ETV Bharat / state

ମହାରାଷ୍ଟ୍ରରୁ ଫେରି ସମ୍ବଲପୁରରେ 2 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - ସମ୍ବଲପୁରରେ କୋରୋନା ସ୍ଥିତି

କୋରୋନା କବଳରେ ସମ୍ବଲପୁରରେ ଆଉ ଦୁଇ ନୂଆ ଆକ୍ରାନ୍ତ ଚିହ୍ନଟ । ଶୁକ୍ରବାର ଚିହ୍ନଟ ହୋଇଥିବା ଏହି ଦୁଇ ମାମଲାରେ ଜଣେ 22 ବର୍ଷୀୟ ଯୁବକ ରହିଥିବା ବେଳେ ଅନ୍ୟ ଜଣେ 50 ବର୍ଷୀୟ ବୃଦ୍ଧ ରହିଛନ୍ତି । ଉଭୟେ କିଛି ଦିନ ପୂର୍ବରୁ ମହାରାଷ୍ଟ୍ରରୁ ଫେରିଥିଲେ ।

cororna update in sambalpur, sambalpur latest news, 2 new cases in sambalpur, corona situation in sambalpur, coronavirus news, ସମ୍ବଲପୁରରେ କୋରୋନା ଅପଡେଟ, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌, ସମ୍ବଲପୁରରେ 2 ନୂଆ ମାମଲା, ସମ୍ବଲପୁରରେ କୋରୋନା ସ୍ଥିତି, କୋରୋନା ଭାଇରସ ନ୍ୟୁଜ୍‌
ମହାରାଷ୍ଟ୍ରରୁ ଫେରି ସମ୍ବଲପୁରରେ 2 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jun 26, 2020, 6:54 PM IST

ସମ୍ବଲପୁର: କୋରୋନା କବଳରେ ସମ୍ବଲପୁରରେ ଆଉ ଦୁଇ ନୂଆ ଆକ୍ରାନ୍ତ ଚିହ୍ନଟ । ଶୁକ୍ରବାର ଚିହ୍ନଟ ହୋଇଥିବା ଏହି ଦୁଇ ମାମଲାରେ ଜଣେ 22 ବର୍ଷୀୟ ଯୁବକ ରହିଥିବା ବେଳେ ଅନ୍ୟ ଜଣେ 50 ବର୍ଷୀୟ ବୃଦ୍ଧ ରହିଛନ୍ତି । ଉଭୟ କିଛି ଦିନ ପୂର୍ବରୁ ମହାରାଷ୍ଟ୍ରରୁ ଫେରିଥିଲେ । ଏହାପରେ ଏମାନେ ରେଙ୍ଗାଲୀ ବ୍ଲକସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହି ଆସୁଥିଲେ । ହେଲେ ଶୁକ୍ରବାର ଏମାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଉଭୟଙ୍କୁ ଜିଲ୍ଲାର କୋଭିଡ-19 ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଉଭୟଙ୍କ ପାଖରେ କୋରୋନା ଲକ୍ଷଣ ଦେଖାଯାଇନଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସୂଚନା ମୁତାବକ ଜିଲ୍ଲାରେ 2 ଦିନ ତଳେ ଏକକାଳୀନ 13ଟି ପଜିଟିଭ ମାମଲା ଚିହ୍ନଟ ହୋଇଥିଲା । ମୁଖ୍ୟତଃ ଜିଲ୍ଲାର ଗ୍ରାମାଞ୍ଚଳରୁ ନୂଆ ମାମଲା ଚିହ୍ନଟ ହେଉଥିବାରୁ ଜମେନକିରା ଓ ରେଙ୍ଗାଲୀ ଅଞ୍ଚଳବାସୀଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରର ହୋଇଥିବାରୁ ଭୟ କରିବାର କୌଣସି କାରଣ ନାହିଁ ବୋଲି ଜିଲ୍ଲା ପ୍ରଶାସନ ଅଞ୍ଚଳବାସୀଙ୍କୁ ଆଶ୍ବସ୍ତ କରିଛି ।

ସେପଟେ ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.