ETV Bharat / state

50 ବର୍ଷର ପେସାକୁ ପ୍ରଣାମ; 32 ଫୁଟ ଫ୍ରକ ପାଇଁ ଚର୍ଚ୍ଚାରେ ଟେଲର ମାଷ୍ଟର - 32 ଫୁଟ ଫ୍ରକ

32 ଫୁଟ ଲମ୍ବା ଏକ ସମ୍ବଲପୁରୀ ଫ୍ରକ ତିଆରି କରିଛନ୍ତି ସମ୍ବଲପୁର ଜିଲ୍ଲା ଗୋବିନ୍ଦତଲାର ଟେଲର ମାଷ୍ଟର ଅନନ୍ତ ମେହେର । ଦରଜୀ ପେସାରେ ତାଙ୍କର 50 ବର୍ଷ ପୁରଣ ଅବସରରେ ଏହି ଫ୍ରକଟିକୁ ତିଆରି କରିଛନ୍ତି ସେ । ସମ୍ବଲପୁରୀ ହସ୍ତତନ୍ତର ପ୍ରଚାର ପ୍ରସାର କରିବା ପାଇଁ ତିଆରି କରିଛନ୍ତି ଏହି ଫ୍ରକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ସମ୍ବଲପୁର
author img

By

Published : Aug 13, 2019, 4:40 PM IST

Updated : Aug 13, 2019, 5:53 PM IST

ସମ୍ବଲପୁର: 32 ଫୁଟ ଲମ୍ବା ଓ 32 ଫୁଟ ଚଉଡା, ଦେଖିଲେ ଆଖି ପାଉନି । ଏମିତି ଏକ ଫ୍ରକ ତିଆରି କରିଛନ୍ତି ସମ୍ବଲପୁର ଜିଲ୍ଲା ଗୋବିନ୍ଦତଲାର 70 ବର୍ଷୀୟ ଟେଲର ମାଷ୍ଟର ଅନନ୍ତ ମେହେର । ଟେଲରିଂ ପେସାରେ 50 ବର୍ଷ ପୁର୍ତ୍ତି ଅବସରରେ ଏହି ଫ୍ରକଟିକୁ ତିଆରି କରିଛନ୍ତି ସେ । ଏହି ଫ୍ରକଟି 32 ଫୁଟ ଉଚ୍ଚ ଓ 32 ଫୁଟ ଚଉଡା ବିଶିଷ୍ଟ । ଆଉ ଏହି ଫ୍ରକ ତିଆରି ପଛରେ ଅନନ୍ତଙ୍କ ଏକମାତ୍ର ଉଦ୍ଦେଶ୍ୟ ହେଉଛି ସମ୍ବଲପୁରୀ ହସ୍ତତନ୍ତର ପ୍ରଚାର ପ୍ରସାର କରିବା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଦୀର୍ଘଦିନ ହେଲା ଅନନ୍ତ ଏହି ପେସାକୁ ନିଜର ପେଟ ପଟଣାର ମାଧ୍ୟମ ଭାବେ ବାଛିଛନ୍ତି । ତେବେ ବର୍ତ୍ତମାନ ସେ ଏହି ଫ୍ରକଟିକୁ ସିଲେଇ କରିବା ପରେ ଚାରିଆଡେ ଚର୍ଚ୍ଚା । ସେ ଓ ତାଙ୍କର କିଛି ସହଯୋଗୀ ମିଶି ତିଆରି କରିଛନ୍ତି ଏହି 32 ଫୁଟ ଉଚ୍ଚତା ବିଶିଷ୍ଟ ଫ୍ରକ । ଯାହାକୁ ପ୍ରଦର୍ଶନ କରିବାକୁ ହେଲେ ତିନି ମହଲା ଉପରକୁ ଯାଇ ଧରିବାକୁ ପଡୁଛି । ଏହାକୁ ତିଆରି କରିବା ପାଇଁ 125 ମିଟର ସମ୍ବଲପୁରୀ କପଡା ବ୍ୟବହୃତ ହୋଇଛି । ଏହାକୁ ତିଆରି କରିବାକୁ 7 ଦିନ ଲାଗିଥିବା ବେଳେ ଏଥିପାଇଁ 50 ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

ତେବେ ଏହାକୁ କୌଣସି ରେକର୍ଡ଼ କିମ୍ବା ପ୍ରଶଂସା ପାଇଁ ତିଆରି କରିନାହାନ୍ତି ଏହି ଟେଲର ମାଷ୍ଟର । ସେ ପୂର୍ବରୁ ଭାବିଥିଲେ ଯେ ଯେଉଁଦିନ ତାଙ୍କର ଟେଲରିଂ ପେସା 50 ବର୍ଷରେ ଅବତୀର୍ଣ୍ଣ ହେବ ସେ ଦିନ ଏପରି ଏକ ଫ୍ରକ ତିଆରି କରିବେ । ଆଉ ଦ୍ଵିତୀୟ କଥା ହେଲା ସମ୍ବଲପୁରୀ ହସ୍ତତନ୍ତର ପ୍ରଚାର ପ୍ରସାର ଓ ସମ୍ବଲପୁରୀ ବୁଣାକାର ମାନଙ୍କୁ ବିଶ୍ବ ଦଜରବାରରେ ଏକ ସ୍ବତନ୍ତ୍ର ପରିଚୟ ଦେବା । କିନ୍ତୁ ଅନନ୍ତଙ୍କ ଏହି ଅଜବ ନିଶା ତାଙ୍କୁ ଅଜାଣତରେ ପ୍ରସିଦ୍ଧି ଆଣିଦେଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଟେଲର ମାଷ୍ଟର ଙ୍କ ଅଜବ ନିଶା। ନିଜ ଟେଲରିଂ ପେସା ର 50 ବର୍ଷ ପୁର୍ତ୍ତି ଅବସରରେ ସମ୍ବଲପୁର ର ଜଣେ ବୟୋବୃଦ୍ଧ ଟେଲର ତିଆରି କରିଛନ୍ତି। 32 ଫୁଟ ଉଚ୍ଚ ଓ 32 ଫୁଟ ଚଉଡା ଏକ ଫ୍ରର୍କ ବା ମହିଳାଙ୍କ ଡ୍ରେସ। ଆଉ ଏହାର ଉଦ୍ଦେଶ୍ୟ ହେଉଛି ସମ୍ବଲପୁରୀ କପଡା ଓ ଶାଢ଼ୀ ର ପ୍ରଚାର ପ୍ରସାର କରିବା।

Body: ସମ୍ବଲପୁର ଗୋବିନ୍ଦତୋଳା ର ଅନନ୍ତ ମେହେର। ବୟସ ପାଖାପାଖି 70 ହେବ।ପେସା ଟେଲରିଂ। ଦୀର୍ଘ ଦିନ ହେଲା ସେ ଏହି ପେଶାକୁ ସେ ନିଜର ପେଟ ପଟଣାର ମାଧ୍ୟମ ଭାବେ ମାନିଛନ୍ତି।ତେବେ ବର୍ତ୍ତମାନ ସେ ଏମିତି ଡ୍ରେସ ସିଲେଇ କରିଛନ୍ତି ଯାହା ପାଇଁ ଚାରିଆଡେ ତାଙ୍କରି ଚର୍ଚ୍ଚା।ସେ ଓ ତାଙ୍କର କିଛି ସହଯୋଗୀ ମିଶିକି ତିଆରି କରିଛନ୍ତି ଏକ 32 ଫୁଟ ଉଚ୍ଚତା ଓ ଚଉଡା ବିଶିଷ୍ଟ ଫ୍ରର୍କ ବା ଡ୍ରେସ। ଯାହାକୁ ପ୍ରଦର୍ଶନ କରିବାକୁ ହେଲେ ତିନି ମହଲା ବିଲଡିଂ ଉପରକୁ ଯାଇ ଧରିବାକୁ ପଡୁଛି। ଏହା ସମ୍ପୂର୍ଣ୍ଣ ରୂପେ ସମ୍ବଲପୁରୀ କପଡ଼ାରେ ତିଆରି ହୋଇଥିବା ବେଳେ ଏଥିରେ 125 ମିଟର କପଡା ଲାଗିଛି। ଏହାକୁ ତିଆରି କରିବାକୁ 3 ଜଙ୍କୁ 7 ଦିନ ଲାଗିଥିବା ବେଳେ ଏଥିପାଇଁ 50 ହଜାର ଟଙ୍କା ଖର୍ଚ୍ଚ ହୋଇଛି।ଆଉ ଏନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା।

ବାଇଟ-1-ଅନନ୍ତ ମେହେର, ଟେଲର ମାଷ୍ଟର।
ବାଇଟ-2-ଉମା ଶଙ୍କର ସାହୁ,ସହଯୋଗୀ ଟେଲର।

ତେବେ ଏହାକୁ ରେକର୍ଡ଼ ପାଇଁ ତିଆରି କରିନାହାନ୍ତି ଏହି ଟେଲର ମାଷ୍ଟର।ପ୍ରଥମତଃ ସେ ପୂର୍ବରୁ ଭାବିଥିଲେ ଯେ ଯେଉଁଦିନ ତାଙ୍କର ଟେଲରିଂ ପେସା 50 ବର୍ଷରେ ଅବତୀର୍ଣ୍ଣ ହେବ ସେ ଦିନ ଏପରି ଏକ ଡ୍ରେସ ବନେଇବେ ଆଉ ଦ୍ଵିତୀୟ କଥା ହେଲା ସମ୍ବଲପୁରୀ କପଡ଼ାର ପ୍ରଚାର ପ୍ରସାର ଓ ସମ୍ବଲପୁରୀ ବୁଣାକାର ମାନଙ୍କୁ ପରିଚୟ ଦେବାପାଇଁ।ଏନେଇ ଅଞ୍ଚଳ ବାସୀ ମଧ୍ୟ ବେଶ ଉତ୍ସାହିତ।

ବାଇଟ-3-ସୁରେଶ କୁମାର ଗୌନ୍ତିଆ, ସ୍ଥାନୀୟ ବାସିନ୍ଦା

Conclusion:ସତରେ କିଛି ଲୋକଙ୍କ ଅଜବ ନିଶା ତାଙ୍କୁ ବେଳେ ବେଳେ ଅଜାଣତରେ ପ୍ରସିଦ୍ଧି ଆଣିଥାଏ।
Last Updated : Aug 13, 2019, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.