ETV Bharat / state

ଜାନୁଆରୀ 8ରୁ ହୀରାକୁଦ ଜଳଭଣ୍ତାରରେ ଚଳିତ ବର୍ଷର ପକ୍ଷୀଗଣନା - ହୀରାକୁଦ ଡ୍ୟାମ

ଜାନୁଆରୀ ୮ ତାରିଖରୁ ହୀରାକୁଦ ଜଳଭଣ୍ତାରରେ ପକ୍ଷୀ ଗଣନା ଆରମ୍ଭ ହେବ । ଗଣନାରେ 35ଟି ମତ୍ସ୍ୟଜୀବୀ ଡଙ୍ଗା ବ୍ୟବହାର ହେବ । ଏଥିରେ ପକ୍ଷୀ ବସା ଉପରେ ଅଭିଜ୍ଞ ଥିବା ମତ୍ସ୍ୟଜୀବୀ ମଧ୍ୟ୍ୟ ସାମିଲ ହେବେ । ଅଧିକ ପଢନ୍ତୁ

ହୀରାକୁଦ ଜଳଭଣ୍ତାରରେ ପକ୍ଷୀଗଣନା ଆରମ୍ଭ
ହୀରାକୁଦ ଜଳଭଣ୍ତାରରେ ପକ୍ଷୀଗଣନା ଆରମ୍ଭ
author img

By

Published : Jan 6, 2023, 7:04 PM IST

Updated : Jan 6, 2023, 7:57 PM IST

ଜାନୁୟାରୀ 8 ରେ ହେବ ହୀରାକୁଦ ଜଳଭଣ୍ତାରରେ ଚଳିତ ବର୍ଷର ପକ୍ଷୀଗଣନା

ସମ୍ବଲପୁର: ଆସନ୍ତା ଜାନୁଆରୀ 8ରୁ ହୀରାକୁଦ ଜଳଭଣ୍ତାରରେ ଚଳିତ ବର୍ଷର ପକ୍ଷୀଗଣନା ଆରମ୍ଭ ହେବ । ଏନେଇ ଆଜି ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ବରଗଡ ଜିଲ୍ଲାର ହୀରାକୁଦ ଜଳଭଣ୍ତାର ଅଞ୍ଚଳରେ ପକ୍ଷୀ ଗଣନା କରାଯିବ ।

ହୀରାକୁଦ ଡ୍ୟାମଠାରୁ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ପକ୍ଷୀ ଗଣନା ହେବ । ଏଥିପାଇଁ ହୀରାକୁଦ ଜଳଭଣ୍ଡାରକୁ 15 ଟି ସେକ୍ଟରରେ ବିଭାଜନ କରାଯାଇଛି । ଏଥର ପକ୍ଷୀ ଗଣନା ପାଇଁ 30ଟି ଟିମ୍‌ ଗଠନ ହୋଇଥିବା ବେଳେ ପ୍ରତ୍ୟେକ ଟିମ୍‌ରେ ଜଣେ ବରିଷ୍ଠ ଅଧିକାରୀ ଓ ଜଣେ ଲେଖାଏଁ ପକ୍ଷୀ ବିଶେଷଜ୍ଞ ରହିବେ । ଏହି ଗଣନାରେ 60ରୁ ଊର୍ଦ୍ଧ୍ବ ବ୍ୟକ୍ତି ସାମିଲ ହେବେ । ହୀରାକୁଦ ଜଳଭଣ୍ଡାରର 8ଟି ସ୍ଥାନରୁ ପକ୍ଷୀ ଗଣନାରେ ନିୟୋଜିତ ବନ ବିଭାଗ କର୍ମଚାରୀ ଓ ବିଶେଷଜ୍ଞ ଭୋର 5ଟାରୁ ବାହାରିବେ । ସକାଳ 6ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଗଣନା ଚାଲିବ ବୋଲି ସୂଚନା ଦିଆଯାଇଛି । ଏହି ଟିମ୍‌ଗୁଡିକ ବାଇନାକୁଲାର ଓ ଲାଇଫ ଜ୍ୟାକେଟ ବ୍ୟବହାର କରିବେ ବୋଲି ସୂଚନା ଦିଆଯାଇଛି ।

ଏହି ଗଣନାରେ 35ଟି ମତ୍ସ୍ୟଜୀବୀ ଡଙ୍ଗା ବ୍ୟବହାର ହେବ । ଏହାସହ ଏଥିରେ ପକ୍ଷୀ ବସା ଉପରେ ଅଭିଜ୍ଞ ଥିବା ମତ୍ସ୍ୟଜୀବୀ ମଧ୍ୟ୍ୟ ସାମିଲ ହେବେ । ତେବେ ଦିନକ ପୁର୍ବରୁ ଜଳଭଣ୍ତାର ଭିତରକୁ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କୁ ବାରଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Jan 6, 2023, 7:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.