ETV Bharat / state

ରାୟଗଡା ଆସୁଛି ସ୍ବତନ୍ତ୍ର ଶ୍ରମିକ ଟ୍ରେନ, ସହରରେ ୧୪୪ ଧାରା ଜାରି

author img

By

Published : May 15, 2020, 10:58 PM IST

Updated : May 16, 2020, 8:09 AM IST

ପ୍ରବାସୀ ଶ୍ରମିକଙ୍କୁ ନେଇ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରୁ ରାୟଗଡ଼ା ଆସୁଛି ସ୍ବତନ୍ତ୍ର ଶ୍ରମିକ ଟ୍ରେନ । ସହରରେ ବିଭିନ୍ନ ଅଞ୍ଚଳରେ 144 ଧାରା ଜାରି । ଅଧିକ ପଢ଼ନ୍ତୁ...

sramik train to reach rayagada, saturday morning, rayagada, ରାୟଗଡା ଆସୁଛି ସ୍ବତନ୍ତ୍ର ଶ୍ରମିକ ଟ୍ରେନ , ୧୪୪ ଧାରା ଜାରି
ରାୟଗଡା ଆସୁଛି ସ୍ବତନ୍ତ୍ର ଶ୍ରମିକ ଟ୍ରେନ, ସହରରେ ୧୪୪ ଧାରା ଜାରି

ରାୟଗଡ଼ା: ଶନିବାର ପୁଣି ରାୟଗଡାକୁ ଆସୁଛି ସ୍ବତନ୍ତ୍ର ଶ୍ରମିକ ଟ୍ରେନ । ପ୍ରବାସୀ ଶ୍ରମିକଙ୍କୁ ନେଇ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରୁ ବାହାରିଥିବା ଏହି ଟ୍ରେନ ଶନିବାର ସକାଳ ୭ଟା ବେଳେ ରାୟଗଡା ଷ୍ଟେସନରେ ପହଁଞ୍ଚିବ। ୟାହା କାରଣରୁ ସହର ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି ।

ଏହି ଟ୍ରେନରେ ରାୟଗଡା ସମେତ ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ମାଲକାନଗିରି ପ୍ରଭୃତି ପଡୋଶୀ ଜିଲ୍ଲାର ପ୍ରାୟ ୪୦୦ ଶ୍ରମିକ ଆସୁଛନ୍ତି । ଏଥିପାଇଁ ରେଳଷ୍ଟେସନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରେଳଷ୍ଟେସନରେ ଶ୍ରମିକ ମାନେ ଓହ୍ଳାଇବା ପରେ ସେମାନଙ୍କ ପଞ୍ଜିକରଣ, ସ୍ବାସ୍ଥ୍ୟ ପରୀକ୍ଷା, ସମେତ ଖାଦ୍ୟପେୟ ଓ ବିଶ୍ରାମ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ଶ୍ରମିକ ମାନଙ୍କ ସୁରକ୍ଷା ସହ ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଶନିବାର ସକାଳ ୫ଟା ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାୟଗଡା ସହର ସମେତ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ପିତାମହଲ ଠାରୁ ଜେକେ ରୋଡ, ରେଳଷ୍ଟେସନ, ଜେଏସକୋ ଠାରୁ ନ୍ୟୁବସଷ୍ଟାଣ୍ଡ ରାସ୍ତାରେ ଲୋକଙ୍କ ସମାଗମ ଓ ଯାତାୟତକୁ ବାରଣ କରାଯାଇଛି। ଶନିବାର ଅପରାହ୍ନରେ ଆସିଥିବା ଶ୍ରମିକ ମାନଙ୍କୁ ସ୍ବତନ୍ତ୍ର ବସ ଯୋଗେ ସେମାନଙ୍କ ନିଜନିଜ ଜିଲ୍ଲାକୁ ପଠାଇବାର ବନ୍ଦୋବସ୍ତ କରାଯାଇଥିବା ସୂଚନା ଦେଇଛନ୍ତି ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : May 16, 2020, 8:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.