ETV Bharat / state

ସମ୍ବଲପୁରରେ 7 ହଜାର ଟପିଲା କୋରୋନା ଆକ୍ରାନ୍ତ, ଆଜି 60 ଚିହ୍ନଟ

author img

By

Published : Oct 12, 2020, 8:48 PM IST

ସମ୍ବଲପୁର ଜିଲ୍ଲାରୁ 60 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଯାହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 7 ହଜାର ଟପିଛି ।

Sambalpur
ସମ୍ବଲପୁରରେ 7 ହଜାର ଟପିଲା କୋରୋନା

ସମ୍ବଲପୁର: ଆଜି(ସୋମବାର) ସମ୍ବଲପୁର ଜିଲ୍ଲାରୁ 60 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଯାହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 7 ହଜାର ଟପିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରେ 6 କୋରୋନା ଯୋଦ୍ଧା ଅଛନ୍ତି ।

ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସମ୍ବଲପୁର ମହାନଗର ନିଗମ, ଯୁଜୁମୁରା, ମାନେଶ୍ବର, ରେଙ୍ଗାଲି, କୁଚିଣ୍ଡା, ବାମରା, ଜମନକିରା ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତ ଆକ୍ରାନ୍ତ ଆକ୍ଟିବ ସର୍ଭିଲେନ୍ସ ଟିମ ଦ୍ବାରା ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠେଇ ଦିଆଯାଇଛି ।

ଆଜିସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 7,220 ହୋଇଥିବାବେଳେ 6120 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଜିଲ୍ଲାରେ 1,076 ଟି ଆକ୍ଟିଭ କେସ ରହିଛି। ଏହାସହ ଜିଲ୍ଲାରେ 24 ଜଣଙ୍କ କୋରୋନା ମହାମାରୀରେ ମୃତ୍ୟୁ ହୋଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.