ETV Bharat / state

ରାୟଗଡ଼ାରେ ୭୨ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ, ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା

author img

By

Published : Nov 6, 2020, 10:40 PM IST

ରାୟଗଡ଼ା ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି(ଶୁକ୍ରବାର) ୭୨ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ପ୍ରମୁକ ବ୍ୟକ୍ତି ବିଶେଷ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ। ଅଧିକ ପଢ଼ନ୍ତୁ...

ରାୟଗଡ଼ାରେ ୭୨ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ, ବିଭିନ୍ନ ସମସ୍ୟାକୁ ନେଇ ହେଲା ଆଲୋଚନା

ରାୟଗଡ଼ା: ରାୟଗଡ଼ା ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି(ଶୁକ୍ରବାର) ୭୨ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା ହୋଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ଜିଲ୍ଲାରେ ପାନୀୟ ଜଳର ସମସ୍ୟା, ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ବାରୋପ କରଯାଇଥିଲା। ଏହାସହ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ତେବେ କୋରୋନାର ସଫଳ ପରିଚାଳନା ଯୋଗୁଁ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଥିଲେ ଉପସ୍ଥିତ ଅତିଥି।

ଏହାସହ ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କୁ ନିଜ ନିଜ ଅଂଚଳର ପାନୀୟ ଜଳର ସମାଧାନ ଦିଗରେ କାମ କରିବା ପାଇଁ ଅନୁରୋଧ କରାଯାଇଥିଲା। ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଆଲୋଚନା କରିଥିଲେ ସାଂସଦ ଏନ.ଭାସ୍କର ରାଓ। କରୋନା ମହାମାରୀ ଯୋଗୁଁ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ପ୍ରଦାନ କରାଯାଉଛି। ତେବେ ୬୦ ପ୍ରତିଶତ ବିଦ୍ୟାର୍ଥି ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ରହୁଛନ୍ତି। ଏହାକୁ ନେଇ କେତେକ ଅତିଥି ବିରୋଧ କରିଥିଲେ। ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା।

ଆୟୋଜିତ ଏହି ବୈଠକରେ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ରାଜ୍ୟ ସଭା ସାଂସଦ ଏନ.ଭାସ୍କର ରାଓ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କମିଟିର ଉପଦେଷ୍ଟା ସୁଧୀର ଦାଶ ଓ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.