ସମ୍ବଲପୁର: କୋରୋନା ଲକଡାଉନକୁ ନେଇ ଏବେ ସବୁଠି ରାଜ କରୁଛି ନିରବତା । ଅନ୍ୟଦିନ ମାନଙ୍କ ଭଳି ଆଉ ରାସ୍ତା ଘାଟରେ ଟ୍ରାଫିକ ଭିଡ ଜମୁନାହିଁ । ଯେଉଁରାସ୍ତା ଦିନେ ଜନଗହଳିରେ ପୁରି ଉଠୁଥିଲା ସେଠି ଏବେ ସବୁ ଖାଁଖାଁ । ଏଭଳି ପରିସ୍ଥିତିରେ କୋରୋନା ଭୟରେ ସବୁ ଲୋକ ଘରେ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି । ରାସ୍ତାରେ କାଁ ଭାଁ ମଣିଷକୁ ବାଦ ଦେଲେ ଗାଈଗୋରୁ ଷଣ୍ଢ ଭଳି ପଶୁଙ୍କୁ ଏବେ ଦେଖିବାକୁ ମିଳୁଛି। ଏଭଳି ଦୃଶ୍ୟ ଏବେ ସମ୍ବଲପୁର ସହର ଲକଡାଉନ ପରର ।
ପୂର୍ବରୁ ପଶୁପକ୍ଷୀଙ୍କୁ ଗୃହବନ୍ଦୀ କରାଯାଉଥିଲା । ମାତ୍ର ଏହି ଦୃଶ୍ୟକୁ ଦେଖିଲେ, ଜଣାପଡୁଛି ଯେ, ଏବେ ମଣିଷ ସତେ ଯେମିତି ଗୃହବନ୍ଦୀ ହୋଇଛି ଆଉ ପଶୁପକ୍ଷୀମାନେ ଏବେ ସ୍ଵାଚ୍ଛନ୍ଦ୍ୟରେ ରାଜ ରାସ୍ତାରେ ନିର୍ଭୟରେ ବିଚରଣ କରୁଛନ୍ତି। ଏବେ ଲକଡାଉନରେରେ ଶୂନଶାନ ହୋଇଯାଇଛି ସମ୍ବଲପୁରର ସଡ଼କ।
ଯେଉଁ ରାସ୍ତାରେ ଅହରହ ଯାନବାହାନ ଚାଲିଥାଏ ଏବେ ସେଠି ଅନେକ ପ୍ରକାରର ପକ୍ଷୀ ଓ ଗାଈଗୋରୁ ଶୋଇଥିବା ଦେଖାଯାଉଛି । ସତେ ଯେମିତି ଏବେ ତାଙ୍କୁ କ୍ଷତି ପହଞ୍ଚାଇବା ପାଇଁ କେହି ନାହାନ୍ତି। ଏବେ ସମ୍ବଲପୁରର ପ୍ରମୁଖ ଛକର ଓ ରାସ୍ତାରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଘଟଣାଟି ଅବାସ୍ତବ ଲାଗୁଥିଲେ ମଧ୍ୟ ବର୍ତ୍ତମାନ ଲକଡାଉନରେ ଏହି ସବୁ ଦୃଶ୍ୟ ଦେଖିଲେ ଏହା ସତ୍ୟ ପ୍ରାୟ ଲଗୁଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ