ETV Bharat / state

Omicron ମୁକାବିଲା ପାଇଁ ପ୍ରସ୍ତୁତ ରାୟଗଡା, ଖୋଲିଲା ୩ଟି କୋଭିଡ ସେଣ୍ଟର - covid center reopens in rayagada

ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢୁଛି । ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ଗୁଣୁପୁର ଉପଜିଲ୍ଲାପାଳ ଜେ. ସୋନାଲ, ଗୁଣୁପୁର ଏବଂ ରାୟଗଡା ଉପଖଣ୍ଡର ସ୍ଥିତି ପରଖିଥିଲେ । ଅଧିକ ପଢନ୍ତୁ

ଅମିକ୍ରାନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି: ଖୋଲିଲା ୩ଟି କୋଭିଡ ସେଣ୍ଟର

author img

By

Published : Jan 15, 2022, 7:32 AM IST

ରାୟଗଡା: ରାଜ୍ୟରେ କରୋନା ମହାମାରୀର ତୃତୀୟ ଲହରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ୁଥିବା ଦୃଷ୍ଟିରୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାୟଗଡା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତରଫରୁ ଶୁକ୍ରବାର ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ଗୁଣୁପୁର ଉପଜିଲ୍ଲାପାଳ ଜେ. ସୋନାଲ, ଗୁଣୁପୁର ଏବଂ ରାୟଗଡା ଉପଖଣ୍ଡର ସ୍ଥିତି ପରଖିଥିଲେ । ଗୁଣୁପୁରର ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ବିଷମକଟକର କୋଭିଡ ସେଣ୍ଟରକୁ ଯାଇ ସେଠାକାର ସ୍ଥିତି ପରିଖିବା ପରେ ସେଠାକାର ଅଧିକାରୀଙ୍କୁ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଠିକ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅମିକ୍ରାନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର

ଅନ୍ୟପଟେ ଗୁଣୁପୁରର ଘରୋଇ ହସ୍ପିଟାଲ ସୋମନାଥ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ ସେଣ୍ଟର କରିବା ଉପରେ ସେଠାକାର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସୋମନାଥ ଘରୋଇ ହସ୍ପିଟାଲରେ ଖୁବଶୀଘ୍ର ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ସହ ସ୍ୱତନ୍ତ୍ର କୋଭିଡ ସେଣ୍ଟର ଖୋଲାଯିବ ବୋଲି ଜଣାପଡିଛି । ରାୟଗଡା ଜିଲ୍ଲାରେ ତିନୋଟି କୋଭିଡ ସେଣ୍ଟର ପୂର୍ବରୁ ଥିବାବେଳେ ଜେକେପୁରର କୋଭିଡ ସେଣ୍ଟରରେ ଅଚଳାବସ୍ଥା ଥିବା ଏବଂ ବିଭିନ୍ନ ସମୟରେ କୋରୋନା ରୋଗୀଙ୍କୁ ଠିକଭାବେ ସେବା ଯୋଗାଉ ନଥିବା ଅଭିଯୋଗ ହେଉଥିଲା ତେଣୁ, ଗୁଣୁପୁରର ଘରୋଇ ସୋମନାଥ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ ସେଣ୍ଟର କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଉଥିବା ଜଣାପଡିଛି ।

ସେହିପରି ରାୟଗଡା ଉପଖଣ୍ଡର ପେଣ୍ଠା ଠାରେ ମଧ୍ୟ କୋଭିଡ ସେଣ୍ଟରକୁ ଯାଇ ସେଠାକାର ସ୍ଥିତି ପରିଖିବା ସହ ଅଧିକାରୀଙ୍କୁ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଠିକ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଏହି ଗସ୍ତ ସମୟରେ ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.