ETV Bharat / state

ହୀରାକୁଦ ଡ୍ୟାମରେ ବନ୍ଦ ହେଲା ଆଉ 4 ଗେଟ

ବିଗତ 2 ଦିନ ହେଲା ହୀରାକୁଦ ଡ୍ୟାମରୁ 8ଟି ଗେଟ ଜରିଆରେ ଜଳ ନିଷ୍କାସନ ହେଉଥିବା ବେଳେ ଗତ ରାତିରେ ପର୍ଯ୍ୟାୟ କ୍ରମରେ ଆଉ 4 ଟି ଗେଟକୁ ବନ୍ଦ କରାଯାଇଛି ।

author img

By

Published : Jul 2, 2020, 10:30 AM IST

Updated : Jul 2, 2020, 11:06 AM IST

ହୀରାକୁଦ ଡ୍ୟାମରେ ବନ୍ଦ ହେଲା ଆଉ 4 ଗେଟ
ହୀରାକୁଦ ଡ୍ୟାମରେ ବନ୍ଦ ହେଲା ଆଉ 4 ଗେଟ

ସମ୍ବଲପୁର: ବିଗତ 2 ଦିନ ହେଲା ହୀରାକୁଦ ଡ୍ୟାମରୁ 8ଟି ଗେଟ ଜରିଆରେ ଜଳ ନିଷ୍କାସନ ହେଉଥିବା ବେଳେ ଗତ ରାତିରେ ପର୍ଯ୍ୟାୟ କ୍ରମରେ ଆଉ 4 ଟି ଗେଟକୁ ବନ୍ଦ କରାଯାଇଛି । ବର୍ତ୍ତମାନ 4ଟି ଗେଟ ଜରିଆରେ ଜଳ ନିଷ୍କାସନ ହେଉଛି ।

ହୀରାକୁଦ ଡ୍ୟାମରେ ବନ୍ଦ ହେଲା ଆଉ 4 ଗେଟ

ତେବେ ଗୁରୁବାର ଆହୁରି ଆଉ 2ଟି ଗେଟ ବନ୍ଦ କରିବାକୁ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ବର୍ତ୍ତମାନ ଜଳସ୍ଥର 602.02 ଫୁଟ ରହିଛି । ଏହି ସମୟରେ ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି 34,156 କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଜଳ ଭଣ୍ଡାରରୁ ତଳ ମୁଣ୍ଡକୁ ସେକେଣ୍ଡ ପ୍ରତି 72,081 କ୍ୟୁସେକ ଜଳ 4ଟି ଗେଟ ଜରିଆରେ ନିଷ୍କାସନ ହେଉଛି ।

ଆଗକୁ ଉପରମୁଣ୍ଡର ବର୍ଷା, ତଳ ମୁଣ୍ଡର ବର୍ଷା, ନଦୀଗୁଡିକର ଜଳସ୍ତର ଓ ପାଣିପାଗର ପୂର୍ବାନୁମାନକୁ ନଜରରେ ରଖି ବନ୍ଧ ପରିଚାଳନା କରାଯିବା ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jul 2, 2020, 11:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.