ETV Bharat / state

ସରିଲା ପୌର ନିର୍ବାଚନ: ପିଙ୍କ୍‌ ବୁଥ୍‌ରେ ସେଲ୍‌ଫି ପଏଣ୍ଟ ପାଲଟିଥିଲା ଆକର୍ଷଣର କେନ୍ଦ୍ର

author img

By

Published : Mar 24, 2022, 7:26 PM IST

୮ ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି ପୌର ନିର୍ବାଚନ । ଗତ ପୌର ନିର୍ବାଚନ ସମୟରେ ଡାଳ କୁଡ଼ିଆ ତଳେ ଭୋଟ ମତଦାନ କରିଥିଲେ । ଅଧିକ ପଢ଼ନ୍ତୁ

ସରିଲା ପୌର ନିର୍ବାଚନ: ପିଙ୍କ୍‌ ବୁଥ୍‌ରେ ସେଲ୍‌ଫି ପଏଣ୍ଟ ପାଲଟିଥିଲା ଆକର୍ଷଣର କେନ୍ଦ୍ର
ସରିଲା ପୌର ନିର୍ବାଚନ: ପିଙ୍କ୍‌ ବୁଥ୍‌ରେ ସେଲ୍‌ଫି ପଏଣ୍ଟ ପାଲଟିଥିଲା ଆକର୍ଷଣର କେନ୍ଦ୍ର

ରାୟଗଡ଼ା: ୮ ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି ପୌର ନିର୍ବାଚନ । ଗତ ପୌର ନିର୍ବାଚନ ସମୟରେ ଡାଳ କୁଡ଼ିଆ ତଳେ ଭୋଟ ମତଦାନ କରିଥିଲେ । ହେଲେ ଏଥର ମତଦାନ ପ୍ରତି ଭୋଟରଙ୍କୁ ଆକ୍ରୁଷ୍ଟ କରିବା ପାଇଁ ନିର୍ବାଚନ କମିଶନ ନୂଆ ନୂଆ ପଦକ୍ଷେପ ନେଇଥିଲେ । ଚଳିତ ବର୍ଷ ପିଙ୍କ୍‌ବୁଥ୍‌ ପାଲଟିଛି ମହିଳାଙ୍କ ପାଇଁ ଆକର୍ଷଣର କେନ୍ଦ୍ର । ଖାଲି ସେତିକି ନୁହେଁ, ମତଦାନ କେନ୍ଦ୍ରରେ ସେଲ୍‌ଫି ଜୋନ୍‌ ମଧ୍ୟ ରଖାଯାଇଥିଲା ।

ଭୋଟରଙ୍କୁ ଆକ୍ରୁଷ୍ଟ କରିବା ସହ ମତଦାନ ସଂଖ୍ୟା ବୃଦ୍ଧି କରିବାକୁ ହିଁ ଏହି ସବୁ ପଦକ୍ଷେପ ନିଆଯାଇଥିଲା । ଏଭଳି ପଦକ୍ଷେପ ଭୋଟିଂ ପ୍ରତିଶତ ବୃଦ୍ଧି କରିବାରେ ବେଶ ସହାୟକ ହୋଇଛି । ଜିଲ୍ଲାରେ ମୋଟ ୬ଟି ପିଙ୍କ୍‌ ବୁଥ୍‌ ବ୍ୟବସ୍ଥା କରାଯାଇଥିଲା । ମହିଳା କର୍ମଚାରୀଙ୍କୁ ନେଇ ରାୟଗଡା ସରକାରୀ ମହିଳା ବିଦ୍ୟାଳୟରେ ୩ଟି ପିଙ୍କ୍‌ ବୁଥ ଗଠନ ହୋଇଥିବାବେଳେ ଗୁଣୁପୁରରେ 2ଟି ଓ ଗୁଡ଼ାରିରେ ଗୋଟିଏ ପିଙ୍କ ବୁଥ କରାଯାଇଥିଲା ।

ରାୟଗଡା ଜିଲ୍ଲାର ଦୁଇଟି ପୌରପରିଷଦ ଓ ଗୋଟିଏ NACର ମୋଟ ୫୪ଟି ୱାର୍ଡ ପାଇଁ ୯୮ଟି ବୁଥ୍‌ରେ ମତଦାନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସକାଳ 8ଟାରୁ 5ଟା ଯାଏଁ ମତଦାନ ଜାରି ରହିଥିଲା । ପିଙ୍କ୍‌ ବୁଥରେ ମହିଳା ସୁରୁଖୁରୁରେ ମତଦାନ କରିଛନ୍ତି । ବୁଥ୍‌ରେ ଥିବା ସେଲ୍ଫି ପଏଣ୍ଟରେ ଭୋଟରମାନେ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ମହିଳା ଭୋଟର ମଧ୍ୟ ବେଶ ଖୁିସି ଜାହିର କରିଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.