ETV Bharat / state

All Women Post Office: ଏମିତି ଏକ ଡାକଘର, ଯେଉଁଠି ସବୁ କର୍ମଚାରୀ ମହିଳା - ସମ୍ବଲପୁର ମହିଳା ଡାକଘର

ଡାକଘର ପୁଣି ଏମିତି, ଯେଉଁଠି ସବୁ କର୍ମଚାରୀ ମହିଳା । ଆପଣ ଡାକଘର ତ ଦେଖିଥିବେ ନିଶ୍ଚୟ କିନ୍ତୁ ଏମିତି ଡାକଘର ଦେଖିଛନ୍ତି କି ଯେଉଁଠି ସବୁ କର୍ମଚାରୀ ମହିଳା ହୋଇଥିବେ l ଆଜ୍ଞା ହଁ ସମ୍ବଲପୁର ସହର ମଧ୍ୟରେ ଏମିତି ଏକ ଡାକଘର ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର

All Women Post Office
All Women Post Office
author img

By ETV Bharat Odisha Team

Published : Nov 9, 2023, 5:09 PM IST

All Women Post Office

ସମ୍ବଲପୁର: ‘ଡାକଘର’ ନାଁ ଶୁଣିଲେ ମନକୁ ଆସିଯାଏ ଅନେକ ଭାବନା । ଡାକଘର ସହ ଯୋଡି ହୋଇ ରହିଥାଏ ଅନେକଙ୍କ ଆବେଗ । କଳାସଂସ୍କୃତିର ସହର ସମ୍ବଲପୁରରେ ରହିଛି ଏମିତି ଏକ ଡାକଘର ଯେଉଁଠି ସବୁ କର୍ମଚାରୀ ମହିଳା । ଟଙ୍କା ଡିପୋଜିଟଠୁ ନେଇ ଡାକ ଟିକଟ ପର୍ଯ୍ୟନ୍ତ ସବୁକିଛି କରନ୍ତି ମହିଳା । ସମ୍ବଲପୁର ସହର ଗୋଲବଜାର ଛକ ନିକଟରେ ରହିଛି ଏହି ନିଆରା ଡାକଘର l

ମହିଳା କରନ୍ତି ସବୁକାମ: ଏହି ଡାକଘରେ ପ୍ରତ୍ୟେକ କାଉଣ୍ଟରରେ ବସିଛନ୍ତି ଜଣେ ଜଣେ ମହିଳା କର୍ମଚାରୀ l ଏହି ମହିଳା କର୍ମଚାରୀ ମାନେ ହିଁ ଟଙ୍କା ଡିପୋଜିଟ କରନ୍ତି, ଏମାନେ ହିଁ ଆକାଉଣ୍ଟ ଖୋଲନ୍ତି, ସେମାନେ ହିଁ ବଢ଼େଇ ଦିଅନ୍ତି ଡାକ ଟିକେଟ, ପୋଷ୍ଟକାର୍ଡ ଓ ଇନ ଲ୍ୟାଣ୍ଡ ଲେଟର l ଆଉ ଏହି ମହିଳା କର୍ମଚାରୀ ମାନେ ହିଁ କରନ୍ତି ରେଜିଷ୍ଟ୍ରି ପୋଷ୍ଟ ଓ ସ୍ପିଡ଼ ପୋଷ୍ଟ l ପୋଷ୍ଟ ଅଫିସର ଯେତେ କାମ ସବୁ କିଛି ଏମାନଙ୍କ ଦ୍ବାରା ସାଧିତ ହୋଇଥାଏ l କାରଣ ଏ ହେଉଛି ସମ୍ବଲପୁର ମହିଳା ପୋଷ୍ଟ ଅଫିସ l

୨୦୧୯ରୁ ପ୍ରତିଷ୍ଠା ହୋଇଛି ଏହି ଡାକଘର: ଉଭୟ ରାଜ୍ୟ କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦେଉଥିବା ବେଳେ ଏଥିପାଇଁ ଅନେକ ପଦକ୍ଷେପ ନେଇଛନ୍ତି ଓ ନେଉଛନ୍ତି ମଧ୍ୟ । ଏହି ଧାରାରେ ରହିଛି ମହିଳା ବ୍ୟାଙ୍କ, ମହିଳା ଥାନା l ଠିକ ଏହି ପରି ସମ୍ବଲପୁରର ଗୋଲବଜାର ଛକରୁ ଗେଟି ଟକିଜ ରାସ୍ତାରେ ରହିଛି ଏହି ମହିଳା ପୋଷ୍ଟ ଅଫିସ l 2019 ମସିହା ଅଗଷ୍ଟ 19 ତାରିଖରେ ଏହାର ପ୍ରତିଷ୍ଠା ହୋଇଥିଲା l ଅନ୍ୟ ପୋଷ୍ଟ ଅଫିସ ପରି ଏଠାରେ ମଧ୍ୟ ଟଙ୍କା ନେଣଦେଣ, କ୍ଷୁଦ୍ର ଜମା, ଆଧାର କାର୍ଡ କାମ,ପୋଷ୍ଟ ପେମେଣ୍ଟ, ଜମା ଖାତା,ମନି ଅର୍ଡର, ସ୍ପିଡ଼ ପୋଷ୍ଟ, ରେଜିଷ୍ଟ୍ରି, ଇଣ୍ଡିଆ ପୋଷ୍ଟ ଆଦି ସେବା ଉପଲବ୍ଧ ରହିଛି l

ଏହା ମଧ୍ୟ ପଢନ୍ତୁ: ଦିନେ ଥିଲେ ଜଙ୍ଗଲଦଶ୍ୟୁ ଏବେ ସୁରକ୍ଷାଦାତା...

ମହିଳାଙ୍କ କଥା ବୁଝନ୍ତି ମହିଳା: ଏହି ଡାକଘର କଥା ଶୁଣି ଆପଣ ଭାବୁଥିଲେ ଏଠି କେବଳ ମହିଳାଙ୍କୁ ସେବା ଦିଆଯାଏ । ନା ଦର୍ଶକ ବନ୍ଧୁ ସେମିତି ନୁହେଁ ଏଠାରେ ଉଭୟ ପୁରୁଷ ଓ ମହିଳାଙ୍କୁ ଡାକସେବା ପ୍ରଦାନ କରାଯାଏ । ମହିଳା ମାନେ ଏଠାକୁ ବେଶୀ ଆସନ୍ତି ଓ ସ୍ଵଚ୍ଛନ୍ଦରେ ଡାକ ସେବା ପାଇଥାନ୍ତି l ମୁଖ୍ୟତଃ ଗ୍ରାମାଞ୍ଚଳରୁ ଆସୁଥିବା ମହିଳା ମାନେ ନିଜକୁ ଏଠି ବେଶୀ ସୁରକ୍ଷିତ ମଣନ୍ତି l ଏଠାରେ ସବ ପୋଷ୍ଟ ମାଷ୍ଟର, ପୋଷ୍ଟାଲ ଆସିଷ୍ଟାଣ୍ଟ ଓ ଡାକ ସେବକ ର 3 ଟି ପଦବୀ ରହିଥିବା ବେଳେ ସବୁ ମହିଳା କର୍ମଚାରୀ ଅଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.