ETV Bharat / state

ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ଏକୋଇଶିଆ କଲା ଭିମସାର - ଏକୋଇଶିଆ କଲା ଭୀମସାର

21 days Rituals at VIMSAR: ସମ୍ବଲପୁରରେ ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ଏକୋଇଶିଆ କଲା ଭିମସାର । ଏ ନେଇ ନବବଧୂ ପରି ସଜେଇ ହେଲା ଭିମସାର SNCU ୱାର୍ଡ । ଅଧିକ ପଢନ୍ତୁ

21 days Rituals at VIMSAR
21 days Rituals at VIMSAR
author img

By ETV Bharat Odisha Team

Published : Jan 1, 2024, 5:13 PM IST

Updated : Jan 1, 2024, 7:24 PM IST

ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ଏକୋଇଶିଆ କଲା ଭିମସାର

ସମ୍ବଲପୁର: ରେଙ୍ଗାଲି ବ୍ଲକ ଲାରିପାଲି ଗାଁ ଜଙ୍ଗଲ ଭିତରୁ ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟାର ହେଲା ଏକୋଇଶିଆ । ଭୀମସାର ମେଡିକାଲରେ ଏହି ଏକାଇଶିଆ ତଥା ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଛି । ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ନବଜାତ ଶିଶୁକନ୍ୟାର ନାମ 'ବିଜୟିନୀ' ରଖାଯାଇଛି । ଏହି ନାମକରଣ ଉତ୍ସବରେ ଜିଲ୍ଲାର ଅନେକ ମହିଳା ଯୋଗ ଦେଇ ବିଜୟିନୀକୁ ଆଶୀର୍ବାଦ କରିଥିଲେ ।

ଏ ନେଇ ବୁର୍ଲା ଭିମସାର ମେଡିକାଲର SNCU ୱାର୍ଡରେ ବେଲୁନ ସହ ଫୁଲ ମାଳ ସଜେଇ ହୋଇଥିଲା । ହୋମ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ବିଧିବଦ୍ଧ ପରମ୍ପରା ଅନୁଯାୟୀ ପୂଜକ ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟାର ଏକୋଇଶିଆ ପୂଜା କରିଥିଲେ । ଏଥିପାଇଁ ଯଶୋଦା ହୋଇ ମା' ଭଳି ଉଦ୍ଧାର ଶିଶୁକନ୍ୟାକୁ ପାଳନ କରିଥିବା ଅନେକ ମା'ଙ୍କ ସମେତ ଅନ୍ୟ ମହିଳାମାନେ ଆଜି ଖୁସିରେ ବିଭୋର ହୋଇ ଉଠିଛନ୍ତି । ହେଲେ ଏଯାବତ ଶିଶୁକନ୍ୟାଟିର ପ୍ରକୃତ ପିତାମାତା କିଏ ସେ ନେଇ ପୋଲିସ ନିକଟରେ କୌଣସି ସୂଚନା ନାହିଁ ।

ଏହା ବି ପଢନ୍ତୁ- ବୋରୱେଲରେ ଉଦ୍ଧାର ନବଜାତର ସ୍ବାସ୍ଥ୍ୟବସ୍ଥା ସ୍ଥିର, ପୋଲିସ ତଦନ୍ତ ଆରମ୍ଭ

ଏହି ଶିଶୁ କନ୍ୟାଟି ଗତ ୧୨ ଡିସେମ୍ବରରେ ଏକ ପରିତ୍ୟକ୍ତ ବୋରୱେଲରୁ ରାତି ପ୍ରାୟ ୯.୪୦ ମିନିଟରେ ବହୁ ପରିଶ୍ରମ କରି ଉଦ୍ଧାର କରାଯାଇଥିଲା । ଆଉ ସେହିଦିନଠାରୁ ଶିଶୁକନ୍ୟାର ଭିମସାରରେ ଚିକିତ୍ସା ଜାରି ରହିଛି । ତେବେ ସ୍ଥାସ୍ଥ୍ୟାବସ୍ଥାରେ ସ୍ଥିରତା ଆସିବାରୁ ଆଜି ଶିଶୁକନ୍ୟାଟିର ଏକୋଇଶିଆ ପାଳନ ହେଉଛି । ଆଉ ଏହି ଏକୋଇଶିଆ ପର୍ବକୁ ପୁରା ଭିମସାର ପାଳନ କରୁଛି । ଜୀବନ ଯୁଦ୍ଧରେ ବିଜୟ ହେଇଥିବା ଯୋଗୁଁ ଶିଶୁକନ୍ୟାର ନାଁ ମେଡିକାଲ କର୍ତ୍ତୃପକ୍ଷ 'ବିଜୟିନୀ' ରଖିଛନ୍ତି ।

ଏହା ବି ପଢନ୍ତୁ- ବୋରୱେଲରୁ କେମିତି ଉଦ୍ଧାର ହେଲା ଶିଶୁକନ୍ୟା ? ଅପରେସନ ବିଷୟରେ କହିଲେ ଅଗ୍ନିଶମ ଡିଜି

ଭିମସାର ମେଡିକାଲ ଶିଶୁ କନ୍ୟାଟିକୁ କେବଳ ତାର ନାଁ ଦେଇନାହିଁ ବରଂ ଭିମସାରର ଡାକ୍ତରଙ୍କଠାରୁ ସେ ପାଇଛି ସ୍ନେହ, ମମତା ଓ ଆଦର । ଏହାସହ ବିଜୟିନୀ ଏବେ ପାଲଟିଯାଇଛି ପୁରା ଭିମସାରର ଝିଅ । ଏଥିପାଇଁ ଆଜି ପୂଜାର୍ଚ୍ଚନା ପରେ ବାହାରେ ଥିବା ଅନେକ ମାଆମାନଙ୍କୁ କେକ୍‌ ଦିଆଯାଇ ଖୁସି ବଣ୍ଟା ଯାଇଛି । ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ପ୍ରତ୍ୟେକ ଦିନ ବିଜୟିନୀ ସ୍ବାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି । ବିଜୟିନୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ମେଡିକାଲରୁ ଡିସଚାର୍ଜ କରାଯିବ । ଏହାପରେ ଜିଲ୍ଲା ପ୍ରଶାସନ ବିଜୟିନୀର ଭାଗ୍ୟ ନିର୍ଦ୍ଧାରଣ କରିବ ।

ଇଟିଭି ଭାରତ, ସମ୍ବଲପୁର

Last Updated : Jan 1, 2024, 7:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.