ETV Bharat / state

ଶ୍ରମ ବିଭାଗର ବେପରୁଆ ମନୋଭାବ, ଚାଲି ଚାଲି ଘର ବାହୁଡିଲେ ଦାଦନ ଶ୍ରମିକ - ରାୟଗଡା ଲାଟେଷ୍ଟ ନ୍ୟୁଜ୍‌

ଶ୍ରମ ବିଭାଗର ବେପରୁଆ ମନୋଭାବ ଯୋଗୁଁ ପ୍ରବାସୀ ଶ୍ରମିକଙ୍କୁ ରାୟଗଡ଼ା ଜିଲ୍ଲାରେ ମିଳୁନି ସହାୟତା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ । ପ୍ରଶାସନ ପକ୍ଷରୁ କୌଣସି ସହାୟତା ନମିଳିବାରୁ 19 ଜଣ ଦାଦନ ଶ୍ରମିକ ଚାଲି ଚାଲି ନିଜ ରାଜ୍ୟ ଉତ୍ତରପ୍ରଦେଶକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

rayagada labur department, rayagada latest news, migrants neglected in rayagada, ରାୟଗଡା ଶ୍ରମ ବିଭାଗର ବେପରୁଆ ମନୋଭାବ, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ରାୟଗଡାରେ ହଟହଟା ଦାଦନ
ଶ୍ରମ ବିଭାଗର ବେପରୁଆ ମନୋଭାବ, ଚାଲି ଚାଲି ଘର ବାହୁଡିଲେ ଦାଦନ ଶ୍ରମିକ
author img

By

Published : May 7, 2020, 11:27 PM IST

ରାୟଗଡା: ଶ୍ରମ ବିଭାଗର ବେପରୁଆ ମନୋଭାବ ଯୋଗୁଁ ପ୍ରବାସୀ ଶ୍ରମିକଙ୍କୁ ମିଳୁନି ସହାୟତା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ । ପ୍ରଶାସନ ପକ୍ଷରୁ କୌଣସି ସହାୟତା ନମିଳିବାରୁ 19 ଜଣ ଦାଦନ ଶ୍ରମିକ ଚାଲି ଚାଲି ନିଜ ରାଜ୍ୟ ଉତ୍ତରପ୍ରଦେଶକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗତ ଜାନୁଆରୀ ମାସଠାରୁ ରାୟଗଡ଼ା ଜିଲ୍ଲାର ଲାଡ଼ା ଷ୍ଟେସନ ନିକଟରେ ରେଲୱେ କାମ କରିବାକୁ ଆସିଥିଲେ ଏହି ଶ୍ରମିକ । କୋରୋନାକୁ ନେଇ ଲକଡ଼ାଉନ ହେବା ପରେ ଠିକାଦାର ଏମାନଙ୍କୁ କୌଣସି ଆର୍ଥିକ ସହାୟତା ଦେଇନଥିଲା ।

ନିଜ ରାଜ୍ୟ ଉତ୍ତରପ୍ରଦେଶର ମଙ୍ଗଲପୁରକୁ ଫେରିବା ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ଏହି ଶ୍ରମିକ । ତେବେ ଶ୍ରମିକମାନଙ୍କୁ ନା କ୍ବାରେନଣ୍ଟାଇନରେ ରଖାଗଲା, ନା ନିଜ ରାଜ୍ୟକୁ ଫେରିବାକୁ ଗାଡ଼ିର ବ୍ୟବସ୍ଥା କରାଗଲା । ଫଳରେ ବାଧ୍ୟ ହୋଇ ଏହି ଦାଦନମାନେ ଚାଲି ଚାଲି 1000 କିଲୋମିଟର ଅତିକ୍ରମ କରି ନିଜ ରାଜ୍ୟକୁ ଯିବା ପାଇଁ ବାଧ୍ୟ ହୋଇଛନ୍ତି । ଏନେଇ ବିଭାଗୀୟ ଶ୍ରମ ଆୟୁକ୍ତଙ୍କ ପ୍ରତିକ୍ରିୟା ନେବାକୁ ଇଟିଭି ଭାରତ ଚେଷ୍ଟା କରିଥିଲା । ହେଲେ ଉତ୍ତର ଦେବା ତ ଦୂରର କଥା, କ୍ୟାମେରା ଦେଖି ବାଟ ଭାଙ୍ଗି ଚାଲିଯାଇଥିଲେ ।

ଶ୍ରମ ବିଭାଗର ବେପରୁଆ ମନୋଭାବ, ଚାଲି ଚାଲି ଘର ବାହୁଡିଲେ ଦାଦନ ଶ୍ରମିକ

ଏହି ଘଟଣା ଶ୍ରମିକଙ୍କ ପ୍ରତି ଶ୍ରମ ବିଭାଗର ଦରଦକୁ ପଦାରେ ପକାଇଛି । ତେବେ କେଉଁ ପରିସ୍ଥିତିରେ ଉତ୍ତରପ୍ରଦେଶ ଶ୍ରମିକଙ୍କୁ ସାହାଯ୍ୟ କରାଗଲା ନାହିଁ ତା’ର ତଦନ୍ତ କରାଯିବ ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ । ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବା ବେଳେ ଶ୍ରମିକଙ୍କ କ୍ଷେତ୍ରରେ ଗୁରୁତର ସହ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଯେ ଜିଲ୍ଲାକୁ ବିପଦ ଘନେଇ ନଆସିବ ଏକଥାକୁ ଅସ୍ବୀକାର କରି ହେବନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.