ETV Bharat / state

ପୁଣି କୁହୁଳିଲା ରାଗିଂ ନିଆଁ; ଭିସୁଟ ପରେ ଭୀମସାର ଛାତ୍ରଙ୍କୁ ରାଗିଂ ! - ଡିସିପ୍ଲିନାରୀ କମିଟି

ଭୀମସାର ମେଡିକାଲ କଲେଜରେ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ଜଣେ ଚତୁର୍ଥ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ । ଦୁଇ ଛାତ୍ରଙ୍କ ବୟାନ ରେକର୍ଡ ପରେ ପ୍ରସଙ୍ଗକୁ ଡିସିପ୍ଲିନାରୀ କମିଟିକୁ ହସ୍ତାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 6, 2019, 6:24 PM IST

ସମ୍ବଲପୁର: ଗତ କିଛିଦିନ ତଳେ ବୁର୍ଲା ଭିସୁଟ ଛାତ୍ରଙ୍କୁ ରାଗିଂ ପରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଅୟୁର୍ବିଜ୍ଞାନ ପ୍ରତିଷ୍ଠାନ ତଥା ଭୀମସାରରେ ଜଣେ ଡାକ୍ତରୀ ଛାତ୍ରଙ୍କୁ ପୁଣି ରାଗିଂ ଅଭିଯୋଗ । ଏମବିବିଏସର ଜଣେ ଜୁନିୟର ଛାତ୍ରଙ୍କୁ ଜଣେ ସିନିୟର ଛାତ୍ର ରାଗିଂ କରିଥିବା ମେଡିକାଲ କାଉନସିଲ ଅଫ ଇଣ୍ଡିଆରେ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ଏମବିବିଏସର ଜଣେ ଦ୍ଵିତୀୟ ବର୍ଷର ଛାତ୍ରକୁ ଜଣେ ଚତୁର୍ଥ ବର୍ଷର ଛାତ୍ର ମାଡ଼ ମାରିଥିବା ଜଣାପଡିଛି । କିଛିଦିନ ପୂର୍ବରୁ ମେଡିକାଲ କଲେଜ ପରିସର ବାହାରେ ଥିବା ଏକ ଢ଼ାବାରେ ଏହି ଚତୁର୍ଥ ଓ ଦ୍ଵିତୀୟ ବର୍ଷର ଛାତ୍ର ଦ୍ବୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ଓ ମାଡ଼ପିଟ ହୋଇଥିଲା । ଢ଼ାବାରୁ ଫେରିବା ପରେ ହଷ୍ଟେଲରେ ସିନିୟର ଛାତ୍ର ଜଣକ ଜୁନିୟର ଛାତ୍ରଙ୍କୁ ମାଡ଼ ମାରିଥିବା ଜଣା ପଡ଼ିଛି ।

ଘଟଣାଟି ହଷ୍ଟେଲ ବାହାରେ ଘଟିଥିବା ବେଳେ ଦୁଇ ଛାତ୍ରଙ୍କ ବ୍ୟକ୍ତିଗତ କାରଣରୁ ହୋଇଛି ବୋଲି ଇନ୍‌ଚାର୍ଜ ଡ଼ିନ ବେଣୁଧର ପାଣ୍ଡେ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାକୁ ଆଣ୍ଟି ରାଗିଂ କମିଟି ପାଖରେ ଉପସ୍ଥାପନ କରାଯିବା ସହ ଉଭୟ ଛାତ୍ରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ବୟାନ ରେକର୍ଡ ପରେ ଏହି ପ୍ରସଙ୍ଗକୁ ଡିସିପ୍ଲିନାରୀ କମିଟିକୁ ହସ୍ତାନ୍ତର କରାଯାଇଛି । ଆଗକୁ ଘଟଣାର ତର୍ଜମା କରି ଡିସିପିଲିନାରୀ କମିଟି କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିନ କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଅୟୁର୍ବିଜ୍ଞାନ ପ୍ରତିଷ୍ଠାନ ବା ଭୀମସାର ରେ ଜଣେ ଡାକ୍ତରୀ ଛାତ୍ରଙ୍କୁ ରେଗିଙ୍ଗ ଅଭିଯୋଗ।ଏମ ବି ବି ଏସ ର ଜଣେ ଜୁନିୟର ଛାତ୍ରଙ୍କୁ ତାଙ୍କର ଜଣେ ସିନୀୟର ରେଗିଙ୍ଗ କରିଥିବାର ମେଡିକାଲ କାଉନସିଲ ଅଫ ଇଣ୍ଡିଆ ରେ ଅଭିଯୋଗ ହୋଇଛି।

Body:ମିଳିଥିବା ସୂଚନା ଅନୁସାରେ ଏମ ବି ବି ଏସ ର ଜଣେ ଦ୍ଵିତୀୟ ବର୍ଷର ଛାତ୍ର ଙ୍କୁ ଜଣେ ଚତୁର୍ଥ ବର୍ଷର ଛାତ୍ର ମାଡ଼ ମାରିଥିବାର ଜଣାପଡିଛି। କିଛି ଦିନ ପୂର୍ବରୁ ମେଡିକାଲ କଲେଜ ପରିସର ବାହାରେ ଥିବା ଏକ ଢ଼ାବା ରେ ଜଣେ ଚତୁର୍ଥ ଓ ଜଣେ ଦ୍ଵିତୀୟ ବର୍ଷ ର ଛାତ୍ରଙ୍କ ମଧ୍ୟରେ କୌଣସି କରଣ ବଶତଃ ବଚସା ଓ ମାଡ଼ପିଟ ହୋଇଥିବା ଜଣାପଡିଛି। ଢ଼ାବା ରୁ ଫେରିବା ପରେ ହଷ୍ଟେଲ ରେ ସିନିୟର ଛାତ୍ର ଜଣ କ ଜୁନିୟର ଛାତ୍ର ଙ୍କୁ ମାଡ଼ ମାରିଥିବା ଜଣା ପଡ଼ିଛି।ଏନେଇ ଇଂଚାର୍ଜ ଡ଼ିନ ବେଣୁଧର ପାଣ୍ଡେ ସୂଚନା ଦେଇଛନ୍ତି ଯେ ଘଟଣାଟି ହଷ୍ଟେଲ ବାହାରେ ଘଟିଛି ଓ ଦୁଇ ଛାତ୍ରଙ୍କ ବ୍ୟକ୍ତିଗତ କାରଣରୁ ହୋଇଛି।ତେବେ ହେଲେ ମଧ୍ୟ ଏହି ଘଟଣା କୁ ଏଣ୍ଟି ରେଗିଙ୍ଗ କମିଟି ପାଖରେ ଉପସ୍ଥାପନ କରାଯାଇଛି ଓ ଉଭୟ ଛାତ୍ର ଙ୍କ ବୟାନ ରେକର୍ଡ କରାଯାଇଛି। ବୟାନ ରେକର୍ଡ ପରେ ଏହି ପ୍ରସଙ୍ଗ କୁ ଡିସିପ୍ଲିନାରୀ କମିଟି କୁ ହସ୍ତାନ୍ତର କରାଯାଇଛି।

Conclusion:ଆଗକୁ ଘଟଣାର ତର୍ଜମା କରି ଡିସିପିଲିନାରୀ କମିଟି କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିନ କହିଛନ୍ତି।

ବାଇଟ-1-ବେଣୁଧର ପାଣ୍ଡେ, ଇଂଚାର୍ଜ ଡିନ,ଭୀମସାର, ବୁର୍ଲା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.