ETV Bharat / state

ପିଇବାକୁ ପାଣିନାହିଁ, ତ୍ରିରଙ୍ଗା ଧରି ରାସ୍ତା ଅବରୋଧ କଲେ ମହିଳା - ପିଇବା ପାଣି ଦାବି କରି ମହିଳାଙ୍କ ଧାରଣା

ରାୟଗଡ଼ାରେ ପାନୀୟ ଜଳରୁ ବଞ୍ଚିତ ଥିବା ଅଭିଯୋଗରେ ହାତରେ ତ୍ରିରଙ୍ଗା ପତାକା ଧରି ରାସ୍ତା ଅବରୋଧ କଲେ ମହିଳା । ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଯୋଗୁଁ ପ୍ରାୟ ୧୬ ଦିନ ହେବ ବନ୍ଦ ରହିଛି ପାନୀୟ ଜଳ ଯୋଗାଣ । ବର୍ଷା ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ହେଉଛନ୍ତି ଆକ୍ରାନ୍ତ । ଅଧିକ ପଢ଼ନ୍ତୁ

ପିଇବାକୁ ମିଳୁନି ପାଣି, ତ୍ରିରଙ୍ଗା ପତକା ଧରି ରାସ୍ତା ଅବରୋଧ କଲେ ମହିଳା

author img

By

Published : Aug 16, 2022, 9:40 AM IST

Updated : Aug 16, 2022, 11:27 AM IST

ରାୟଗଡ଼ା: ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଦୀର୍ଘ ୧୬ ଦିନ ହେବ ପାନୀୟ ଜଳରୁ ବଞ୍ଚିତ ଥିବା ଅଭିଯୋଗ କରି ରାସ୍ତା ଅବରୋଧ କଲେ ମହିଳା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ । ହାତରେ ତ୍ରିରଙ୍ଗା ପତାକା ଧରି ଧାରଣାରେ ବସିଥିବା ମହିଳାଙ୍କୁ ପ୍ରଶାସନର ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ।

ପିଇବାକୁ ମିଳୁନି ପାଣି, ତ୍ରିରଙ୍ଗା ପତକା ଧରି ରାସ୍ତା ଅବରୋଧ କଲେ ମହିଳା

ସୂଚନା ଅନୁସାରେ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବା ଯୋଗୁଁ ଜଳ ଓ ପରିମଳ ବିଭାଗ ପକ୍ଷରୁ ପୁରୁଣା ପାଇପ ବାହାର କରି ନୂତନ ପାଇପ ବିଛାଯାଇଛି । କନ୍ତୁ ପ୍ରତ୍ୟକ ସାହିକୁ ପାଇପ ଗୁଡିକ ସଂଯୋଗ କରାଯାଉ ନଥିବାରୁ ଆଜକୁ ପ୍ରାୟ ୧୬ ଦିନ ହେବ ସ୍ଥାନୀୟ ଲୋକେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି । ସେଥିପାଇଁ ବାଧ୍ୟ ହୋଇ ସେମାନେ ବର୍ଷା ପାଣି ବ୍ୟବହାର କରିବାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବାରମ୍ବାର ବ୍ଲକ ପ୍ରଶାସନ ଓ ଜନ ପ୍ରତିନିଧିଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନଥିଲେ ।

ଶେଷରେ ବ୍ଲକ ସଦର ମହକୁମାରେ ମହିଳା ମାନେ ରାଜ ରାସ୍ତାକୁ ଓହ୍ଲାଇଥିଲେ । ପାନୀୟଜଳ ସମସ୍ୟା ଦୂର ନକରିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବୁ ନାହିଁ ବୋଲି କହିଥିଲେ ଆନ୍ଦୋଳନକାରୀ । ଏଭଳି ପରିସ୍ଥିତି ଦେଖି ସ୍ଥାନୀୟ ପୁଲିସ ବୁଝାସୁଝା କରିଥିଲେ ମଧ୍ୟ କେହି ଶୁଣିନଥିଲେ । ପରେ ସ୍ଥାନୀୟ ବିଡିଓ ବଳରାମ ପାତ୍ର, ପୁଲିସ ଅଧିକାରୀ ଏବଂ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀ ବୁଝାସୁଝା କରିବା ପରେ ରାସ୍ତାରୋକ ହାଟିଥିଲା ।

ଇଟିଭି ଭାରତ, ରାୟଗଡ଼ା

Last Updated : Aug 16, 2022, 11:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.