ETV Bharat / state

ପୋଲିସ ଜାଲରେ 4 ଲୁଟେରା, ମୋବାଇଲ ଓ ବାଇକ ସହ ଟଙ୍କା ଜବତ

author img

By

Published : Feb 7, 2021, 10:05 AM IST

ରାୟଗଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ବଡ଼ ଧରଣର ଲୁଟ କରି ୫ ଜଣିଆ ଲୁଟେରା ଗ୍ୟାଙ୍ଗ ଫେରାର ପାଇଁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ କାବୁ କରିଛି ଶେଷଖାଲ ପୋଲିସ । ଅଧିକ ପଢନ୍ତୁ...

ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ; ୪ ଗିରଫ, ବାଇକ, ଟଙ୍କା ଜବତ

ରାୟଗଡ଼ା: ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ । ଶେଷଖାଲ ପୋଲିସ ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି। ବଡ଼ ଧରଣର ଲୁଟ କରି ୫ ଜଣିଆ ଲୁଟେରା ଗ୍ୟାଙ୍ଗ ଫେରାର ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଛି । ଗ୍ୟାଙ୍ଗର ମୁଖ୍ୟ ଆସାମୀ ଫେରାର ହୋଇ ଯିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ୪ ଜଣକୁ ଗିରଫ କରିବା ସହିତ ଦୁଇଟି ବାଇକ, ୫ଟି ମୋବାଇଲ ଏବଂ ୨୦ ହଜାର ଟଙ୍କା ଜବତ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।

ଗତକାଲି(ଶନିବାର)ଅପରାହ୍ନ ୪ ଟାରେ ଶେଷଖାଲ ଥାନାର ଯୋଗୁଗୁଡା ଓ ବାଲୁପାଡୁ ଗ୍ରାମ ମଧ୍ୟରେ ଏହି ଗ୍ୟାଙ୍ଗ ଜଣେ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ସହିତ ବାଇକ ଚାବି ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଲୁଟ ପରେ ଗ୍ୟାଙ୍ଗର ସଦସ୍ୟ ଆନ୍ଧ୍ର ଅଭିମୁଖେ ଫେରାର ହୋଇଯାଇଥିଲେ। ଅଭିଯୋଗ ପାଇବା ପରେ ଶେଷଖାଲ ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା, ଏସଆଇ ମାନସ ସାହୁଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଲୁଟେରା ଗ୍ୟାଙ୍ଗର ପିଛା କରିଥିଲା।

ଅଧ ଘଣ୍ଟାର ଛକାପଞ୍ଝା ପରେ ପୁଲିସ ୪ ଲୁଟେରାଙ୍କୁ କାବୁ କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ୧ ଲକ୍ଷ ଟଙ୍କା ସହ ପୁଲିସ ଆଖିରେ ଧୂଳି ଦେଇ ଖସି ଯିବାରେ ସକ୍ଷମ ହୋଇଛି। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ପୋଲିସ କହିଛି।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.