ETV Bharat / state

ବିଜୁ ସ୍ୱାସ୍ଥ୍ୟ ଯୋଜନା ବୋର୍ଡ଼ର ରାଜ୍ୟ ଉପଦେଷ୍ଟାଙ୍କ ମହାନତା, ଗୁରୁତର ରୋଗୀଙ୍କୁ ନେଲେ ହସ୍ପିଟାଲ - ନିଜ ଗାଡ଼ିରେ ବସାଇ ଗୁରୁତର ରୋଗୀଙ୍କୁ ନେଲେ ହସ୍ପିଟାଲ

ଗୁରୁତର ଆହତ ବ୍ୟକ୍ତିଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରି ମାନବିକତା ଏବଂ ପରୋପକାରୀ ପରିଚୟ ଦେଖାଇଲେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବୋର୍ଡ଼ର ରାଜ୍ୟ ଉପଦେଷ୍ଟା ସୁଧାରୀ କୁମାର ଦାସ । ଅଧିକ ପଢ଼ନ୍ତୁ

ବିଜୁ ସ୍ୱାସ୍ଥ୍ୟ ଯୋଜନା ବୋର୍ଡ଼ର ରାଜ୍ୟ ଉପଦେଷ୍ଟାଙ୍କ ମହାନତା : ନିଜ ଗାଡ଼ିରେ ବସାଇ ଗୁରୁତର ରୋଗୀଙ୍କୁ ନେଲେ ହସ୍ପିଟାଲ

author img

By

Published : Nov 10, 2022, 9:31 AM IST

ରାୟଗଡ଼ା: ଗୁରୁତର ଆହତ ବ୍ୟକ୍ତିଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରି ମାନବିକତା ଏବଂ ପରୋପକାରୀ ପରିଚୟ ଦେଖାଇଲେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବୋର୍ଡ଼ର ରାଜ୍ୟ ଉପଦେଷ୍ଟା ସୁଧାରୀ କୁମାର ଦାସ । ସୂଚନା ଅନୁଯାୟୀ, ରାଜ୍ୟ ଉପଦେଷ୍ଟା ସୁଧାରୀ ଆଜି କୋରାପୁଟରୁ ଫେରିବା ସମୟରେ ରାଫକଣା ଛକ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ଛଟପଟ ହେଉଥିବା ଦେଖିଥିଲେ ।

ଏନେଇ ରାଜ୍ୟ ଉପଦେଷ୍ଟା ତୁରନ୍ତ ସେଠାରେ ଅଟକି ଉକ୍ତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଆଣି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଆହତ ବ୍ୟକ୍ତି ଜଣକ ହେଉଛନ୍ତି କୋରାପୁଟର ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ଡିକେଡିଏ ସଂସ୍ଥାର କନିଷ୍ଠ କୃଷି ଅଧିକାରୀ ଏବଂ କଲ୍ୟାଣସିଂହପୁର ବ୍ଲକର ପାରସାଲିରେ କାର୍ଯ୍ୟରତ ।

ଆଜି ନିଜ ବାଇକ୍‌ରେ କୋରାପୁଟରୁ ରାୟଗଡ଼ା ଫେରୁଥିବା ସମୟରେ ରାଫକଣା ଛକ ନିକଟରେ ଅନ୍ୟ ଏକ ବାଇକ୍ ସହ ଧକ୍କା ହୋଇଥିଲା । ଫଳରେ ସିଦ୍ଧାନ୍ତ ତଳେ ପଡ଼ିଯାଇଥିଲେ । ଏଥିରେ ସିଦ୍ଧାନ୍ତଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ଅନ୍ୟ ବାଇକ୍ ଚଳାଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଜଣକ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଉପର କୁଟିଙ୍ଗା ଗ୍ରାମର ଦିଲ୍ଲୀପ ଖରା। ଏହି ଦୁର୍ଘଟଣା ବିଷୟରେ ପୋଲିସକୁ ଜଣାଇବା ସହ ଆହତ ବ୍ୟକ୍ତିଙ୍କୁ ମେଡ଼ିକାଲରେ ଆଣି ଭର୍ତ୍ତି କରିଥିଲେ ସୁଧୀର କୁମାର ଦାସ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.