ରାୟଗଡା: ସନ୍ଧ୍ୟାରେ ରାୟଗଡା ସହରର ସାଇପ୍ରିୟା ନଗରରେ ଥିବା ଏକ ଗ୍ୟାରେଜରେ ମରାମତି ପାଇଁ ଥିବା ସ୍କର୍ପିଓ ଏବଂ ଓମିନି 800 ଗାଡି ହଠାତ ଅଗ୍ନିକାଣ୍ଡ ଘଟି ଜଳିଗଲା । ଖବର ପାଇ ରାୟଗଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳକୁ ଖବର ଦେଇଥିଲେ ।
ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୁଇଟି ଗାଡି ସମ୍ପୂର୍ଣ୍ଣ ପୋଡି ଯାଇଥିଲା । ପୂର୍ବରୁ ଓମିନି ଗାଡିଟି ମରାମତି ପାଇଁ ଆସିଥିବା ବେଳେ ଆଜି ସନ୍ଧ୍ୟାରେ ସ୍କର୍ପିଓ ଗାଡିଟି ମରାମତି ପାଇଁ ଆସିଥିଲା । ତେବେ ପୋଲିସର ପ୍ରାଥମିକ ତଦନ୍ତରେ ସର୍ଟସର୍କିଟ ଯୋଗୁଁ ଏଭଳି ଦୁର୍ଘଟଣା ହୋଇପାରେ ବୋଲି ଆକଳନ କରାଯାଉଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ