ETV Bharat / state

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଜାରି: ବିଚାରପତି କୋର୍ଟକୁ ଗଲେ, ଓକିଲ ଗଲେନି

author img

By

Published : Dec 7, 2022, 9:02 PM IST

ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଜାରି । ଗତମାସ ପ୍ରତ୍ୟେକ ବୁଧବାର ଦିନ ଜିଲ୍ଲା ଓକିଲ ସଂଘ ପକ୍ଷରୁ ହାଇକୋର୍ଟ ପାଇଁ ବନ୍ଦ ଡାକରା । ଅଧିକ ପଢନ୍ତୁ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଜାରି

ସମ୍ବଲପୁର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥପନା ପାଇଁ ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଜାରି । ଗତମାସ ପ୍ରତ୍ୟେକ ବୁଧବାର ଦିନ ଜିଲ୍ଲା ଓକିଲ ସଂଘ ପକ୍ଷରୁ ହାଇକୋର୍ଟ ପାଇଁ ବନ୍ଦ ଡାକରା ଦିଆଯାଉଥିବା ବେଳେ ଆଜି ମଧ୍ୟ କଚେରୀ ଛକରେ ଓକିଲ ମାନେ ଶାନ୍ତିପୂର୍ଣ୍ଣ ଧାରଣା ଓ ସତ୍ୟାଗ୍ରହ କରିଛନ୍ତି । ତେବେ ଆଜି ବିଚାରପତି ମାନଙ୍କୁ ଅବରୋଧ କରାଯାଇନାହିଁ । ହେଲେ ଆଜିଠୁ 11 ତାରିଖ ଯାଏଁ ଓକିଲ ମାନେ କୌଣସି କୋର୍ଟ କାର୍ଯ୍ୟରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ।

ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଓକିଲ ମାନେ କଚେରୀ ଛକ ଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ ସତ୍ୟାଗ୍ରହ କରିଛନ୍ତି । ତେବେ ଆଜି ବିଚାରପତି ମାନେ କୋର୍ଟକୁ ଯାଉଥିବା ସମୟରେ କୌଣସି ଅବରୋଧ କରାଯାଇନାହିଁ । ଫଳରେ ବିଚାରପତି ମାନେ ଆଜି କୋର୍ଟକୁ ଯାଇଛନ୍ତି । ହେଲେ ଆଜି କୌଣସି ଓକିଲ କୋର୍ଟ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଅନ୍ୟପଟେ ଆନ୍ଦୋଳନ ଯୋଗୁଁ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଓ ରାଜସ୍ବ ଅଦାଲତ ବନ୍ଦ ରହିଛି । ଏହି ଆନ୍ଦୋଳନ ଆସନ୍ତା 11 ତାରିଖ ଯାଏଁ ଜାରି ରହିବ । ପରବର୍ତ୍ତୀ ବୈଠକ ପରେ ଆନ୍ଦୋଳନର ଆଗାମୀ ରୂପରେଖ ନିର୍ଦ୍ଧାରିତ ହେବ ବୋଲି ସୂଚନା ଦିଆଯାଇଛି । ତେବେ ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ନୀରବତାକୁ ବିରୋଧ କରି ଏହି ଆନ୍ଦୋଳନ ହେଉଛି ବୋଲି ସୂଚନା ଦିଆଯାଇଛି । ଆଜିର ଏହି ଆନ୍ଦୋଳନରେ ସମ୍ବଲପୁରର ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ମାନେ ମଧ୍ୟ ସାମିଲ ହୋଇଛନ୍ତି ।

ହାଇକୋର୍ଟ ବେଞ୍ଚ ପାଇଁ ରାଜ୍ୟ ସରକାର ତତ୍ପରତା ନ ଦେଖେଇଲେ ଆଗାମୀ ଦିନରେ ସ୍ବତନ୍ତ୍ର ରାଜ୍ୟ ପାଇଁ ଆନ୍ଦୋଳନ ହେବ ବୋଲି କୁହାଯାଇଛି । ଅନ୍ୟପଟେ ଆଜିର ଏହି ଆନ୍ଦୋଳନରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକ ମଧ୍ୟ ସାମିଲ ହୋଇ ନିଜର ସମର୍ଥନ ଜଣାଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.