ସମ୍ବଲପୁର: ବେଆଇନ ବନ୍ଧୁକ କାରବାର ଅଭିଯୋଗରେ ଜଣକୁ ଗିରଫ କରିଛି ରେଙ୍ଗାଲିର ସ୍ଵତନ୍ତ୍ର ପୋଲିସ ଟିମ । ସେ ସମ୍ବଲପୁର ଜିଲ୍ଲା ପଣ୍ଡଲୋଇରମହମ୍ମଦ ଶମି ବୋଲି ଜଣା ପଡିଛି । ତା ନିକଟରୁଗୋଟିଏ ଦେଶୀ ବନ୍ଧୁକ ସହ 3 ଟି ଅଫୁଟା ଗୁଳି ଜବତ କରିଛି ପୋଲିସ ।
ନିର୍ବାଚନକୁ ଆଖିରେ ରଖି ବେଆଇନ ମଦ, ବନ୍ଧୁକ ଓ ଟଙ୍କା କାରବାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ଏହି କ୍ରମରେ ପ୍ରତିଦିନ ପୋଲିସର ତଲାସି ଅଭିଯାନ ଜାରି ରହିଛି । ତେବେ ଆଗକୁ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛି ଏସଡିପିଓ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନରଣା, ଇଟିଭି ଭାରତ