ରାୟଗଡା: ମହାମାରୀ କୋରୋନାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି କର୍ଫ୍ଯୁ । ସଂନ୍ଧ୍ଯା 7 ଟାରୁ ସକାଳ 7 ପର୍ଯ୍ଯନ୍ତ ଘରୁ ନବାହାରିବା ପାଇଁ କଡା ନିର୍ଦ୍ଦେଶ ରହିଛି । ତଥାପି କିଛି ଅମାନିଆ ସହରରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଖାତିର ନକରି ବୁଲୁଛନ୍ତି । ଆଉ ଏମାନଙ୍କୁ ସାବାଡ କରିବା ପାଇଁ ଖୋଦ୍ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ରାତି ଅଧରେ ସହରର ଗଳିକନ୍ଦି ବୁଲି ଆରମ୍ଭ କରିଛନ୍ତି ସଚେତନତା ଅଭିଯାନ ।
ସଂନ୍ଧ୍ଯାରେ ବୁଲୁଥିବା ଲୋକ ମାନଙ୍କୁ ତାଗିଦ୍ କରିବା ସହ ସର୍ବଦା ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଦିନକୁ ଦିନ ଲକଡାଉନ ଯେତିକି କୋହୋଳ ହେଉଛି ସେତିକି ଲୋକଙ୍କ ବେପରୁଆ ମନୋଭାବ ବଢିବାର ଲଗାଛି । ଏହାକୁ ଲଗାମ ଦେବାପାଇଁ ରାଜ ରାସ୍ତାକୁ ଓହ୍ଲାଇଛଇନ୍ତି ରାୟଗଡା ଜିଲ୍ଲାପାଳ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ