ରାୟଗଡା : ସହରରେ ଦିନକୁ ଦିନ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । 200 ରୁ ତଳକୁ ଯାଉନି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପରିସ୍ଥିତି ଅଣାୟତରେ ପହଞ୍ଚିଥିବାବେଳେ କଟକଣା ମାନୁମାହାନ୍ତି ଅମାନିଆ । ଯାହାଫଳରେ ଜିଲ୍ଲା ପ୍ରଶାସନ କଟକଣା କଡାକଡି କରିବା ସହ ଯାଞ୍ଚପ୍ରକ୍ରିୟାକୁ ମଧ୍ୟ ତ୍ବରାନ୍ବିତ କରିଛି। ଜିଲ୍ଲାର ତହସିଲଦାର , ପୌର ଅଧିକାରୀ ଓ ପୋଲିସ ମିଳିତ ଭାବେ ସହର ବିଭିନ୍ନ ମୁଖ୍ୟ ବଜାରରେ ବିଭିନ୍ନ ଦୋକାନ ଯାଞ୍ଚ କଡାକଡି କରିଥିବା ଦେଖିବାକୁ ମିଳୁଛି ।
ଏହି ଚେକିଂ ସମୟରେ କୋଭିଡ ଗାଇଡଲାଇନ ଉଲଙ୍ଘନ କରିଥିବା 8ଟି ଦୋକାନରୁ ଜୋରିମାନା ଆଦାୟ କରିଥିବାବେଳେ ଗୋଟିଏ ଦୋକାନକୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ଏପରି ଅମାନିଆଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ଛକରେ ପୁଲିସ ନାକା ଲାଗାଇଛି । ସେପଟେ ରାୟଗଡ ସହରରେ ଦିନକୁ ଦିନ ସଂକ୍ରମଣ ବୁଦ୍ଧି ପାଉଥିବାବେଳେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ