ETV Bharat / state

ପ୍ରବାସୀ ଓଡିଆଙ୍କୁ ନେଇ ଆସୁଛି ଟ୍ରେନ, ରାୟଗଡାରେ 144 ଧାରା ଲାଗୁ - rayagada

ରାୟଗଡା ଷ୍ଟେସନ ଓ ଆଖପାଖ ଅଞ୍ଚଳରେ ଲାଗୁ ହେଲା 144 ଧାରା । ରାତି 12ଟାରୁ ଆସନ୍ତାକାଲି 2 ଟା ପର୍ଯ୍ୟନ୍ତ ରହିବ ବଳବତ୍ତର ରହିବ । ଅଧିକ ପଢନ୍ତୁ...

section 144 in rayagada
ପ୍ରବାସୀ ଓଡିଆଙ୍କୁ ନେଇ ଆସୁଛି ଟ୍ରେନ, ରାୟଗଡାରେ 144 ଧାରା ଲାଗୁ
author img

By

Published : May 13, 2020, 11:05 PM IST

ରାୟଗଡା: ରାୟଗଡା ଷ୍ଟେସନ ଓ ଆଖପାଖ ଅଞ୍ଚଳରେ ଲାଗୁ ହେଲା 144 ଧାରା । ରାତି 12ଟାରୁ ଆସନ୍ତାକାଲି 2 ଟା ପର୍ଯ୍ୟନ୍ତ ରହିବ ବଳବତ୍ତର । ଆସନ୍ତାକାଲି ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଟ୍ରେନ ଏଠାରେ ରହିବାକୁ ଥିବାରୁ ଏପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ପ୍ରବାସୀ ଓଡିଆଙ୍କୁ ନେଇ ଆସୁଛି ଟ୍ରେନ, ରାୟଗଡାରେ 144 ଧାରା ଲାଗୁ

ସୂଚନା ଯୋଗ୍ୟ ଯେ, ତାମିଲନାଡୁର ତିରିପୁରରୁ ଏକ ଟ୍ରେନ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସନ୍ତାକାଲି ସକାଳ 7ଟା ସମୟରେ ରାୟଗଡାରେ ପହଞ୍ଚିବ । ପ୍ରବାସୀ ଶ୍ରମିକମାନେ ରାୟଗଡା ଷ୍ଟେଶନ ରେ ଓହ୍ଲାଇବା ପରେ ତାଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥାନକୁ ବସ ଯୋଗେ ପଠାଯିବ । ଏଥିରେ ରାୟଗଡା, କୋରାପୁଟ, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲ୍ଲାର ଶ୍ରମିକ ରହିଛନ୍ତି । ଏହି ସମୟରେ ସାଧାରଣ ଜନତାଙ୍କୁ ସମ୍ଭାବ୍ୟ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି ।

ଏହି ସମୟରେ କେହି ପଦାକୁ ନବାହାରିବାକୁ କୁହାଯାଇଛି । ଏନେଇ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ତେବେ 144 ଧାରା ଜେକେପୁରରୁ ରାୟଗଡା ଷ୍ଟେସନ, ପିତାମହଲରୁ ରାୟଗଡା ସହର, ଜେଏସକୋରୁ ରାୟଗଡା ରେଲୱେ ଷ୍ଟେସନ, ରାୟଗଡା ସହରର ଜାତୀୟ ରାଜପଥରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ନୂଆ ବସଷ୍ଟାଣ୍ଡରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଓ ସମ୍ପୂର୍ଣ୍ଣ ରେଲେୱେ ଷ୍ଟେସନରେ ଲାଗିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.