ETV Bharat / state

ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ !

author img

By

Published : Jan 20, 2022, 10:23 PM IST

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେଙ୍ଗା ଗାଁରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ମୃତକ ହେଲେ ବିଶୁ ଝୋଡିଆ(୪୮) ଓ ଧନେଶ୍ବର ଝୋଡିଆ(୫୨)। ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

two people killed in Renga village after drinking poisonous liquor
ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେଙ୍ଗା ଗାଁରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ମୃତକ ହେଲେ ବିଶୁ ଝୋଡିଆ(୪୮) ଓ ଧନେଶ୍ବର ଝୋଡିଆ(୫୨)। ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।

ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ

ଆଜି ବିଶୁ ଓ ଧନେଶ୍ବରଙ୍କ ଶେଷକୃତ୍ୟ ପୋଲିସକୁ ନ ଜଣାଇ ଗାଁ ମଶାଣିରେ କରି ଦିଆଯାଇଛି । ତେବେ ଘଟଣା ସମ୍ପର୍କରେ ଅବକାରୀ ବିଭାଗ ନିକଟରେ କୌଣସି ସୂଚନା ନଥିବା ବେଳେ ଖବର ପାଇ କାଶୀପୁର ପୁଲିସ ରେଙ୍ଗା ଗ୍ରାମରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପଟେ ଦୁଇ ଜଣ ଚୋରାରେ ବିକ୍ରି ହେଉଥିବା ଦେଶୀ ମଦ ଗତ ୨ ଦିନ ଧରି ପିଉଥିଲେ । ଗତକାଲି ସନ୍ଧ୍ୟାରେ ମଧ୍ୟ ବିଶୁ ଓ ଧନେଶ୍ବର ଦେଶୀ ମଦ ପାନ କରିଥିଲେ। ମଦ ପିଇବା ପର ଉଭୟ ଘରକୁ ଯାଇଥିଲେ ।

ହେଲେ ଘରେ ବିଳମ୍ବିତ ରାତିରେ ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପରେ ପରିବାର ଲୋକେ ଗାଁ ଲୋକଙ୍କ ସହାୟତାରେ ଶବକୁ ଗାଁ ମଶାଣିରେ ଉଭୟଙ୍କ ଶେଷକୃତ୍ୟ କରିଛନ୍ତି ।

ଅପରପଟେ ଜିଲ୍ଲାପାଳ କହିଛନ୍ତି ଘଟଣା ସମ୍ପର୍କରେ ସୂଚନା ମିଳିନାହିଁ । ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଚୋରା ମଦ ବିକ୍ରି ବନ୍ଦ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.