ସମ୍ବଲପୁର: ସମଲେଶ୍ବେରୀ ମନ୍ଦିର ପରିଦର୍ଶନ କଲେ ଆର୍କିଟେକ୍ଟ ଟିମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଦ୍ଵିତୀୟ ଥର ପାଇଁ ଏକ ଆର୍କିଟେକ୍ଟ ଟିମ ଶୁକ୍ରବାର ସମଲେଶ୍ବେରୀ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିର ଓ ତାର ଆଖପାଖର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଣଣା କରିଥିଲେ ।
ଆର୍କିଟେକ୍ଟ ସ୍ବାତୀ ସାମଲଙ୍କ ନେତୃତ୍ବରେ ଆସିଥିବା ଏହି 4 ଜଣିଆ ଟିମ୍ ସମଲେଶ୍ବେରୀ ମନ୍ଦିର ପରିସର ସହ ମନ୍ଦିର ଚାରିପାଖରେ ଥିବା ବିଭିନ୍ନ ଅଞ୍ଚଳ ବୁଲି ବିଭିନ୍ନ ଫଟୋ ସଂଗ୍ରହ କରିଛନ୍ତି। ଏହାପରେ ଏହି ଟିମ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ। ପାଖାପାଖି 2 ଘଣ୍ଟା ଧରି ଏହି ଟିମ ମନ୍ଦିର ପରିଦର୍ଶନ କରି ଭୁବନେଶ୍ବରକୁ ଫେରିଥିବା ଜଣାପଡିଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ