ହେଉଛି । ଆଉ ମାତ୍ର 3 ଦିନରେ ଏହି ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରଖାଯାଇଛି । ଏହି ଶିବିର ପାଇଁ ସ୍ୱତନ୍ତ୍ର ଭାବେ ସିଲିଗୁଡିରୁ ବିଶେଷଜ୍ଞ ଟିମ ଆସିଛନ୍ତି । ଜୟପୁର ଷ୍ଟାଇଲରେ ସେମାନେ କୃତ୍ରିମ ଅଙ୍ଗ ତିଆରି କରୁଛନ୍ତି ବୋଲି ସୂଚନା ଦେଇଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର