ରାୟଗଡା: କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡାଗୁଡା ପଞ୍ଚାୟତର ପୋଡଚୁଆଁ ଗାଁରେ ବିବାହଭୋଜି ଖାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ 9 ଜଣ ଗୁରୁତର ଆହତ ହୋଇଛନ୍ତି।
ଗୁରୁତରଙ୍କୁ ଭିନ୍ନ ଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି । ଦୁଇ ଜଣିଆ ଡାକ୍ତରୀଦଳ ଗାଁରେ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି । ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ଡାକ୍ତରୀ ଦଳର ମୁଖ୍ୟ କହିଛନ୍ତି । ଏହା ସହ ଗ୍ରାମରୁ ପିଇବା ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି ।
ଗତ ରବିବାର ଗ୍ରାମର ଜନୈକ ବ୍ୟକ୍ତିଙ୍କ କନ୍ୟାବିବାହ ଭୋଜି ଖାଇବାପରେ ଗ୍ରାମବାସୀମାନେ ପରଦିନ ପୁଣି ବରପକ୍ଷରୁ ଭୋଜି ଖାଇଥିଲେ । ଏହାର ଦୁଇଦିନ ପରେ ଗାଁର 30ରୁ ଊର୍ଦ୍ଧ୍ବ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏଥିରେ ନବୀନ କୁରୁସିକା (8 ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ