ETV Bharat / state

କାଶୀପୁର ହଇଜା ବ୍ୟାପିବା ଘଟଣା, ପୁଣି ସ୍ଥିତି ଅନୁଧ୍ୟାନ କଲେ RMRC ଟିମ୍

author img

By

Published : Jul 29, 2022, 7:53 PM IST

Updated : Jul 29, 2022, 8:56 PM IST

ରାୟଗଡ଼ା କାଶୀପୁର ବ୍ଲକରେ ଥମୁନି ହଇଜା । ପୁଣି ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା RMRC ଟିମ୍ । ଅଧିକ ପଢନ୍ତୁ

କାଶୀପୁର ହଇଜା ବ୍ୟାପିବା ଘଟଣା, ପୁନର୍ବାର ସ୍ଥିତି ଅନୁଧ୍ୟାନ କଲେ RMRC ଟିମ୍

ରାୟଗଡ଼ା: ନିୟନ୍ତ୍ରଣରେ ଆସୁନି ଜିଲ୍ଲାର କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ହଇଜା ରୋଗ । ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି । ଏଭଳି ସ୍ଥିତିରେ ପୁନର୍ବାର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି RMRC ଟିମ । କାଶୀପୁର ବ୍ଲକର ବିଭିନ୍ନ ଗାଁରେ ହଇଜା ଆତଙ୍କ ଖେଳାଇଛି । ଗୋଟିଏ ପରେ ଗୋଟିଏ ଗାଁକୁ ଏହା ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଗାଁ ହଇଜା କବଳରେ ରହିଛି ।

କାଶୀପୁର ହଇଜା ବ୍ୟାପିବା ଘଟଣା, ପୁଣି ସ୍ଥିତି ଅନୁଧ୍ୟାନ କଲେ RMRC ଟିମ୍

୩୨୫ ଜଣ ଆକ୍ରାନ୍ତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଉଥିବାବେଳେ, ବାସ୍ତବତା କିନ୍ତୁ ଭିନ୍ନ ରହିଛି । ଯେତେ ଉଦ୍ୟମ କଲେ ମଧ୍ୟ ରୋଗ ନିୟନ୍ତ୍ରଣ ହେଉନାହିଁ । ତେବେ କେଉଁ କାରଣରୁ ଏହା ନିୟନ୍ତ୍ରଣ ହେଉନାହିଁ ତାହା ଅନୁସନ୍ଧାନ କରିବା ପାଇଁ ପୁନର୍ବାର ଆସିଛନ୍ତି ଆରଏମଆରସି ଟିମ୍ । ଏହି ଟିମ୍ ବିଭିନ୍ନ ଗାଁ ଯାଇ ଜଳ ଓ ମଳ ନମୁନା ସଂଗ୍ରହ କରିଛନ୍ତି ।

ତେବେ ଆଜିର କାଶୀପୁର ଅଞ୍ଚଳ ଗସ୍ତ ପରେ ଗଣମାଧ୍ୟମକୁ ଟିମ୍ ମୁଖ୍ୟ ଡାକ୍ତର ବିଭୂତି ଭୁଷଣ ପାଳ କହିଛନ୍ତି ଯେ, "କୋରୋନା ଭଳି ହଇଜା ରୋଗୀଙ୍କ ସଂସ୍ପର୍ଶରେ ଆସି ଅନେକ ଏବେ ଆକ୍ରାନ୍ତ ହେଉଛନ୍ତି । ଆକ୍ରାନ୍ତ ଡାକ୍ତରଖାନା ନ ଯାଇ କ୍ଵାକ୍‌ ଦ୍ଵାରା ଚିକିତ୍ସା ଦ୍ଵାରା ବଢୁଛି କଲେରା ମହାମାରୀ ।" ଦ୍ବିତୀୟ ଥର ପାଇଁ ଏହି ଟିମ୍ କାଶୀପୁର ବ୍ଲକ ଯାଇ ଝାଡ଼ାବାନ୍ତି ବ୍ୟାପୁଥିବା ଗାଁ ମାନଙ୍କରେ ପୁଣି ମଳ ଓ ଜଳ ନମୁନା ସଂଗ୍ରହ କରିବେ ବୋଲି ଜଣାପଡିଛି । ଏଣେ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରାଯାଉଥିବା ସିଡିଏମଓ କହିଛନ୍ତି ।

କୋରାପୁଟ ଜିଲ୍ଲା ଦଶମନ୍ତପୁରଠାରୁ ବାହାରି କାଶୀପୁର ବ୍ଲକର ବିଭିନ୍ନ ଗାଁ ଦେଇ ପ୍ରବାହିତ ହେଉଥିବା ନଦୀ ନାଳ ସମେତ ଅନ୍ୟ ଜଳ ଉତ୍ସ ଗୁଡ଼ିକ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ତାହାର ବିଶୋଧନ ଜାରି ରହିଛି । ତେବେ ନିଷିଦ୍ଧ ଘୋଷଣାକୁ ଅନେକ ଲୋକ ପାଳନ କରୁନାହାନ୍ତି । ଜଳ ଉତ୍ସରୁ ପାଣି ଗ୍ରହଣ କରିବା ସହ ବ୍ୟବହାର କରୁଥିବା ନଜରକୁ ଆସିଛି । ଫଳରେ ଏହା ବ୍ୟାପୁଥିବା ଚିକିତ୍ସକ ମାନେ କହିଛନ୍ତି ।

ଆଜି ମଧ୍ୟ କାଶୀପୁର, ଟିକିରି, ମାଣ୍ଡିବିସି, ଉଷାପଡା ଓ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି । ଡେଙ୍ଗାଗୁଡା, ପାନବନ୍ଧ, କପାଡାଙ୍ଗ, ଖୁରିଗାଁ, ସୁରୁଗୁଞ୍ଜା, ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ବିଭିନ୍ନ ଗାଁ ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ପୂର୍ବରୁ ଅଭିଯୋଗ ହୋଇଛି । ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବାବେଳେ ଏହା କେବେ ନିୟନ୍ତ୍ରଣ ହେଉଛି ସେହି ସମୟକୁ ଅପେକ୍ଷା ।

ଇଟିଭି ଭାରତ, ରାୟଗଡ଼ା

Last Updated : Jul 29, 2022, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.