ରାୟଗଡ଼ା: ରାୟଗଡ଼ା ସହରର ଗାୟତ୍ରୀ ନଗର ୪ର୍ଥ ଲାଇନରେ ବସ କରୁଥବା ସୌମନ୍ଦ୍ର କୁମାର ସେଠୀଙ୍କ ଘରୁ ଆଜି ୬ ଫୁଟ ଲମ୍ବର ରଣା ସାପ ଉଦ୍ଧାର ହୋଇଛି । ସାପଟି ଘର ଭିତରକୁ ପସିଆସୁଥିବା ସମୟରେ ପଡୋଶୀ ଲୋକ ଦେଖି ପାଟି କରିଥିଲେ । ପରେ ପରିବାର ଲୋକ ସାପକୁ ଦେଖିବା ପରେ ରାୟଗଡା ସ୍ନେକ ହେଲ୍ପଲାପଇନର ସାପ ଧରାଳି ପ୍ରଦୀପ ସେନାପତିଙ୍କୁ ଖବର ଦେଇଥିଲେ।
ପ୍ରଦୀପ ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ବିଷାକ୍ତ ରଣା ସାପ ଉଦ୍ଧାର କରି ବାହାରକୁ ଆଣିଥିଲେ । ତେବେ ବିରଳ ରଣା ସାପ କିପରି ଭାବେ ଘରକୁ ପଶି ଆସିଲା ତାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି । ସାପଟି ଉଦ୍ଧାର ହେବା ପରେ ଦେଖିବା ପାଇଁ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା । ଉଦ୍ଧାର ସାପକୁ ନିକଟସ୍ଥ ଗୁମ୍ମା ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ