ETV Bharat / state

ଚିନିକଳରେ ତାଲା, ଜମି ନ ପାଇ ସରକାର ବି ଚୁପ୍

ଓଡ଼ିଶାର ସର୍ବପୁରାତନ ଚିନି କଳରେ ୨୫ ବର୍ଷ ଧରି ତାଲା ଝୁଲୁଥିବା ବେଳେ ବେଆଇନ ଭାବେ ମାଡ଼ି ବସିଛି ସହରର କେନ୍ଦ୍ର ସ୍ଥଳରେ ଥିବା ମୂଲ୍ୟବାନ ଜମି । ଏନେଇ ବାରମ୍ବାର ସ୍ଥାନୀୟ କୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ତାଗିଦ ସତ୍ତ୍ବେ ପ୍ରଶାସନକୁ ନିୟମ ମୁତାବକ ୫୦୯ ଏକର ଜମି ଫେରାଇବା ବଦଳରେ ବରଂ ବ୍ୟାଙ୍କରେ ବନ୍ଧା ପକାଇ ଲୁଟି ନେଇଛି ଶହଶହ କୋଟି ଟଙ୍କା ।

author img

By

Published : Apr 25, 2019, 11:37 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ଓଡ଼ିଶାର ସର୍ବପୁରାତନ ଚିନି କଳରେ ୨୫ ବର୍ଷ ଧରି ତାଲା ଝୁଲୁଥିବା ବେଳେ ବେଆଇନ ଭାବେ ମାଡ଼ି ବସିଛି ସହରର କେନ୍ଦ୍ର ସ୍ଥଳରେ ଥିବା ମୂଲ୍ୟବାନ ଜମି । ଏନେଇ ବାରମ୍ବାର ସ୍ଥାନୀୟ କୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ତାଗିଦ ସତ୍ତ୍ବେ ପ୍ରଶାସନକୁ ନିୟମ ମୁତାବକ ୫୦୯ ଏକର ଜମି ଫେରାଇବା ବଦଳରେ ବରଂ ବ୍ୟାଙ୍କରେ ବନ୍ଧା ପକାଇ ଲୁଟି ନେଇଛି ଶହଶହ କୋଟି ଟଙ୍କା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ଏ ହେଉଛି ଓଡ଼ିଶାର ସର୍ବପୁରାତନ ଜୟପୁର ସୁଗାର କମ୍ପାନୀ । ୧୯୩୬ ମସିହାରେ ଏହି ଚିନିକଳ ରାୟଗଡ଼ା ଠାରେ ପ୍ରତିଷ୍ଠା ହୋଇଥିଲା । ବ୍ୟବସାୟ ବୃଦ୍ଧି ସହିତ ଜୟପୁର ସୁଗାର ଡ଼ିଷ୍ଟଲାରୀ ଏବଂ ଫେରୋ ମାଙ୍ଗାନିଜ ପ୍ଲାଣ୍ଟ ପ୍ରତିଷ୍ଠା ସାଙ୍ଗକୁ ସଂପ୍ରସାରଣ ହୋଇଥିଲା । କିନ୍ତୁ ୧୯୯୩ ରେ ବ୍ୟବସାୟିକ କ୍ଷତି ଯୋଗୁଁ 3ଟି ଯାକ କାରଖାନାରେ ଝୁଲିଲା ତାଲା । ତିନୋଟି କାରଖାନା ପାଇଁ ସରକାର ୮୭୮.୮୭ ଏକର ଜମି ଯୋଗାଇ ଦେଇଥିଲେ । ତେବେ ନିୟମ ମୁତାବକ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ବଳକା ଜମିକୁ ପୁଣି ଥରେ ସରକାରୀ ଖାତାକୁ ଫେରାଇଦେବାର ବ୍ୟବସ୍ଥା ରହିଛି । ହେଲେ ଜମି ଫେରାଇ ବା ତ ଦୂରର କଥା ବରଂ କମ୍ପାନୀ ବଳକା ଜମୀ ବ୍ୟାଙ୍କରେ ବନ୍ଧା ପକାଇ ଶହଶହ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଖାଲି ସେତିକି ନୁହେଁ ୧୯୯୩ ରେ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହେବା ସହ କିଛି ଯନ୍ତ୍ରାଂଶକୁ କାରଖାନା କର୍ତ୍ତୃପକ୍ଷ ବିକ୍ରି କରିଦେଇଛନ୍ତି । ହେଲେ ୨୦୧୫ ପର୍ଯ୍ୟନ୍ତ କାରଖାନାରେ କାମ ଚାଲୁ ରହିଥିବା ନେଇ ଫ୍ୟାକ୍ଟ୍ରି ଏବଂ ବଏଲର ବିଭାଗ ଠାରୁ ଲାଇସେନ୍ସ ନବୀକରଣ କରିବାରେ ସକ୍ଷମ ହୋଇଛି କମ୍ପାନୀ । ତେବେ ସରକାରୀ ଜମି କମ୍ପାନୀ ପାଖରେ ରହିଥିଲେ ସୁଦ୍ଧା ପ୍ରଶାସନ ଏହି ଦିଗରେ କୌଣସି ପଦକ୍ଷେପ ନେଉନାହିଁ । ଫଳରେ ସରକାରୀ ଜମି ଅଭାବ ଯୋଗୁଁ ଏଠାରେ ନା ମେଡ଼ିକାଲ କଲେଜ ହୋଇପାରୁଛି ନା ଏୟାରଷ୍ଟ୍ରିପ ବୋଲି ଅଭିଯୋଗ ଉଠିଛି ।

ଗୋଟିଏ କମ୍ପାନୀର ମନମାନୀ ଯୋଗୁଁ ଅନେକ ବଡ଼ବଡ଼ ଯୋଜନା ବାଟ ହୁଡ଼ିଛି ରାୟଗଡ଼ାରୁ । ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରିବାକୁ ସଜବାଜ ହେଉଛି ନାଗରିକ ମଞ୍ଚ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.