ରାୟଗଡା:ଦିନକୁ ଦିନ ରାୟଗଡା ଜିଲ୍ଲାରେ କୋରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ସ୍ଥାନାଭାବ ଦେଖା ଦେଇଛି । ଜିଲ୍ଲା ପ୍ରଶାସନ ତରଫରୁ ବିସମକଟକ ନିକଟରେ କୋଭିଡ୍ କେୟର ସେଣ୍ଟର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଷମ କଟକ ବ୍ଳକର ନାନିରିଗୁଡା ଏବଂ ବିଷମ କଟକ ସଦର ମହକୁମାର ଦୁଇଟି ସ୍ଥାନରେ ଦୁଇଟି କୋଭିଡ୍ କେୟର ସେଣ୍ଟର ପ୍ରସ୍ତୁତି କାର୍ଯ୍ୟ ଚାଲିଛି ।
ଓଡିଶା ସରକାରଙ୍କ ଅନୂସୁଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧିର କୁମାର ଦାସ ବିଷମ କଟକ ବ୍ଳକ ଗସ୍ତରେ ଆସି ନିର୍ମାଣାଧିନ ଦୁଇ କୋଭିଡ୍ କେୟାର ସେଣ୍ଟର ପରିଦର୍ଶନ କରିବା ସହ ସେଠାର ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ବିଧି ବ୍ୟବସ୍ଥା ଏହିଠାରେ ଉପଲବ୍ଧ ରହିଛି କି ନାହିଁ ତାହାର ତଦାରଖ କରିଥିଲେ । ନାନିରିଗୁଡା ଠାରେ ୨୦୦ ଶର୍ଯ୍ୟା ଏବଂ ବିଷମ କଟକ ସଦର ମହକୁମା ଠାରେ ୩୦୦ ଶର୍ଯ୍ୟାର ଦୁଇଟି କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ