ETV Bharat / state

ଆଜି ରାୟଗଡାରେ ୧୦୫ କୋରୋନା ପଜିଟିଭ୍ ଚିହ୍ନଟ - new cororna cases found

ପ୍ରତିଦିନ ୧୦୦ରୁ ଉର୍ଦ୍ଧ୍ୱ ପଜିଟିଭ୍ ଚିହ୍ନଟ ହେଉଥିବାରୁ ସରକାରଙ୍କ ତରଫରୁ ରାୟଗଡା ଜିଲ୍ଲାକୁ ଗୁରୁତ୍ୱ ବେବା ସହ ଫୋକସରେ ରଖିଛନ୍ତି ।

ଆଜି ରାୟଗଡାରେ ୧୦୫ କୋରୋନା ପଜିଟିଭ୍ ଚିହ୍ନଟ
ଆଜି ରାୟଗଡାରେ ୧୦୫ କୋରୋନା ପଜିଟିଭ୍ ଚିହ୍ନଟ
author img

By

Published : Aug 20, 2020, 8:28 PM IST

ରାୟଗଡା: ଜିଲ୍ଲାରେ ଆଜି ୧୦୫ ନୂଆ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ୧୦୦ରୁ ଉର୍ଦ୍ଧ୍ୱ ପଜିଟିଭ୍ ଚିହ୍ନଟ ହେଉଥିବାରୁ ସରକାରଙ୍କ ତରଫରୁ ରାୟଗଡା ଜିଲ୍ଲାକୁ ଗୁରୁତ୍ୱ ବେବା ସହ ଫୋକସରେ ରଖିଛନ୍ତି । ତେବେ ଟେଷ୍ଟିଂ ସଂଖ୍ୟା ବଢୁଥିବାରୁ ପଜିଟିଭ୍ ସଂଖ୍ୟା ଅଧିକ ମାତ୍ରାରେ ଚିହ୍ନଟ ହେଉଛନ୍ତି ବୋଲି ପ୍ରଶାସନ ତରଫରୁ କୁହାଯାଇଛି ।

ଆଜି ରାୟଗଡାରେ ୧୦୫ କୋରୋନା ପଜିଟିଭ୍ ଚିହ୍ନଟ

ପିଜିଟିଭ୍ ସଂଖ୍ୟା ଅଧିକ ଚିହ୍ନଟ ହେଉଥିବାରୁ ଜିଲ୍ଲାବାସୀଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ୧୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ ଜଣ ପୁରୁଷ ଥିବା ବେଳେ ୪୨ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୬୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପଡୋଶୀ ଆନ୍ଧ୍ରପ୍ରଦେଶ ଏବଂ ଆହ୍ଲାବାଦରୁ ଆସିଥିବା ସୂଚନା ରହିଛି । ଏଥି ସହ ୩ ଜଣ କୋରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି ।

ରାୟଗଡା ପୌରାଞ୍ଚଳରୁ ୧୧, ରାୟଗଡ଼ା ଗ୍ରାମାଞ୍ଚଳରୁ ୨୯, ଗୁଣପୁର ପୌରାଞ୍ଚଳରୁ ୨, ଗୁଣପୁର ଗ୍ରାମାଞ୍ଚଳରୁ ୨, କଲୋନରାରୁ ୩, ବିଷମକଟକରୁ ଜଣେ, ମୁନିଗୁଡାରୁ ୧୪, କଲ୍ୟାଣସିଂହପୁରରୁ ୧୯, ଚନ୍ଦ୍ରପୁରରୁ ୧୦, ଗୁଡାରୀରୁ ୧୯, ପଦ୍ମପୁରରୁ ୧୯, ରାମନାଗୁଡାରୁ ୪ ଏବଂ କାଶିପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇ ୧୪୪୭ ଜଣ ଘରକୁ ଫେରିଛନ୍ତି ଏବଂ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭ ରେ ପହଞ୍ଚିଛି । ସେହିପରି ୧୧୯୮ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି ।

ଏପଟେ ସଟଡାଉନ ନିୟମ ମାନୁନଥିବା ଅମାନିଆଙ୍କୁ ସାବାଡ ନ କରିବା ଯୋଗୁଁ ହୁ ହୁ ହୋଇ ଆକ୍ରାନ୍ତ ବଢିଚାଲିଛି । ପୋଲିସର କଡା ପଦକ୍ଷେପ ଗ୍ରହଣ କରାଯାଉ ନାହିଁ କି ପେଟ୍ରୋଲିଂକୁ ଜୋରଦାର କରାଯାଉନାହିଁ । ବର୍ତମାନ ଜିଲ୍ଲାରେ ଟେଷ୍ଟିଂର ପରିମାଣ ବଢା ଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହେଉଛନ୍ତି । ତେଣୁ ଏଥିର କୌଣସି ପ୍ରକାର ଭୟଭୀୟ ନ ହେବାରୁ ପାଇଁ ରାୟଗଡ଼ା ସିଡ଼ିଏମଓ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.