ETV Bharat / state

ଧାନ ବିକ୍ରି କରି ନ ପାରି ଯୁବଚାଷୀଙ୍କ ଆତ୍ମହତ୍ୟା ! - sambalpur news

ସମ୍ବଲପୁରରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଫସଲ ବିକ୍ରି ହୋଇ ପାରି ନଥିବାରୁ ଯୁବ ଚାଷୀ ଜୀବନ ହାରିଥିବା କହିଲେ ପରିବାର । ଅଧିକ ପଢନ୍ତୁ...

a farmer committed suicide in sambalpur
ଧାନ ବିକ୍ରି କରି ନପାରି ଯୁବଚାଷୀଙ୍କ ଆତ୍ମହତ୍ୟା !
author img

By

Published : Mar 17, 2021, 10:28 PM IST

ସମ୍ବଲପୁର : ଜିଲ୍ଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରେଙ୍ଗାଲୀ ବ୍ଳକର କୁସମଡିହି ଗାଁର ଚାଷୀ ଦାମୋଦର ବଗର୍ତ୍ତି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ରବି ଋତୁରେ ଧାନ ବିକ୍ରି କଟକଣା ଓ ଋଣ ପରିଶୋଧ କରି ନପାରି ସେ ଚାପରେ ରହୁଥିଲେ । ଏନେଇ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଧାନ ବିକ୍ରି କରି ନପାରି ଯୁବଚାଷୀଙ୍କ ଆତ୍ମହତ୍ୟା !

ଦାମୋଦର ନିଜର ୬ ଏକର ଚାଷ ଜମିରେ ଚାଷ କରିଥିଲେ । ଏଥିପାଇଁ ବିଭିନ୍ନ ସୋସାଇଟି ସହ କିଛି ମହାଜନଙ୍କ ଠାରୁ ଧାର ଟଙ୍କା ମଧ୍ୟ ଆଣିଥିଲେ । ଏଥିସହ ସରକାରଙ୍କ ଗଭୀର ନଳକୂପ ଯୋଜନାରେ ନିଜ ଚାଷ ଜମିରେ ଏକ ଗଭୀର ନଳକୂପ ଖନନ କରିଥିଲେ । ତେବେ ନିଜ ଉତ୍ପାଦନ କରିଥିବା ଧାନ ବିକ୍ରି ପାଇଁ ବହୁତ ଅସୁବିଧା ହୋଇ ମାନସିକ ଚାପରେ ରହୁଥିଲେ । ଯୁବ ଚାଷୀ ଦାମୋଦରଙ୍କ ମୄତ୍ୟୁ ପରେ ପୁରା ପରିବାର ଋଣ ପରିଶୋଧ ପାଇଁ ଚିନ୍ତାରେ ରହିଛନ୍ତି । ସରକାରଙ୍କ ନିୟମ ମୁତାବକ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପରେ କାର୍ଡ ଦିଆଯାଇଥାଏ । ଏନେଇ ଦାମୋଦର ସମବାୟ ସମିତିକୁ ବାରମ୍ବାର ଯାଇଥିବା ବେଳେ ତାଙ୍କର କାର୍ଡ ହୋଇପାରିନଥିଲା । କାରଣ ସରକାରଙ୍କ ନିମୟ ଅନୁସାରେ ଚାଷୀ ନାମ ପଞ୍ଜିକରଣ ପୂର୍ବରୁ ଚାଷ ଜମିର ସରକାରୀ ଖଜଣା ଦେବା ସହ ନଳକୂପର ବିଦ୍ୟୁତ ବିଲ ଦିଆଯାଇଥିବା ଆବଶ୍ୟକ । କିନ୍ତୁ ଅର୍ଥ ଅଭାବରୁ ଦାମୋଦରଙ୍କ କାର୍ଡ ହୋଇନପାରିନଥିଲା । ଶେଷରେ ହତାଶ ହୋଇ ଯୁବଚାଷୀ ଦାମୋଦର ନିଜ ଧାନ କ୍ଷେତକୁ ଯାଇ ସେଠାରେ କୀଟନାଶକ ପିଇ ଘରକୁ ଫେରି ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ପରେ ଗୁରୁତର ଅବସ୍ଥାରେ ପ୍ରଥମେ ସମ୍ବଲପୁର ସଦର ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ବୁର୍ଲା ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.