ETV Bharat / state

ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ - sahid laxman nayak death anniversary

ଦକ୍ଷିଣ ଓଡ଼ିଶାର ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ମହାନ ବିପ୍ଲବୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସକୁ ଆଜି ରାୟଗଡାରେ ପାଳନ କରାଯାଇଛି । ଅଧିକ ପଢନ୍ତୁ...

ରାୟଗଡାରେ ଶହୀଦ ଲକ୍ଷ୍ମଣ ନୟାକଙ୍କ ଶ୍ରାଦ୍ଧ ଦିବସ ପାଳିତ

author img

By

Published : Mar 29, 2021, 9:57 PM IST

ରାୟଗଡା : ଦକ୍ଷିଣ ଓଡ଼ିଶା ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ମହାନ ବିପ୍ଲବୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସକୁ ଆଜି ରାୟଗଡାରେ ପାଳନ କରାଯାଇଛି । ଏହି ଅବସରରେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଥାନୀୟ ଶାସ୍ତ୍ରୀ ନଗର ଜାତୀୟ ରାଜପଥ ପାର୍ଶ୍ଵରେ ଅବସ୍ଥାପିତ ଶହୀଦ ଲକ୍ଷ୍ମଣ ନୟାକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ରାୟଗଡାରେ ଶହୀଦ ଲକ୍ଷ୍ମଣ ନୟାକଙ୍କ ଶ୍ରାଦ୍ଧ ଦିବସ ପାଳିତ

ଅନ୍ୟମାନଙ୍କ ମଧ୍ୟରେ ଅତିରକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ପୂର୍ବତନ ଉପନଗରପାଳ ନିରଞ୍ଜନ ବକ୍ସପତ୍ର, ସ୍ପେସିଆଲ ପିପି ବ୍ରଜସୁନ୍ଦର ନାୟକ ବରିଷ୍ଠ ଗାନ୍ଧିବାଦୀ ଜୟରାମ ଜେନା, ବାଦଲ କୁମାର ତାହା, ଶିକ୍ଷାବିତ୍ତ ଡ଼. ଦୁଷ୍ମନ୍ତ କୁମାର ମହାନ୍ତି, ବରିଷ୍ଠ ନାଗରିକ ତଥା ସାମ୍ବାଦିକ ନୃସିଂହ ନାଥ ପାଢୀ, ଗୋପୀନାଥ ସାହୁ, ସମାଜସେବୀ ବିଦୁଲତା ହୁଇକାଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

କୋଭିଡ ପାଇଁ ସୀମିତ ଅତିଥି ମାନଙ୍କୁ ନେଇ ଏହି ଦିବସକୁ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, କାର୍ଯ୍ୟାଳୟର ବରିଷ୍ଠ ସଂଯୋଜକ ରାମଚନ୍ଦ୍ର ପତ୍ର, ଗ୍ରନ୍ଥାଗରିକ ଦମ୍ବରୁଧର ପଣ୍ଡା, ସଞ୍ଚାଳକ ସମ୍ରାଟ ସାହୁଙ୍କ ସମେତ ପୌର କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.