ETV Bharat / state

2024 Election: ରେଙ୍ଗାଲି ଆସନ ପାଇଁ କିଏ ହେବ ବିଜେଡି ପ୍ରାର୍ଥୀ ? - rengali constituency

ଶିଳ୍ପ ସମୃଦ୍ଧ ଅଞ୍ଚଳ ରେଙ୍ଗାଲିର ବିଧାନସଭା ଆସନ ପାଇଁ କିଏ ହେବ ବିଜେଡି ପ୍ରାର୍ଥୀ ? ତାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଏହି ଆସନ ପାଇଁ ବିଜେଡି ଶିବିରରେ ଆଶାୟୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

2024 Election preparation
ରେଙ୍ଗାଲି ଆସନ ପାଇଁ ଅନେକ ବିଜେଡି ଆଶାୟୀ
author img

By ETV Bharat Odisha Team

Published : Sep 22, 2023, 9:47 PM IST

ରେଙ୍ଗାଲି ଆସନ ପାଇଁ ଅନେକ ବିଜେଡି ଆଶାୟୀ

ସମ୍ବଲପୁର: ନିର୍ବାଚନ ପାଇଁ ସରଗରମ ରହିଛି ରାଜ୍ୟ ରାଜନୀତି। ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଏବେ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲାରେ ରହିଛି 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀ। ସେଗୁଡିକ ହେଲା ସମ୍ବଲପୁର, ରେଙ୍ଗାଲି, ରେଢ଼ାଖୋଲ ଓ କୁଚିଣ୍ଡା । ଶିଳ୍ପ ସମୃଦ୍ଧ ଅଞ୍ଚଳ ରେଙ୍ଗାଲିର ବିଧାନସଭା ଆସନ SC ବର୍ଗ ପାଇଁ ସଂରକ୍ଷିତ ହୋଇ ରହିଛି । ବର୍ତ୍ତମାନ ସିଟରେ ବିଜେପିର ନାଉରୀ ନାଏକ ବିଧାୟକ ଥିବାବେଳେ ଆଗାମୀ ନିର୍ବାଚନରେ ସେ ହିଁ ବିଜେପି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଶାସକ ବିଜେଡିରେ ଆଶାୟୀଙ୍କ ତାଲିକା ଲମ୍ବା ରହିଛି।

2009 ମସିହାରେ ଏଠାରେ କଂଗ୍ରେସର ଦୁର୍ଯ୍ୟୋଧନ ଗର୍ଡିଆ, 2014ରେ ବିଜେଡିର ରମେଶ ପଟୁଆ ଓ 2019ରେ ବିଜେପିର ନାଉରୀ ନାଏକ ବିଜୟୀ ହୋଇଥିଲେ । ତେବେ ଶାସକ ବିଜେଡି ଏହି ଆସନରେ ସବୁବେଳେ ନୁଆ ଚେହେରାଙ୍କୁ ପ୍ରାର୍ଥୀ କରୁଥିବାବେଳେ ଏଥର ମଧ୍ୟ ନୂଆ ଚେହେରାଙ୍କୁ ଟିକେଟ ମିଳିବ ବୋଲି ଆଶା କରାଯାଉଛି । ଏଥିପାଇଁ ଏବେ ଆଶାୟୀ ଦୌଡ଼ରେ ଏବେ ଅନେକ ନୂଆ ଚେହେରା ଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଜଣେ ଆଶାୟୀ ପ୍ରାର୍ଥୀ ହେଉଛନ୍ତି ଅମର ତାଣ୍ଡିଆ । ସେ SC କାଟାଗୋରୀର ହେବା ସହ ତାଙ୍କ ଘର ରେଙ୍ଗାଲିର ଲାରିପାଲି ଗାଁରେ ରହିଛି । ସେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ CDMO ଅଫିସରେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି।

ଏହା ବି ପଢନ୍ତୁ...2024 Election: ସରଗରମ ବେଗୁନିଆ ରାଜନୀତି, କେଉଁ ଦଳରୁ କିଏ ପାଇବେ ଟିକେଟ ?...

ସେ ସରକାରୀ ଚାକିରୀରେ ଥିବା ସତ୍ତ୍ବେ ନିଜର 'ସେବା' ଅନୁଷ୍ଠାନ ଦ୍ଵାରା ରକ୍ତଦାନ ଶିବିର ଆୟୋଜନ କରିବା ସହ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଲୋକଙ୍କୁ ସ୍ୱାସ୍ଥ୍ୟ ସେବାରେ ସହଯୋଗ କରି ଅନେକ ସମ୍ମାନ ଅର୍ଜନ କରିଛନ୍ତି । ଅମର ତାଣ୍ଡିଆ କହିଛନ୍ତି, "ସମାଜସେବା ଓ ରାଜନୀତି ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ। ମୁଁ ରାଜନୀତି ସହ ଜଡିତ ନାହିଁ କିନ୍ତୁ ସମାଜସେବା କରି ଆସୁଛି।" ଅନ୍ୟପଟେ 2014ରେ ବିଧାୟକ ହୋଇଥିବା ରମେଶ ପଟୁଆ, ଇଞ୍ଜିନିଅର ଗାନ୍ଧୀ ବେହେରା ଆଦି ଯୁବ ନେତାଙ୍କ ନାଁ ଆଶାୟୀ ଦୌଡରେ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସ୍ଥାନୀୟ ଲୋକେ ମଧ୍ୟ ଏହି ଯୁବ ନେତାଙ୍କ ନା ଆଶାୟୀ ଦୌଡ଼ରେ ଥିବା ମତ ରଖିଛନ୍ତି । ଅନ୍ୟପଟେ ରେଙ୍ଗାଲି ସରପଞ୍ଚ ଚିତ୍ତ ରଞ୍ଜନ ବାଗ ମଧ୍ୟ ଆଶାୟୀ ଥିବା ଜଣାପଡିଛି।

ରେଙ୍ଗାଲିରେ ବହୁ ଶିଳ୍ପ ଅନୁଷ୍ଠାନ ଥିଲେ ମଧ୍ୟ ଏଠାରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ। ଏଠାରେ ହସ୍ପିଟାଲଟିଏ ନଥିବାବେଳେ ପାନୀୟ ଜଳ ସମସ୍ୟା, ପ୍ରଦୂଷଣ, ରାସ୍ତା ଘାଟ ସମସ୍ୟା, କୃଷକ ସମସ୍ୟା ଆଦି ପ୍ରମୁଖ ସମସ୍ୟା ରହିଛି। ଏହି ସବୁ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବେ ବୋଲି ଆଶାୟୀ ପ୍ରାର୍ଥୀ କହିଛନ୍ତି l ତେବେ ରାଜନୀତି ସମୀକ୍ଷକ କହିଛନ୍ତି, "ରମେଶ ପଟୁଆ, ଇଞ୍ଜିନିଅର ଗାନ୍ଧୀ ବେହେରା, ଅମର ତାଣ୍ଡିଆଙ୍କ ନାଁ ଆଶାୟୀ ଦୌଡ଼ ରହିଥିଲେ ମଧ୍ୟ ଏଥର ବିଜେଡି ସୁପ୍ରିମୋ କାହାକୁ ଟିକେଟ ଦେବେ ତାହା ପରେ ସ୍ପଷ୍ଟ ହେବ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.