ETV Bharat / state

ରାୟଗଡ଼ାରେ ବନ୍ଦ ଡାକରାର ପ୍ରଭାବ: ଚକଅଖ ଠପ, ଯାତ୍ରୀ ହନ୍ତସନ୍ତ

author img

By

Published : Apr 20, 2023, 8:01 AM IST

ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ରାୟଗଡ଼ା ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଯାନବାହନ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ହନ୍ତସନ୍ତ । ଅଧିକ ପଢ଼ନ୍ତୁ

12 hours bandh in rayagada over sambalpur violence
ରାୟଗଡ଼ାରେ ବନ୍ଦ ଡାକରାର ପ୍ରଭାବ
ରାୟଗଡ଼ାରେ ବନ୍ଦ ଡାକରାର ପ୍ରଭାବ

ରାୟଗଡ଼ା: ସମ୍ବଲପୁର ହିଂସାକାଣ୍ଡ ନେଇ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ବନ୍ଦ ଡାକରାକୁ ଲୋକେ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା । ଏହାର ପ୍ରଭାବରେ ଜିଲ୍ଲାରେ ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ଆଦି ବନ୍ଦ ରହିଲା ।

ଏହା ମଧ୍ୟ ପଢ଼ନ୍ତୁ: ସମଗ୍ର ଦେଶରେ ବିଷ ମଞ୍ଜି ବୁଣି ଭାଇଚାରା ନଷ୍ଟ କରୁଛି ବିଜେପି: ବ୍ୟୋମକେଶ

ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବାଇକ ରାଲି ସମୟରେ ଦେଖାଦେଇଥିବା ହିଂସା ପ୍ରତିବାଦରେ ପଶ୍ଚିମ ଓଡିଶାର 14ଟି ଜିଲ୍ଲାରେ ବନ୍ଦ ପାଳନ କରାଯାଉଥିବା ରାୟଗଡ଼ା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି । ଶାନ୍ତିପୂର୍ଣ୍ଣ ଭାବେ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ବିଜେପି ତରଫରୁ ବନ୍ଦ ପାଳନ ଦିଆଯାଇଥିଲା । ଜିଲ୍ଲାର ସବୁ ଦୋକାନ ବଜାର ସମେତ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଇତ୍ୟାଦି ବନ୍ଦ ରହିଥିଲା ।

ବସ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ଏପରିକି ବନ୍ଦ ସମୟରେ ପୋଲିସ ଗାଡିକୁ ମଧ୍ୟ ଆନ୍ଦୋଳନକାରୀମାନେ ଛାଡିନଥିଲେ । ବଜରଙ୍ଗ କର୍ମୀମାନେ ବାଇକରେ ଯାଇ ବିଭିନ୍ନ ଜାଗାରେ ପିକେଟିଂ କରିଥିଲେ । କେବଳ ରାୟଗଡ଼ା ସହର ନୁହେଁ କୋଲନରା, ଗୁଦାରି, ପଦ୍ମପୁର, ମୁନିଗୁଡା, କାଶୀପୁର, ସମେତ ଗୁଣପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ଜରୁରୀ ସେବାକୁ ଏଥିରେ ବାଦ ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଓଡିଶାବାସୀଙ୍କୁ ଭୂଆଁ ବଲାଉଛନ୍ତି ରାଜ୍ୟ ସରକାର କହିଲେ କେନ୍ଦ୍ରମନ୍ତ୍ରୀ ଟୁଡୁ, ଭୁପେଶ ବଘେଲ କହିଲେ ଆହୁରି ବ୍ୟାରେଜ କରିବୁ

ପାରଳାଖେମୁଣ୍ଡି-ଗୁଣପୁର ଛକରେ ରାସ୍ତା ଅବରୋଧ କରି ବିଶ୍ଵହିନ୍ଦୁ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ ବିଜେପି ନେତା କହିଛନ୍ତି, " ହିନ୍ଦୁତ୍ବକୁ ନଷ୍ଟ କରିବା ପାଇଁ ଏହା ଏକ ସାମ୍ପ୍ରଦାୟିକ ଉଦ୍ୟମ । ଯାହାକୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ବର୍ଦାସ୍ତ କରାଯିବନି । ସମ୍ବଲପୁର ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଲୋକଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ରାମ ଭକ୍ତଙ୍କ ଉପରେ ବାରମ୍ବାର ଅଧର୍ମୀମାନେ ଅତ୍ୟାଚାର କରୁଥିବାରୁ ଏହାକୁ ବିରୋଧ କରିବା ସହ ଆଗାମୀ ଦିନରେ ଏଭଳି ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ।"

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.