ETV Bharat / state

ସ୍କୁଲ ଖେଳପଡିଆ ଜବରଦଖଲ ଘଟଣା: ତହସିଲଦାରଙ୍କ ନାଁରେ ମାମଲା ରୁଜୁ - ଓଡିଶା ଆଦିବାସୀ ଦଳିତ ସେନା

ପୁଟିବନ୍ଧ ୟୁଜିଏମଇ ସ୍କୁଲ ସମ୍ମୁଖରେ ଥିବା ଖେଳ ପଡିଆକୁ ଜବର ଦଖଲ କରାଯାଉଥିବା ବେଳେ,ଏହାକୁ ବିରୋଧ କରିଛି ଓଡିଶା ଆଦିବାସୀ ଦଳିତ ସେନା। ଓଡିଶା ଆଦିବାସୀ ଦଳିତ ସେନା ପକ୍ଷରୁ ପ୍ରାୟ 500 ସଦସ୍ୟ ଆସି ଧନୁପାଲି ଥାନା ସମ୍ମୁଖରେ ପ୍ରଦର୍ଶନ କରିବା ସହ ତହସିଲଦାରଙ୍କ ନାଁରେ ଏତଲା ଦିଆଯାଇଛି।

ସ୍କୁଲ ଖେଳପଡିଆକୁ ଜବରଦଖଲ  ବିରୋଧରେ ସ୍ବର ଉଠାଇଲେ  ଆଦିବାସୀ ଦଳିତ ସେନା

author img

By

Published : Nov 7, 2020, 5:13 PM IST

ସମ୍ବଲପୁର: ମହାନଗର ନିଗମ ଅନ୍ତର୍ଗତ ପୁଟିବନ୍ଧ ୟୁଜିଏମଇ ସ୍କୁଲ ସମ୍ମୁଖରେ ଥିବା ଖେଳ ପଡିଆକୁ ଜବର ଦଖଲ କରାଯାଉଥିବା ବେଳେ,ଏହାକୁ ବିରୋଧ କରିଛି ଓଡିଶା ଆଦିବାସୀ ଦଳିତ ସେନା। ଏହି ସ୍କୁଲରେ ମୁଖ୍ୟତଃ ଗରିବ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ସମ୍ମୁଖରେ ଥିବା ଖେଳ ପଡିଆକୁ ଏହି ଏହି ଛାତ୍ରଛାତ୍ରୀମାନେ ଖେଳକୁଦ ସହ ଅବସର ବିନୋଦନ ପାଇଁ ବ୍ୟବହାର କରି ଆସୁଛନ୍ତି। ତେବେ ବର୍ତ୍ତମାନ କେତେକ ଜମି ମାଫିଆ ଏହି ଖେଳ ପଡିଆକୁ ନିଜର କଲୋନୀକୁ ରାସ୍ତା ବନାଇବା ଆଳରେ ଜବରଦଖଲ କରିବାକୁ ଚେଷ୍ଟା କରୁଥିବାର ସ୍ଥାନୀୟ ଆଦିବାସୀମାନେ ଅଭିଯୋଗ କରିଛନ୍ତି।

ସ୍କୁଲ ଖେଳପଡିଆକୁ ଜବରଦଖଲ ବିରୋଧରେ ସ୍ବର ଉଠାଇଲେ ଆଦିବାସୀ ଦଳିତ ସେନା

ଏନେଇ ସେମାନେ ମାନେଶ୍ବର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ପରେ ତହସିଲଦାର ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସ୍ଥାନୀୟ ଆଦିବାସୀଙ୍କୁ ଧମକ ଚମକ ଦେବା ସହ ଦୁର୍ବ୍ୟବହାର କରିଥିବାର ସ୍ଥାନୀୟ ଓଡିଶା ଆଦିବାସୀ ଦଳିତ ସେନା ଅଭିଯୋଗ କରିଛି। ଏ ସଂକ୍ରାନ୍ତରେ ଓଡିଶା ଆଦିବାସୀ ଦଳିତ ସେନା ପକ୍ଷରୁ ପ୍ରାୟ 500 ସଦସ୍ୟ ଆସି ଧନୁପାଲି ଥାନା ସମ୍ମୁଖରେ ପ୍ରଦର୍ଶନ କରିବା ସହ ମାନେଶ୍ବର ତହସିଲଦାରଙ୍କ ନାଁରେ ଏତଲା ଦିଆଯାଇଛି।

ଏହାସହ ମାନେଶ୍ବର ତହସିଲଦାରଙ୍କୁ ବଦଳି ଅଥବା ତାଙ୍କର ନିଲମ୍ବନ କରାଯାଉ ବୋଲି ଓଡିଶା ଆଦିବାସୀ ଦଳିତ ସେନା ପକ୍ଷରୁ ଦାବି କରାଯାଇଛି। ଦାବି ପୂରଣ ନେହେଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ କରିବାକୁ ଓଡିଶା ଆଦିବାସୀ ଦଳିତ ସେନା ପ୍ରସ୍ତୁତ ରହିଛି ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.