ETV Bharat / state

ରାୟଗଡାରେ କଡାକଡି ଲକଡାଉନ, ସ୍ଥିତି ପରଖିଲେ ଏସପି - raygada lockdown

ରାୟଗଡାରେ କଡାକଡି ହେଲା ଲକ ଡାଉନ୍‌ । ତୃଣମୂଳ ସ୍ତରରେ ସ୍ଥିତି ଅନୁଧ୍ୟାନ କଲେ ରାୟଗଡା ଏସ୍‌ପି । ଅଧିକ ପଢନ୍ତୁ....

The lockdown was severe In Rayagada
ରାୟଗଡାରେ କଡାକଡି ହେଲା ଲକ୍ ଡାଉନ୍‌
author img

By

Published : Apr 1, 2020, 8:35 PM IST

ରାୟଗଡା: ରାୟଗଡାରେ କଡାକଡି ହେଲା ଲକ୍ ଡାଉନ୍‌ । ଲକ୍ ଡାଉନ୍‌କୁ ବେଖାତିର କରୁଥିବା ଲୋକଙ୍କ ଉପରେ ଅଙ୍କୁଶ ଲଗାଇବ ରାୟଗଡା ପୋଲିସ୍ । ବୁଧବାର ଠାରୁ ଦୋକାନ ବଜାର ଖୋଲିବା ସମୟକୁ 12 ଘଣ୍ଟାରୁ 4 ଘଣ୍ଟାକୁ ସିମିତ କରିଛି ପ୍ରଶାସନ । ଏହାକୁ ନେଇ ସ୍ଥିତ ଅନୁଧ୍ୟାନ କରିବା ପାଇଁ ସହରର ବିଭିନ୍ନ ଗଳି କନ୍ଦିରେ ଘୁରି ବୁଲୁଛନ୍ତି ରାୟଗଡା ଏସ୍‌ପି ସମେତ ପ୍ରଶାସନିକ ଅଧିକାରୀ । ବିଭିନ୍ନ ଛକ ବୁଲି ଯୋଜନାବଦ୍ଧ ଭାବେ ପନିପରିବା ସମେତ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ନକ୍ସା ପ୍ରସ୍ତୁତ କରୁଛନ୍ତି ଏସ୍‌.ପି ।

ରାୟଗଡାରେ କଡାକଡି ହେଲା ଲକ୍ ଡାଉନ୍‌

ଏହା ସହ ବିଗତ ୨ ଦିନ ମଧ୍ୟରେ ବିନା କାରଣରେ ସହରରେ ବୁଲୁଥିବା ୫୦ରୁ ଅଧିକ ଲୋକଙ୍କ ଠାରୁ ବାଇକ ଜବତ କରି 26 ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଏନେଇ ରାୟଗଡା ଏସପିଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.