ETV Bharat / state

ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ, ଗରମ ତେଲ ପଡି ଛାତ୍ରୀ ଗୁରୁତର - Two students injured

Nua-O Programme: ରାୟଗଡ଼ା ଜିଲ୍ଲାରେ ନୂଆ-ଓ କାର୍ଯ୍ୟକ୍ରମରେ ୧୫ ହଜାର ଛାତ୍ରଛାତ୍ରୀଙ୍କ ଯୋଗଦାନ । ଆୟୋଜନରେ ଅବ୍ୟବସ୍ଥିତ ଭିଡ ପାଇଁ ଜଣେ ଛାତ୍ରୀ ଗରମ ତେଲରେ ପଡି ଆହତ ଓ ଅନ୍ୟ ଜଣେ ଅଚେତ । ଅଧିକ ପଢନ୍ତୁ

ରାୟଗଡ଼ାରେ ନୂଆ-ଓ କାର୍ଯ୍ୟକ୍ରମ , ଅବ୍ୟବସ୍ଥା ଯୋଗୁଁ ୨ ଛାତ୍ରୀ ଗୁରୁତର ଆହତ

author img

By ETV Bharat Odisha Team

Published : Jan 11, 2024, 9:57 AM IST

ରାୟଗଡ଼ାରେ ନୂଆ-ଓ କାର୍ଯ୍ୟକ୍ରମ , ଅବ୍ୟବସ୍ଥା ଯୋଗୁଁ ୨ ଛାତ୍ରୀ ଗୁରୁତର ଆହତ

ରାୟଗଡ଼ା: ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଘଟଣ । ଖାଦ୍ୟ ପାଇଁ ଠେଲାପେଲା ବେଳେ ଜଣେ ଛାତ୍ରୀଙ୍କ ଗୋଡ଼ରେ ଗରମ ତେଲ ପଡିଯିବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ଛାତ୍ରୀଙ୍କ ନାମ ଦୀପାଞ୍ଜଳି ନାୟକ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିପରି କାର୍ଯ୍ୟକ୍ରମରେ ପ୍ରବଳ ଭିଡ ଯୋଗୁଁ ଠେଲାପେଲାରେ ଆଉ ଜଣେ ଛାତ୍ରୀ ମେନେକା ଶବର ଅଚେତ ହୋଇଯିବାରୁ ତାଙ୍କୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ରାୟଗଡ଼ା ଜିଲ୍ଲାରେ GIACR ପଡିଆରେ ଜିଲ୍ଲାସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ, ଆଗରୁ ଏହି ସୁବିଧା ନଥିଲା । ଏବେ ସରକାର ସବୁକ୍ଷେତ୍ରରେ ଆଗକୁ ବଢିବା ପାଇଁ ସମସ୍ତ ପ୍ରକାର ସୁଯୋଗ ଦେଉଛନ୍ତି ।

ବିଶ୍ଵର ବୃହତ ହକି ଷ୍ଟାଡିୟମ୍ ଓଡ଼ିଶାରେ ଅଛି । ଦିନେ ଓଡିଶାରେ ଖାଦ୍ୟ ସମସ୍ୟା ଥିଲା କିନ୍ତୁ ବର୍ତ୍ତମାନ ସର୍ବାଧିକ ଚାଉଳ ଉତ୍ପାଦନକାରୀ ରାଜ୍ୟ ହେଉଛି ଓଡ଼ିଶା । କଲେଜଗୁଡ଼ିକର ଅନେକ ସମସ୍ୟା ସମାଧାନ ହୋଇଛି ଆହୁରି ହେବ । ନୂତନ ଅଧ୍ୟାପକ ନିଯୁକ୍ତି ପାଇବେ । ଶିକ୍ଷା ବ୍ୟବସ୍ଥା ଆଗକୁ ନେବାକୁ ପାଇଁ ସମସ୍ତ ପଦକ୍ଷେପ ସରକାର ଗ୍ରହଣ କରୁଛନ୍ତି । ‌ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବାରା ସମ୍ଭବ ହୋଇଛି । ସେହିଭଳି ମନ୍ତ୍ରୀ ସାରକା କହିଛନ୍ତି ଯେ, ଯୁବ କାର୍ଯ୍ୟକ୍ରମ ଦ୍ବାରା ଲୁକ୍କାୟିତ ଯୁବ ପ୍ରତିଭା ଆଗକୁ ଆସୁଛନ୍ତି । କ୍ରୀଡା, ସଂସ୍କୃତି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ସାମ୍ନାକୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି । ଏଥିରେ ଜିଲ୍ଲାର ସମସ୍ତ କଲେଜର ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...'ନୂଆ-ଓ' କାର୍ଯ୍ୟକ୍ରମ, ଶାସକ ଦଳ ଓ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ଫାଇଦା

ଏହି ସମୟରେ କାର୍ଯ୍ୟକ୍ରମରେ ଏକ ବଡ଼ ଅଘଟଣ ଘଟିଥିଲା । ଛାତ୍ରଛାତ୍ରୀଙ୍କୁ ବସ୍ ଯୋଗେ ବୋହି ଆଣି ଏହି ସଭାରେ ଖଚାଖଚ ଭିଡ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ସବୁକିଛି ରହିଥିଲା ଅବ୍ୟବସ୍ଥିତ । ଖାଦ୍ୟ ଦିଆଯାଉଥିବା ସ୍ଥାନରେ ପିଲାମାନଙ୍କ ଅତ୍ୟଧିକ ଭିଡ ଦେଖିବାକୁ ମିଳିଥିଲା । ସେହି କ୍ରମରେ ଖାଦ୍ୟ ପାଇଁ ଠେଲାପେଲା ବେଳେ ଜଣେ ଛାତ୍ରୀ ଦୀପାଞ୍ଜଳି ନାୟକଙ୍କ ଗୋଡ଼ରେ ଗରମ ମାଛ ତେଲ ପଡିଯିବାରୁ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ ।

ସେହିପରି ଆଉ ଜଣେ ଛାତ୍ରୀ ମେନେକା ଶବର ଭିଡ଼ ପାଇଁ ଅଚେତ ହୋଇଯାଇଥିଲେ । ଉଭୟ ଅସୁସ୍ଥ ଛାତ୍ରୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିଲା । ଉଭୟଙ୍କ ସ୍ଥିତି ଭଲ ଥିବାବେଳେ ପରିତାପର ବିଷୟ ଏହି ଦୁଇ ଛାତ୍ରୀମାନଙ୍କ ହାଲଚାଲ ବୁଝିବା ପାଇଁ ନା କଲେଜ କର୍ତ୍ତୃପକ୍ଷ ଆସିଥିଲେ ନା ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଆସିଥିଲେ । ଓଡିଶାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଲାପୀ ସ୍ବପ୍ନ ଦେଖାଉଥିବା ବେଳେ ସେମାନଙ୍କ ସୁରକ୍ଷାକୁ ନେଇ ସରକାର କେତେ ସଜାଗ ତାକୁ ନେଇ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.