ETV Bharat / state

ଆଶା ସଂସ୍ଥାର ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା, ସାଇଣ୍ଟିଫିକ ଟିମର ତଦନ୍ତ - ଆଶା ସଂସ୍ଥାର ନିର୍ଦ୍ଦେଶକଙ୍କୁ ହତ୍ୟା

ଗୁଣୁପୁରରେ ଆଶା ସଂସ୍ଥାର ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା ଘଟଣା । ଗୁଳିକାଣ୍ଡ ଘଟଣାର ୨୪ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । ଅଧିକ ପଢ଼ନ୍ତୁ

asha organization director shot died in rayagada
ଆଶା ସଂସ୍ଥାର ନିର୍ଦ୍ଦେଶକଙ୍କୁ ହତ୍ୟା ଘଟଣା
author img

By

Published : May 15, 2023, 6:54 AM IST

ଆଶା ସଂସ୍ଥାର ନିର୍ଦ୍ଦେଶକଙ୍କୁ ହତ୍ୟା ଘଟଣା

ରାୟଗଡ଼ା: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆଶା ସଂସ୍ଥାର ନିର୍ଦ୍ଦେଶକ ମୃତ୍ୟୁକୁ ନେଇ ଗୁଣୁପୁର ସହରରେ ଅଶାନ୍ତିର ବାତାବରଣ ଖେଳିଯାଇଛି । ଗୋଟିଏ ପଟେ ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ୨୪ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । ରବିବାର ରାୟଗଡ଼ାରୁ ଏକ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଆସି ତଦନ୍ତ କରି ଫେରିଛନ୍ତି । ଗତ ଶନିବାର ରାତିରେ ସହରର ପୁରୁଣା ଷ୍ଟେଟବ୍ୟାଙ୍କ ସାହିର ଆଶା ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ଗୌରୀ ମିଶ୍ର ବିକ୍ରମପୁର ସ୍ଥିତ ସ୍ଥାନୀୟ ବଂଶଧାରା ନଦୀ ପୋଲ ଉପରରେ ନିଜ ସାଙ୍ଗ ସାଥୀଙ୍କ ଗହଣରେ ଥିବାବେଳେ ନିଜ ନିଜ ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଗୌରୀ ମିଶ୍ରଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା । ତେବେ କିଏ କାହିଁକି ଗୁଳି ଫୁଟାଇଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ଏକ ବାଇକ ଯୋଗେ ୩ ଜଣ ଅଚିହ୍ନା ବ୍ୟକ୍ତି ହଠାତ୍‌ ଆସି ବନ୍ଧୁକ ଯୋଗେ ଗୁଳି ଫୁଟାଇ ଚାଲିଯାଇଥିଲେ । ବଂଶଧାରା ନଦୀର ଓଭରବ୍ରିଜରେ ସନ୍ଧ୍ୟା ହେଲେ ଗୁଣୁପୁର ସହରର ଅନେକ ଲୋକେ ସାନ୍ଧ୍ୟ ଭ୍ରମଣ ସାଙ୍ଗକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସମୟ ଅତିବାହିତ କରିବା ପାଇଁ ଯାଇଥାନ୍ତି । ସବୁବେଳେ ଉକ୍ତ ସ୍ଥାନଟି ଜନଗହଳିପୂର୍ଣ୍ଣ ଥାଏ । ଶନିବାର ରାତି ମଧ୍ୟ ସେଠାରେ ଅନେକ ଲୋକଙ୍କ ସେହି ସାମୀରେ ଚଳପ୍ରଚଳ ଥିଲା । ସେହି ରାସ୍ତା ରାୟଗଡ଼ା ଆନ୍ଧ୍ରକୁ ଯୋଗାଯୋଗ କରୁଥିବାବେଳେ ସବୁବେଳେ ଯାନବାହାନ ଚଳାଚଳ କରୁଥାଏ । ଏପରି ସ୍ଥିତିରେ ଜଣେ ହତ୍ୟା କରି ଖସି ପଳାଇବା ସାଧାରଣରେ ଚର୍ଚ୍ଚା ହେଉଛି ।

ଏନେଇ ଗୌରୀ ମିଶ୍ରଙ୍କ ବନ୍ଧୁ ତଥା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଗୌରୀ ସାଙ୍ଗଙ୍କ ମେଳିରେ ବସିଥିବା ସମୟରେ ଅଚାନକ ଏକ ବାଇକରେ ତିନି ବ୍ୟକ୍ତି ଆସି ଅତି ନିକଟରୁ ଗୁଳି କରି କରି ଚମ୍ପଟ ମାରିଥିଲେ । ତାଙ୍କୁ ପିଛା କରିବା ସମୟରେ ସେମାନେ ଦ୍ରୁତ ଗତିରେ ଗୁଣୁପୁର ଆଡକୁ ଚାଲିଯାଇଥିଲେ । ମାତ୍ର ସେମାନଙ୍କୁ ଧରିବାରେ ବିଫଳ ହୋଇଥିଲୁ । ଏହାପରେ ଗୌରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡାକ୍ତରଖାନା ନେବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।" ତେଣୁ ଏହି ଘଟଣାରେ ସମ୍ପୃକ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୌରୀଙ୍କ ବନ୍ଧୁ ଦାବି କରିଛନ୍ତି ।

ତେବେ ପୋଲିସ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ସହରର ଚାରି ପାର୍ଶ୍ବରେ ଥିବା ଥାନାକୁ ସୂଚନା ଦେଇଛି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅପରାହ୍ନରେ ଗୌରୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । ଅନ୍ୟପକ୍ଷରେ ରାୟଗଡ଼ା ସାଇଣ୍ଟିଫିକ ଟିମ ହତ୍ୟା ସ୍ଥାନ ଓ ମୃତ ଶରୀର, ପାରିପାର୍ଶ୍ବିକ ପରିସ୍ଥିତିର ତଦନ୍ତ କରି ଫେରିଛନ୍ତି । ତେବେ ଅତି ଶୀଘ୍ର ହତ୍ୟକାଣ୍ଡର ପର୍ଦ୍ଦାଫାସ ହେବ ବୋଲି ଆଇଆଇସି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.