ସମ୍ବଲପୁର/ରାଉରକେଲା: ପୁଣି ବଜ୍ରାଘାତ ନେଲା ଜୀବନ । ବଜ୍ରାଘାତରେ ରାଜ୍ୟର ପୃଥକ ପୃଥକ ସ୍ଥାନରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ସମ୍ବଲପୁରରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣଙ୍କ ରାଉରକେଲାରେ ମୃତ୍ୟୁ ଘଟିଛି । ମୃତକ ଦ୍ବୟ ହେଲେ ସମ୍ବଲପୁର ନକ୍ସାପାଲିର ଅନାମ ଗୁରୁ ଓ ସୁନ୍ଦରଗଡ ଜିଲ୍ଲା ବରେଇଗଡା ଗାଁର ରାହୁଲ ଗୌଡ ।
ସୂଚନା ଅନୁଯାୟୀ, ନକ୍ସାପାଲିର ଅନାମ ଗୁରୁ ନଦୀକୁ ଗାଧେଇବାକୁ ଯାଇଥିବାବେଳେ ଘଟିଛି ଏହି ଅଘଟଣ । ସେ ନଦୀରେ ଗାଧେଇବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ସେହିପରି ସୁନ୍ଦରଗଡର ରାହୁଲ ଗୌଡ ଅପରାହ୍ନ ସମୟରେ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ସେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା ଓ ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ