ରାୟଗଡା: ରାୟଗଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୋନଜ ପାତ୍ର (senior journalist Manoj Patra ) ଙ୍କ ବିୟୋଗରେ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ଆଜି ସ୍ବର୍ଗତ ମୋନଜ ପାତ୍ରଙ୍କ ଉଦ୍ଦେଶ୍ୟରେ ରାୟଗଡାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ସହ ନିରବ ପ୍ରାର୍ଥନା ଆୟୋଜିତ ହୋଇଥିଲା ।
![ଶ୍ରଦ୍ଧାଞ୍ଜଳି ଦେଲା ରାୟଗଡା ସାମ୍ବାଦିକ ସଂଘ](https://etvbharatimages.akamaized.net/etvbharat/prod-images/od-rgda-2-condulencemeeting-edited-od10037_15122021192150_1512f_1639576310_881.jpeg)
ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ମନୋଜ ପାତ୍ରଙ୍କ ଗତକାଲି(ମଙ୍ଗଳବାର) ବ୍ରହ୍ମପୁରଠାରେ ଅକାଳ ବିୟୋଗ ପରେ ତାଙ୍କ ଅମର ଆତ୍ମର ସତଗତି କାମନା ପୂର୍ବକ ଆଜି ସ୍ଥାନୀୟ ସଂସ୍କୃତି ଭାବନ ଠାରେ ଏହି ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋକସଭାରେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମେତ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଉପସ୍ଥିତ ରହି ସ୍ବର୍ଗତ ପାତ୍ରଙ୍କ ଅମର ଆତ୍ମାର ସତଗତି କାମନା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଜିଲ୍ଲାରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ମାନେ ସ୍ବର୍ଗତ ପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ମନୋଜ ଅତ୍ୟେନ୍ତ ପରୋପକାରୀ ସାମ୍ବାଦିକତା ପରିଭାଷା ବୁଝିପାରୁଥିବା ବ୍ୟକ୍ତିତ୍ବ ଥିଲେ । ବରିଷ୍ଠଙ୍କୁ ସମ୍ମାନ କନିଷ୍ଠଙ୍କୁ ଆଦର ପ୍ରଦାନ କରୁଥିବା ମଣିଷ । ସାମ୍ବାଦିକତାକୁ ନିଶା କରି ନିଜର କଲମ ସାହାଯ୍ୟରେ ଲୋକଙ୍କ ସମସ୍ୟା ସମାଧାନ କରୁଥିବା ଜଣେ ନିଷ୍ଠ।ପର, କର୍ମଠ, ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକଙ୍କ ଅକାଳ ବିୟୋଗ ରାୟଗଡା ଜିଲ୍ଲାରେ ଶୂନ୍ୟତା ସୃଷ୍ଟି କରିଛି ବୋଲି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ସ୍ମୃତିଚରଣ କରି ମତବ୍ୟକ୍ତ କରିଥିଲେ ।
ସ୍ବର୍ଗତ ମନୋଜ ପାତ୍ର ବ୍ରହ୍ମପୁର ଠାରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ । ସେଠାରେ ତାଙ୍କର ହଠାତ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଳୟରୁ ଘରକୁ ଫେରିବା ବେଳେ ଆକସ୍ମିକ ଚେତାଶୂନ୍ୟ ହୋଇ ତଳେ ପଡିଯିବାରୁ ତାଙ୍କୁ ପୁଣି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ମର ଶରୀରକୁ ବିଷମକଟକ ସ୍ଥିତ ତାଙ୍କ ବାସଭବନକୁ ଆଣି ବିଳମ୍ବିତ ରାତିରେ ଶୋକାକୂଳ ପରିବେଶରେ ସ୍ଥାନୀୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା ।
ଆଜି (ବୁଧବାର) ମନୋଜ ପାତ୍ରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ବାଦଲ , ରଞ୍ଜନ କୁମାର ରଥ, ରାଜଶ ପଟ୍ଟନାୟକ, ଅମୂଲ୍ୟ ସାହୁ, ନିରଞ୍ଜନ ପାଳ, ଶିବ ଗୋଉଡ, ରଶ୍ମିରଞ୍ଜନ ଦୋରା, ଅଜୟ ରଥ, କେକେ ଜେନା, ଦୁର୍ଗା ପାଢୀ, ସୁଶାନ୍ତ ପଣ୍ଡା, ବିଜୟ ମହାରଣା, ଗୋପ ରଞ୍ଜନ ବକ୍ସିପାତ୍ର, ଭି ରମନ୍ନା, ମୋହନ ଗରଡିଆ, ସୀମାଞ୍ଚଳ ସାହୁ, ସୁବ୍ରତ ଚୌଧୁରୀଙ୍କ ସମେତ ସ୍ମୃତି ମହାନ୍ତି ଓ ଅନ୍ୟ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଏହି ସଭାରେ ସମସ୍ତ ସାମ୍ବାଦିକ ମାନଙ୍କ ସହ ରାୟଗଡା ଜିଲ୍ଲାପାଳ ସରଜ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା , ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ନୀରବ ପ୍ରାର୍ଥନା କରିଥିଲେ । ଏହା ସହ ସମସ୍ତ ସାମ୍ବାଦିକ ମାନେ ସ୍ବର୍ଗତ ମନୋଜ ପାତ୍ରଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଦୁଃସାହସିକ ସାମ୍ବାଦିକତା ଏବଂ ମିଷ୍ଟ ଭାସିର ସ୍ମୃତି ଚାରଣ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ