ETV Bharat / state

ଜଳସମ୍ପଦ ମନ୍ତ୍ରୀଙ୍କ ରାୟଗଡା ଗସ୍ତ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା - ଅନୁସୂଚିତ ଜାତି ଏବଂ ଜନଜାତି ଓ ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା

ରାୟଗଡା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜଳ ସମ୍ପଦ ମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ତାଙ୍କ ସହ ଅନୁସୂଚିତ ଜାତି ଏବଂ ଜନଜାତି ଓ ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଉପସ୍ଥିତ ଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Oct 24, 2019, 11:31 PM IST

ରାୟଗଡା: ଆଜି(ଗୁରୁବାର) ରାୟଗଡା ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଏହି ଅବସରରେ ସ୍ଥାନୀୟ ସର୍କିଟ ହାଉସରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେବା ସହ ଜିଲ୍ଲାରେ ଜଳ ସମ୍ପଦ ବିଭାଗ ଦ୍ବାରା ସେଚ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି ।

ଜଳ ସମ୍ପଦ ମନ୍ତ୍ରୀଙ୍କ ରାୟଗଡା ଗସ୍ତ

ବୈଠକରେ ସମ୍ପୂର୍ଣ୍ଣ ହୋଇଯାଇଥିବା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ବିଷୟରେ ବିସ୍ତୁତ ଆଲୋଚନା କରିବା ସହ ଉଠା ଜଳସେଚନ ଏବଂ ବୃହତ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ ମନ୍ତ୍ରୀ ।

ଏହାସହ ଯେକୌଣସି ଜଳସେଚିତ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମତାମତ ନେଇ ପ୍ରକଳ୍ପ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅନୁସୂଚିତ ଜାତି ଏବଂ ଜନଜାତି ଓ ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଜିଲ୍ଲାରେ ଅନେକ ଗାଁରେ ଲୋକଙ୍କୁ ନ ପଚାରି ଏବଂ ଲୋକଙ୍କ ଆବଶ୍ୟକତାକୁ ବିଚାର କରାନଯାଇ ସେଚ ପ୍ରକଳ୍ପ ହେଉଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ ।

ରାୟଗଡା ଜିଲ୍ଲାରେ ବର୍ତମାନ ସୁଦ୍ଧା 26 ପ୍ରତିଶତ ଚାଷ ଜମିକୁ ଜଳସେଚନ ହୋଇଥିବା ବିଭାଗୀୟ ଅଧିକାରୀ ମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତେବେ ଏହାକୁ ଆଗାମୀ ଦିନରେ 35 ପ୍ରତିଶତକୁ କିପରି ବୃଦ୍ଧି କରିହେବ ସେନେଇ ଉପସ୍ଥିତ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକୁ ଭୁଲିଗଲେ ଜଳ ସମ୍ପଦ ମନ୍ତ୍ରୀ Body:

ଆଜି ରାୟଗଡା ଜିଲ୍ଲାକୁ ଦିନିକିଆ ଗସ୍ତ କରି ସ୍ଥାନୀୟ ସର୍କିଟ ହାଉସରେ ଆୟୋଜିତ ସମିକ୍ଷା ବୈଠକରେ ଯୋଗଦେବା ସହ ଜିଲ୍ଲାରେ ଜଳ ସମ୍ପଦ ବିଭାଗ ଦ୍ୱାରା ସେଚ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି ଜଳ ସମ୍ପଦ ତଥା ସୁଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦ ଦାସ । ଏହି ବୈଠକରେ ସମ୍ପୁର୍ଣ୍ଣ ହୋଇଯାଇଥିବା ଜଳସେଚ ପ୍ରକଳ୍ପ କାର୍ଯ୍ୟକାରିତ ସମ୍ବନ୍ଧରେ ବିସୃୁତ ଆଲୋଚନା କରିବା ସହ ଉଠାଜଳସେଚନ ଏବଂ ବୃହତ ଉଠା ଜଳ ସେଚନ ପ୍ରକଳ୍ପ ଗୁଡିକ ଅଗ୍ରଗତି ସଂମ୍ପର୍କରେ ବୈଠକରେ ପଚାରି ବୁଝିଥିଲେ । ତେବେ ଯେକୌଣସି ଜଳସେଚିତ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ସ୍ଥନୀୟ ଅଚଂଳବାସୀଙ୍କ ମତାମତ ନେଇ ପ୍ରକଳ୍ପ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମନଇଚ୍ଛା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ଆଯଥା ପଇସା ବରବାଦ ହେବ । ଏହି ବୈଠକରେ ବିଷମକଟକ ବିଧାୟକ ତଥା ଅନୁସୂଚିତ ଜାତି ଏବଂ ଜନଜାତି ଓ ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଜିଲ୍ଲାରେ ଅନେକ ଗାଁରେ ଲୋକଙ୍କୁ ନ ପଚାରି ଏବଂ ଲୋକଙ୍କ ଆବଶ୍ୟକତାକୁ ବିଚାର କରାନଯାଇ ଅନେକ ଯାଗାରେ ସେଚ ପ୍ରକଳ୍ପ ହେବା ଦ୍ୱାରା ସ୍ଥାନୀୟ କୃଷକଙ୍କୁ କୌଣସି ଲାଭ ହେଉନଥିବା ନେଇ ଉଦବେଗ ପ୍ରକାଶ କରିଥିଲେ । ତେବେ ରାୟଗଡା ଜିଲ୍ଲାରେ ବର୍ତମାନ ସୁଦ୍ଧା ୨୬ ପ୍ରତିଶତ ଚାଷ ଜମିରେ ହୋଇପାରି ଥିବା ବିଭାଗିୟ ଅଧିକାରି ମନ୍ତ୍ରୀଙ୍କୁ ରିପୋଟ ପ୍ରଦାନ କରିଥିଲେ । ଏହି ସଂଖ୍ୟାକୁ ଆଗାମୀ ଦିନରେ ୩୫ ପ୍ରତିଶତ କିପରି ବୃଦ୍ଧି କରିହେବ ସେନେଇ ଉପସ୍ତିତ ଅଧିକାରିଙ୍କୁ ମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ । ତେବେ ସବୁଠାରୁ ବଡ଼ କଥା ଜିଲ୍ଲା ଗସ୍ତ ସମୟରେ ମନ୍ତ୍ରୀଙ୍କ ପାଇଁ ମୁଖ୍ୟ ମନ୍ତ୍ରୀଙ୍କ କରିଥିବା କାର୍ଯ୍ୟଖସଡ଼ାକୁ ଭୁଲିଗଲେ ଜଳ ସମ୍ପଦ ତଥା ସୁଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦ ଦାସ । ମନ୍ତ୍ରୀ ମାନେ ଅନ୍ୟ ଜିଲ୍ଲା ଗସ୍ତ ସମୟରେ ମଧ୍ୟାହ୍ନ ଭୋଜନ ସମୟରେ ଅନାଥାଶ୍ରମ , ଭିନ୍ନକ୍ଷମ ଏବଂ ଶିଶୁ ମାନଙ୍କ ପାଇଁ ଥିବା ସରକାରୀ ଅନୁଷ୍ଠାନ ତଥା ସ୍କୁଲ ଓ ଆହାର କେନ୍ଦ୍ରରେ ଅଚାନକ ପହଁଚି ସେଠାରେ ଭୋଜନ କରିବାକୁ ନିର୍ଦ୍ଧେଶ ଦେଇଥିଲେ । କିନ୍ତୁ ମାନ୍ୟବର ମନ୍ତ୍ରୀ ଶ୍ରୀଦାସ ଏସବୁ ମଧ୍ୟରୁ ଗୋଟିଏରେ ମଧ୍ୟ ଭୋଜନ ନକରି ବରଂ ସର୍କିଟ ହାଉସରେ ରାଜକିୟ ଖାନାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଯୋର ଧରିଛି ।
ବାଇଟ - ରଘୁନନ୍ଦ ଦାସ ( ମନ୍ତ୍ରୀ , ଜଳ ସମ୍ପଦ ତଥା ସୁଚନା ଲୋକସମ୍ପର୍କ )Conclusion:ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକୁ ଭୁଲିଗଲେ ଜଳ ସମ୍ପଦ ମନ୍ତ୍ରୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.