ETV Bharat / state

ପିଇବା ପାଣି ନେଇ ଉଦବେଗ, ବାର୍ଷିକ ଯୋଜନା ଚିଠା ଉପସ୍ଥାପନା କଲେ ଯୋଗାଣ ମନ୍ତ୍ରୀ - ବାର୍ଷିକ ଯୋଜନା ଚିଠା

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ବିଂଶତମ ଜିଲ୍ଲା ଯୋଜନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବାର୍ଷିକ ଯୋଜନା ଚିଠା ଉପସ୍ଥାପନା କଲେ ଯୋଗାଣ ମନ୍ତ୍ରୀ । ଅଧିକ ପଢ଼ନ୍ତୁ

ବାର୍ଷିକ ଯୋଜନା ଚିଠା ଉପସ୍ଥାପନା କଲେ ଯୋଗାଣ ମନ୍ତ୍ରୀ

author img

By

Published : Apr 22, 2023, 7:03 PM IST

ବାର୍ଷିକ ଯୋଜନା ଚିଠା ଉପସ୍ଥାପନା କଲେ ଯୋଗାଣ ମନ୍ତ୍ରୀ

ରାୟଗଡା: ଜିଲ୍ଲାରେ ପିଇବା ପାଣିକୁ ନେଇ ଉଦବେଗ । ଗତକାଲି(ଶୁକ୍ରବାର) ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ବିଂଶତମ ଜିଲ୍ଲା ଯୋଜନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାୟଗଡା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଯୋଗାଣ ମନ୍ତ୍ରୀ ଅତୁନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ 2021-22ର 594 ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ମୁଖ୍ୟତଃ ବିଜୁଳି, ସଡ଼କ ଓ ପାଣିକୁ ଗୁରୁତ୍ଵ ଦିଆଯାଇଥିଲା ।

ମନ୍ତ୍ରୀ ଅତୁନୁ ସବ୍ୟସାଚୀ କହିଛନ୍ତି, ‘‘ଜିଲ୍ଲା ଯୋଜନା କମିଟି ବୈଠକରେ ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ଯାହା ନିଷ୍ପତ୍ତି ନିଆଯାଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ । ତାହାକୁ ଅନୁମୋଦନ କରାଯାଇ କାର୍ଯ୍ୟକାରୀ କରାଯିବ । ବୈଠକରେ ଜିଲ୍ଲାରେ ଆବଶ୍ୟକ ଥିବା ବିଜୁଳି, ଜଳ, ଓ ସଡ଼କର ସୁବ୍ୟବସ୍ଥା ଓ ଏହା ଉପରେ ଥିବା ଶତକଡ଼ା ବ୍ୟୟ ପରିମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମୁଖ୍ୟତଃ ବିଜୁ କେବିକେ ଯୋଜନାରେ ଜିଲ୍ଲାଞ୍ଚଳ 2021-22,2022-23 ବାର୍ଷିକ ଯୋଜନା ଚିଠା ଉପରେ ଆଲୋଚନା କରାଯାଇଥିଲା ।’’

ତେବେ ଆର୍ଥିକ ବର୍ଷ ପାଇଁ 11କୋଟି ତାଙ୍କର ପ୍ରକଳ୍ପ ଅନୁମୋଦନ କରାଯାଇଥିବା ସୂଚନା ଦେଇଛନ୍ତ ମନ୍ତ୍ରୀ । 2021-22ରେ ରାୟଗଡ ଜିଲ୍ଲାକୁ ରାଜ୍ୟ ଯୋଜନା ପାଣ୍ଠି, କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ରୀୟ ପ୍ରଯୋଜିତଯୋଜନା ପାଣ୍ଠି ମାଧ୍ୟମରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆସିଛି । ଏହି ଅନୁସାରେ 1217କୋଟି 33ଲକ୍ଷ 67ହଜାର ପ୍ରାପ୍ତ ଅନୁଦାନ ରାଶି ବିନିଯୋଗ ହୋଇଛି । ସେହିପରି ଆର୍ଥିକ ବର୍ଷ 2022-23ରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ 1383କୋଟି 29ଲକ୍ଷ ଟଙ୍କାର ଜିଲ୍ଲାର ଯୋଜନା ଚିଠା ପ୍ରସ୍ତୁତ କରାଯାଇ କମିଟି ଦ୍ୱାରା ଅନୁମୋଦନ କରାଗଲା ।

ଏଥିପାଇଁ ପ୍ରତି ବ୍ଲକ ପିଛା 50 ଲକ୍ଷ ଟଙ୍କା ହିସାବରେ 11 ଟି ବ୍ଲକକୁ 5 କୋଟି 50 ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରାଯାଇଥିଲା । ତେବେ ପାଣିପାଇଁ ଜିଲ୍ଲାପରିଷଦ ସଭ୍ୟମାନେ ଅଭିଯୋଗ କରିବା ପରେ ଉଭୟ ମନ୍ତ୍ରୀ ଅସୋନ୍ତୋଷ ପ୍ରକାଶ କରିଥିଲେ । ସରକାରଙ୍କ ଅର୍ଥର ଅଭାବ ନଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକ ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଆଜିର ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଫଳରେ ଜଳ ଯୋଗାଣ ବିଭାଗ ନିର୍ବାହିଯନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦେଇଥିଲେ । ଏହି ବୈଠକରେ ମାନ୍ୟବର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲୀ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.