ରାୟଗଡ଼ା: ଦିନକୁ ଦିନ ରାୟଗଡରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆଜି ପୁଣି ଜିଲ୍ଲାରେ 9 କରୋନା ଯୋଦ୍ଧାଙ୍କ ସହ 47ଜଣ ଚିହ୍ନଟ ହୋଇଛନ୍ତି ଓ ଜଣଙ୍କ ମୃତ୍ୟୁ ଘଟିଛି। ସଂକ୍ରମିତ 9ଜଣ କୋଭିଡି ଯୋଦ୍ଧାଙ୍କ ମଧ୍ୟରେ କୋଲନରା ତହସିଲଦାର, ପଦ୍ମପୁର ବ୍ଲକର ଜଣେ ସମ୍ପ୍ରସାରଣ ଅଧିକାରୀ, 5 ଜଣ ସ୍ଵାସ୍ଥ୍ୟ କର୍ମଚାରୀ ଅନ୍ତର୍ଭୁକ୍ତ।
ଆଜି ସୁଦ୍ଧା ଜିଲ୍ଲାରେ 242 ଜଣ ସଂକ୍ରମିତ ହୋଇଥିବା ବେଳେ 138 ଜଣ ସୁସ୍ଥ ହୋଇଛନ୍ତି ଓ 2 ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ପ୍ରତିଷେଧକ ସ୍ୱରୂପ ପଦ୍ମପୁର ବ୍ଳକ କାର୍ଯ୍ୟାଳୟ ଓ ସହର ସମେତ ଥେରୁବାଲି ବଜାର ତିନିଦିନ ପାଇଁ ସଟଡାଉନ ଓ 7ଦିନ ପାଇଁ କୋଲନରା ତହସିଲ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ପଦ୍ମପୁର ପ୍ରଭାବିତ ଅଞ୍ଚଳ ଓ ବ୍ଲକ କାର୍ଯ୍ୟାଳୟ ବିଶୋଧନ କରାଯିବା ସହ ବ୍ୟାରିକେଟ କରାଯାଇଛି।
ତେବେ ପଦ୍ମପୁର ଠାରେ ଏକ ସାମାଜିକ ଅନୁଷ୍ଠାନରେ ଯୋଗ ଦେଇ ଜଣେ କରୋନା ରୋଗୀ ସଂସ୍ପର୍ଶରେ ଆସି ଆଜି 22ଜଣ ସଂକ୍ରମିତ ହୋଇଥିବାରୁ ସାମାଜିକ ଅନୁଷ୍ଠାନରୁ ଦୁରେଇ ରହିବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆହ୍ୱାନ ଦେଇଛନ୍ତି । ଜିଲ୍ଲାରେ 9 ଜଣ କୋରୋନା ଯୋଦ୍ଧାଙ୍କ ସହ 47 କୋରୋନା ପଜିଟିଭ ପରେ ପଦ୍ମପୁର ଓ ଠେରୁବାଲି କୁ 3ଦିନ ପାଇଁ ସଟଡାଉନ ଘୋଷଣା କଲା ଜିଲ୍ଲା ପ୍ରଶାସନ ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ