ETV Bharat / state

Naba Das Murder: ଅନ୍ୟତମ ଆହତ ବଖାଣିଲେ ଘଟଣା ଦିନର ଅନୁଭୂତି, ବେକ ଛୁଇଁ ଯାଇଥିଲା ଗୁଳି - ଜୀବନ ନାଏକ

ମନ୍ତ୍ରୀ ନବ ଦାସ ଗୁଳିମାଡ଼ ଘଟଣା । ଏହି ଘଟଣାର ଅନ୍ୟତମ ଆହତ ସୁସ୍ଥ ହେବା ପରେ ମା' ସମଲେଶ୍ବରୀଙ୍କୁ ଦର୍ଶନ କରିବା ସହ ସେହି ଦିନର ଘଟଣା ସମ୍ପର୍କରେ କହିଛନ୍ତି । ଅଧିକ ପଢନ୍ତୁ

Naba Das Murder
Naba Das Murder
author img

By

Published : Feb 7, 2023, 5:22 PM IST

Updated : Feb 7, 2023, 6:22 PM IST

ଅନ୍ୟତମ ଆହତ ବଖାଣିଲେ ଘଟଣା ଦିନର ଅନୁଭୂତି

ସମ୍ବଲପୁର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗୁଳିମାଡ଼ ଘଟଣା । ଏହି ଘଟଣାର ଅନ୍ୟତମ ଆହତ ଜୀବନ ନାଏକ ଘଟଣାର ଅନୁଭୂତି ବଖାଣିଛନ୍ତି । ତାଙ୍କ ବେକକୁ ସ୍ପର୍ଶ କରି ଚାଲିଯାଇଥିଲା ଗୁଳି । ଆଜି ବର୍ଲା ଭୀମସାର ମେଡିକାଲରୁ ଡିଶ୍ଚାର୍ଜ ହେବା ପରେ ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ଦର୍ଶନ କରିବାକୁ ଆସିଥିଲେ । ଏହି ଅବସରରେ ହତ୍ୟାକାଣ୍ଡ ଦିନର ଘଟଣା କେମିତି ଥିଲା ସେ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।

ଏହି ଅବସରରେ ଜୀବନ କହିଥିଲେ ଯେ ସେହି ଦିନ ସେ ଅନ୍ୟ ସମର୍ଥକଙ୍କ ସହ ଗାନ୍ଧୀ ଛକରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସ୍ବାଗତ କରିବା ପାଇଁ ଅପେକ୍ଷା କରିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ ପହଞ୍ଚିବା ପରେ ସେ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କ କାର ପାଖକୁ ଯାଇ ମନ୍ତ୍ରୀ ଓହ୍ଲେଇବା କ୍ଷଣି ତାଙ୍କ ପାଦକୁ ଛୁଇଁଥିଲେ। ପାଦ ଛୁଇଁ ବା ଭିତରେ ତାଙ୍କ ବେକ ପଛ ପଟେ ଗୁଳି ବାଜି ଚାଲି ଯାଇଥିଲା । ପ୍ରଥମେ ବହୁତ ଜୋରରେ ଶବ୍ଦ ହେବାରୁ ସେ କିଛି ବୁଝି ପାରିନଥିଲେ ତେବେ ଏତିକି ସମୟ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି ମାଡ଼ ହୋଇସାରିଥିଲା ଓ ରକ୍ତ ଜୁଡୁବୁଡୁ ହୋଇ ସେ କାର ବାହାରେ ବେହୋସ ହୋଇ ପଡି ସାରିଥିଲେ ।

ପରେ ସେ ସ୍ଥାନୀୟ ସମର୍ଥକଙ୍କୁ ନିଜର ଆଘାତ ବିଷୟରେ କହିବାରୁ ତାଙ୍କୁ ମଧ୍ୟ ହସ୍ପିଟାଲକୁ ନିଆଯାଇଥିଲା । ଝାରସୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଆହତ ଜୀବନ ନାଏକଙ୍କ ପ୍ରକୃତ ଘର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅଞ୍ଚଳ ବୋଲି ଜଣାପଡିଛି । ସେ ବ୍ରଜରାଜନଗର ଅଞ୍ଚଳରେ ଏକ ସୁରକ୍ଷା ସଂସ୍ଥାରେ କାର୍ଯ୍ୟ କରୁଥିଲେ । ଗତ ୮ ମାସ ହେଲା ସେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସହ ସମ୍ପର୍କରେ ଥିଲେ ବୋଲି କହିଛନ୍ତି । ଜୀବନ କହିବା ଅନୁସାରେ ସେହିଦିନ ଅଭିଯୁକ୍ତ ଗୋପାଳ ଦାସ ମଧ୍ୟ ତାଙ୍କ ସହ ଛିଡା ହୋଇଥିଲେ । ତାଙ୍କର ହାବଭାବରୁ ସେମତି କିଛି ପରିଲକ୍ଷିତ ହେଉନଥିଲା ।

ଏହା ବି ପଢନ୍ତୁ- ଝାରସୁଗୁଡ଼ା ଅଭିମୁଖେ ଜଷ୍ଟିସ ଜେପି ଦାସ, ଘଟଣାସ୍ଥଳରେ କ୍ରାଇମ୍‌ ସିନ୍‌ ରିକ୍ରିଏସନ କଲା କ୍ରାଇମ୍‌ବ୍ରାଞ୍ଚ

ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ମଧ୍ୟ ଜୀବନ ତାଙ୍କୁ କହିଥିଲେ ତେବେ ସେ ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକରେ ସେହି କାମ ପାଇଁ ଲୋକ ଅଛନ୍ତି କହି ଗୋପାଳ ନିଜେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର ନିକଟକୁ ଯାଇଥିଲେ ବୋଲି ଜୀଵନ କହିଛନ୍ତି । ସୂଚନା ଥାଉ କି ଜୀବନଙ୍କ ବେକରେ ଗୁଳି ବାଜିଥିବା ବେଳେ ତାଙ୍କ ବେକରେ ୧୫ଟି ଷ୍ଟିଜ ପଡିଛି । ସେ ପୋଲିସ ଓ କ୍ରାଇମବ୍ରାଞ୍ଚଙ୍କୁ ମଧ୍ୟ ନିଜର ଅନୁଭୂତି କହିସାରିଥିବା କହିଛନ୍ତି ଓ ନବ ଦାସଙ୍କ ଜୀବନ ଯିବା ତାଙ୍କର ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି । ଏହାସହ ରାଜ୍ୟ ସରକାର ଘଟଣାର ଭଲରେ ତଦନ୍ତ କରି ଦୋଷୀଙ୍କୁ ଧରନ୍ତୁ ବୋଲି ଜୀବନ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated : Feb 7, 2023, 6:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.