ETV Bharat / state

ପ୍ରଧାନଶିକ୍ଷକଙ୍କ ବେପରୁଆ ମନୋଭାବ, ପରୀକ୍ଷା ଦେବାରୁ ବଞ୍ଚିତ 12 ଛାତ୍ରଛାତ୍ରୀ - 10th class

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାରୁ ବଞ୍ଚିତ 12 ଛାତ୍ରଛାତ୍ରୀ । ଏପରି ଅଭିଯୋଗ ଆସିଛି ରାୟଗଡା କଲୋନରା ବ୍ଲକ ପିଣ୍ଡାପଦର ହାଇସ୍କୁଲରୁ । ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ରିପୋର୍ଟ ମିଳିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Jul 7, 2019, 10:46 AM IST

ରାୟଗଡା: ପ୍ରଧାନଶିକ୍ଷକଙ୍କ ବେପରୁଆ ମନୋଭାବ । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାରୁ ବଞ୍ଚିତ 12 ଛାତ୍ରଛାତ୍ରୀ । ଏପରି ଅଭିଯୋଗ ଆସିଛି ରାୟଗଡା କଲୋନରା ବ୍ଲକ ପିଣ୍ଡାପଦର ହାଇସ୍କୁଲରୁ । ଏନେଇ ଉତ୍ୟକ୍ତ ଛାତ୍ରଛାତ୍ରୀ ଶନିବାର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଭିଡ ଜମାଇଥିବା ଜଣାପଡିଛି ।

ଗତ ମାଟ୍ରିକ ପରୀକ୍ଷାରେ ଏହି ଛାତ୍ରଛାତ୍ରୀ ଫେଲ ହୋଇଥିଲେ । ତେଣୁ ଆସନ୍ତା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ନିମନ୍ତେ 12 ଛାତ୍ରଛାତ୍ରୀ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଫର୍ମ ଫିଲ ଅପ୍‌ ବାବଦକୁ ଜଣକ ପିଛା ୪୦୦ ଟଙ୍କା ହିସାବରେ ଫି' ଦେଇଥିଲେ । ତେବେ ପ୍ରଧାନଶିକ୍ଷକଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସମୟସୀମା ମଧ୍ୟରେ ଫି' ଦାଖଲ ନକରିବା ଫଳରେ ଫର୍ମ ଫିଲ୍‌ ଅପ୍‌ରୁ ବଞ୍ଚିତ ହେଲେ ୧୨ ଜଣ ଛାତ୍ରଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଅପର ପକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ଅଭିଯୋଗ କରିଛନ୍ତି ଏହି ଛାତ୍ରଛାତ୍ରୀ । ତେବେ କେଉଁ ପରିସ୍ଥିତିରେ ପିଲାମାନଙ୍କଠାରୁ ପ୍ରଧାନଶିକ୍ଷକ ଟଙ୍କା ରଖି ଫର୍ମ ଫିଲ୍‌ ଅପ୍‌ କଲେ ନାହିଁ । ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ରିପୋର୍ଟ ମିଳିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ପ୍ରଧାନ ଶିକ୍ଷକଙ୍କ ବେପରୁୱା ମନୋଭାବ ଯୋଗୁଁ ୧୨ ଜଣ ଛାତ୍ରଛାତ୍ରୀ ମେଟ୍ରିକ ସପ୍ଲିମେଟଂରି ପରିକ୍ଷାରୁ ବଚିଂତ ହେବା ଭଳି ଅଭିଯୋଗ ଆଣିଛନ୍ତି ରାୟଗଡ଼ା ଜିଲ୍ଲାରେ । ଏନେଇ ଆଜି ଜିଲ୍ଲା ଶିକ୍ଷାଧିଶଙ୍କ କାର୍ଯ୍ୟାଳୟରେ ଭିଡ଼ ଜମିଥିଲା କଲୋନରା ବ୍ଲକ ପିଣ୍ଡାପଦର ହାଇସ୍କୁଲର ଛାତ୍ର ଛାତ୍ରୀଙ୍କ ।Body:ରାୟଗଡ଼ା ଜିଲ୍ଲା କଲୋନରା ବ୍ଲକ ପିଣ୍ଡାପଦର ହାଇସ୍କୁଲରେ ପାଠ ପଢ଼ୁଥିବା ୧୨ ଜଣ ଛାତ୍ର ଛାତ୍ରୀ । ଗତ ମେଟ୍ରିକ ପରିକ୍ଷାରେ ଏମାନେ ସମସ୍ତେ ଫେଲ ହୋଇଥିଲେ ତେଣୁ ଆସନ୍ତା ମେଟ୍ରିକ ସପ୍ଲିମେଟଂରି ପରିକ୍ଷା ଦେବା ନିମନ୍ତେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଫରମଫିଲାବ ବାବଦକୁ ୧୨ଜଣ ଜଣକ ପିଛା ୪୦୦ ଟଙ୍କା ହିସାବରେ ଫିଜ ଦେଇଥିଲେ । ତେବେ ପ୍ରଧାନ ଶିକ୍ଷକଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସମୟଶିମା ମଧ୍ୟରେ ଫିଜ ଦାଖଲ ନକରିବା ଫଳରେ ଫରମଫିଲାବରୁବଚିଂତ ହେଲେ ୧୨ ଜଣ ଛାତ୍ରଛାତ୍ରୀ ।
Byte – ମୁକେଶ କୁଲିସିକା (ଛାତ୍ର)
Byte – ପୁନମ ମହାନନ୍ଦିଆ (ଛାତ୍ରୀ)Conclusion:ଅପର ପକ୍ଷେ ଜିଲ୍ଲା ଶିକ୍ଷା ଅଧିକାରି ପୁର୍ଣ୍ଣଚନ୍ଦ୍ର ବରିହାଙ୍କୁ ଙେଟି ଅଭିଯୋଗ କରିଛନ୍ତି ମେଟ୍ରିକ ସପ୍ଲିମେଟଂରି ଫରମଫିଲାବରୁ ବଚିଂତ ହୋଇଥିବା ୧୨ ଜଣ ଛାତ୍ର ଛାତ୍ରୀ । ତେବେ କେଉଁ ପରିସ୍ଥିତିରେ ପିଲାମାନଙ୍କଠାରୁ ପ୍ରଧାନ ଶିକ୍ଷକ ଟଙ୍କାରଖି ଫରମଫିଲାବ କଲେନାହିଁ ସେନେଇ ତଦନ୍ତ ଆରମ୍ଭ ହୋଇଛି ରିଫୋର୍ଟ ମିଳିବା ପରେ ଆବଶ୍ୟକିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
Byte –ପୁର୍ଣ୍ଣଚନ୍ଦ୍ର ବରିହା ( ଜିଲ୍ଲା ଶିକ୍ଷା ଅଧିକାରି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.