ETV Bharat / state

ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ଦିବାଲୋକରେ ଘରୁ ବୁଲାଇଲେ କଳାକନା

ଦିନକୁ ଦିନ ବଢିବାରେ ଲାଗିଛି ଚୋରି,ରାହାଜାନି ଭଳି ଘଟଣା । ଏକ ଘରୁ କଳାକନା ବୁଲାଇଲେ ଲୁଟେରା ଗ୍ୟାଙ୍ଗ । ଅଧି୍କ ପଢନ୍ତୁ...

ଲୁଟେରା ଗ୍ୟାଙ୍ଗର ପୋଲିସକୁ ଖୋଲା ଚ୍ୟାଲେଞ୍ଜ : ଦ୍ବି ପହରେ ଘରୁ ବୁଲାଇଲେ କଳାକନା

author img

By

Published : Aug 5, 2021, 7:35 AM IST

ରାୟଗଡ଼ା: ସହରରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରି, ରାହାଜାନି ଭଳି ଘଟଣା । ଲୁଟେରା ଗ୍ୟାଙ୍ଗ ପୋଲିସକୁ ଦେଉଛନ୍ତି ଖୋଲା ଚାଲେଞ୍ଜ । ସହରରେ କ୍ରମାଗତ ଭାବେ ଚୋରି ଘଟଣା ବୃଦ୍ଧି ପାଉଥିବାବେଳେ ବୁଧବାର ପୁଣି ବିଶ୍ୱ ବାସୁ ରାଜଗୁରୁଙ୍କ ଘରେ କିଛି ଦୁର୍ବୃତ୍ତ କଳାକନା ବୁଲାଇ ଦେଇଛନ୍ତି । ସ୍ଥାନୀୟ ହାତୀପଥର ରୋଡ଼ ନିକଟରେ ଥିବା ରାଜଗୁରୁଙ୍କ ଘରୁ ତାଲା ତାଡି ଘରୁ ଏକ ଲକ୍ଷଟଙ୍କା ସମେତ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଲୁଟେରା ଗ୍ୟାଙ୍ଗର ପୋଲିସକୁ ଖୋଲା ଚ୍ୟାଲେଞ୍ଜ : ଦ୍ବି ପହରେ ଘରୁ ବୁଲାଇଲେ କଳାକନା

ସୂଚନା ଅନୁସାରେ, କୌଣସି ଜରୁରୀ କାମରେ ପରିବାର ଲୋକେ ଗତ ରବିବାର ଦିନ ବ୍ରହ୍ମପୁର ସହରକୁ ଯାଇଥିଲେ । ଘରେ କେହି ନଥିବା ସୁଯୋଗ ନେଇ ଘରେ କଳା କନା ବୁଲାଇଛନ୍ତି ଲୁଟେରା ଗ୍ୟାଙ୍ଗ । ଏନେଇ ଟାଉନ ଥାନାରେ ଏତଲା ଦାୟର ପରେ ଥାନା ଅଧିକାରୀ ପହଞ୍ଚି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହଯ୍ୟରେ ତନାଘନା ଚାଲିଛନ୍ତି । ସପ୍ତାହକ ମଧ୍ୟରେ ସହରରେ ଏଭଳି 4ଟି ଘଟଣା ଘଟିଥିଲେ ମଧ୍ୟ ଗ୍ୟାଙ୍ଗକୁ କାବୁ କରି ପାରିନାହିଁ ପୋଲିସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.