ETV Bharat / state

ଓଡିଶା-ଆନ୍ଧ୍ର ସୀମାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ପରିବାରର ୬ ମୃତ, ୭ ଆହତ

ଓଡିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ଅଟୋ ଉପରେ ଟ୍ରକ ମାଡିଯାୟୀ ୬ ଜଣଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ଓଡିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

author img

By

Published : Feb 22, 2023, 10:32 PM IST

ରାୟଗଡ଼ା : ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ରାଜ୍ୟ ଚୋଲପଦର ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏକ ଯାତ୍ରୀବାହୀ ଅଟୋ ଉପରେ ଟ୍ରକ ମାଡିଯାଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତକ ଓ ଆହତ କୋମରଡ଼ା ଥାନା ଅନ୍ତର୍ଗତ ଆଣ୍ଟିବାଲସା ଗ୍ରାମର ବୋଲି ସୂଚନା ମିଳିଛି । ମୃତକ ମାନେ ହେଲେ ମେଲେକା ଶାରଦା (୩୧), ମେଲେକା ଆମୁଡୁ (୪୪), ହୁଇକା ଲକ୍ଷ୍ମୀ (୪୫), ହୁଇକା ନାରସମା (୪୨) ଓ ମେଲେକା ଭେଙ୍କଟ (୫୯) । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି ।

ସୂଚନା ଆନୁଯାୟୀ, ଆଣ୍ଟିବାଲସା ଗ୍ରାମର ୧୨ ଜଣ ତୁମଲବାଲସା ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗଦାନ ପାଇଁ ଆସିଥିଲେ। ବିବାହର ଶୁଭ ଅବସର ରେ ଯୋଗଦାନ ଦେଇ ଖୁସି ର ମୁହୂର୍ତ୍ତ ସାଉଁଟି ସାରିବ ପରେ ନିଜ ଗ୍ରାମ ଅଭିମୁଖେ ବାହାରି ଥିଲେ ପରିବାର ର ୧୨ ଜଣ ସଦସ୍ୟ l ହେଲେ କିଏ ଜାଣିଥିଲା ଯେ ଖୁସି ର ଏହି ମୁହୂର୍ତ୍ତ ମନ ରୁ ଲିଭିବା ପୂର୍ବ ରୁ ଜୀବନ ଦୀପ ରାସ୍ତା ରେ ହିଁ ଲିଭିଯିବ l ବିବାହ କାର୍ଯ୍ୟ ସାରି ସମସ୍ତେ ଗୋଟିଏ ଅଟୋ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଅଟୋ ସହ ଧକ୍କା ହେଇଥିଲା ଟ୍ରକ l ପାର୍ବତୀପୁରମ ଆଡୁ ଆସୁଥିବା ଟ୍ରକ ଧକ୍କା ଏତେ ଜୋର ଥିଲା ଯେ ଅଟୋ ଚୂନଚୂନା ହେବ ସହ ଘଟଣାସ୍ଥଳରେ ହିଁ ୫ ଜଣ ଯାତ୍ରୀ ଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା l ବିବାହ ଉତ୍ସବ ର ଖୁସି ମୁହୂର୍ତ୍ତ ପାଲଟି ଯାଇଥିଲା ଦୁଃଖ ର ସାଗର l ୧୨ ଜଣ ଯାତ୍ରୀ ଙ୍କ ମଧ୍ୟ ରୁ ବଞ୍ଚି ଥିବା ୭ଜଣ ଯାତ୍ରୀ ମଧ୍ୟ ଗୁରତ୍ୱର ଅବସ୍ଥା ରେ କିଛି ସମୟ ଯାଏଁ ରାସ୍ତାରେ ପଡି ରହିଥିଲେ l

ଘଟଣାର ଖବର ପାଇ ଜିଲ୍ଲା ଆରୋକ୍ଷୀ ଅଧିକାରୀ କମୋରଡା ଥାନା ଅଧିକାରୀଙ୍କ ସହ ଘଟଣା ସ୍ଥଳ ରେ ପହଞ୍ଚି ଗୁରତ୍ୱର ଆହତଙ୍କୁ ପାର୍ବତୀପୁରାମ ମେଡିକାଲରେ ଭର୍ତ୍ତି କରିଥିଲେ l ପାର୍ବତୀପୁରମ ମେଡିକାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ଭେଙ୍କଟ ନାମକ ଆଉ ଜଣେ ମୃତ୍ୟୁବରଣ କରିଥିଲେ। l ଆହତଙ୍କ ମଧ୍ୟରୁ ୪ ଜଣକ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକତ୍ସା ପାଇଁ ବିଜୟନଗରମ ମେଡିକାଲକୁ ପଠା ଯାଇଛି l ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପର୍ବତୀପୁରମ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.