ETV Bharat / state

କୋରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକାରୀଙ୍କୁ ଦାୟିତ୍ବ ବାଣ୍ଟିଲେ ଜିଲ୍ଲାପାଳ

author img

By

Published : May 15, 2021, 9:45 AM IST

ରାୟଗଡାରେ କୋରୋନା ସ୍ଥିତି ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଲେ ଜିଲ୍ଲାପାଳ । ପ୍ରଶାସନିକ ଅଧିକାରୀଙ୍କୁ କଲେ ଦାୟିତ୍ବ ହସ୍ତାନ୍ତର । ଅଧିକ ପଢନ୍ତୁ...

କୋରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକାରୀଙ୍କୁ ଦାୟିତ୍ବ ବାଣ୍ଟିଲେ ଜିଲ୍ଲାପାଳ
କୋରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକାରୀଙ୍କୁ ଦାୟିତ୍ବ ବାଣ୍ଟିଲେ ଜିଲ୍ଲାପାଳ

ରାୟଗଡା: ଜିଲ୍ଲାରେ ଚିନ୍ତା ବଢ଼ାଇବାରେ ଲାଗିଛି କୋରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମଣ ଉପରମୁହାଁ ହେଉଥିବାରୁ ସ୍ଥିତି ନିୟନ୍ତ୍ରଣ ନେଇ ଚିନ୍ତାରେ ପଡିଛି ଜିଲ୍ଲା ପ୍ରଶାସନ । ଶୁକ୍ରବାର ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଉଚ୍ଚସ୍ତରୀୟ ବୈଠକ ଡାକିବା ସହ ସଂକ୍ରମଣ ହାର କମାଇବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ବଣ୍ଟନ କରିଛନ୍ତି ।

ଆନ୍ଧ୍ର-ତେଲଙ୍ଗାନାରେ ଚିହ୍ନିଟ ହୋଇଥିବା ଷ୍ଟ୍ରେନ୍ ଅଧିକ ମାରାତ୍ମକ ହୋଇଥିବାରୁ ସମସ୍ତେ କୋରୋନା କଟକଣାକୁ ମାନି ଚଳିବା ସହ ଘରୁ ବାହାରକୁ ବାହାରିଲେ 2ଟି ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଜିଲ୍ଲାର ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଦାୟିତ୍ୱ ପ୍ରଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି ଡ଼ିଆରଡିଏ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ୧୨ଟି ଟିମ ଯୁଦ୍ଧକାଳନୀ ଭିତ୍ତିରେ ସଂକ୍ରମଣ ହାର କମାଇବା ଦିଗରେ କାମ କରିବେ ।

ଟିମର କାର୍ଯ୍ୟକାରିତା ସମ୍ପର୍କରେ ଦୈନିକ ସମୀକ୍ଷା କରିବେ ଜିଲ୍ଲାପାଳ । ଅତିରିକ୍ତ ଜିଲ୍ଲାପାଳ ପଣ୍ଡାଙ୍କ ତତ୍ତ୍ବାବଧାନରେ କୋଭିଡ ହସ୍ପିଟାଲରେ ଚିକିତ୍ସା ସୁବିଧା, କୋରୋନା ମୃତକଙ୍କ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର ପରିଚାଳନା, କୋଭିଡ ହସ୍ପିଟାଲରେ ଲାଗି ରହିଥିବା ବିଭନ୍ନ ସମସ୍ୟାର ସମାଧାନ, ଅମ୍ଲଜାନ ସମସ୍ୟାର ତ୍ବରିତ ସମାଧାନ, କୋଭିଡ଼ ନିୟନ୍ତ୍ରଣ କକ୍ଷ ସୁପରିଚାଳନା ଦିଗରେ ଏହି ଟିମ୍ କାମ କରିବ । କୋଭିଡ ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ଥିବା ଅଧିକାରୀମାନେ ରୋଗୀ ଓ ସଙ୍ଗରୋଧରେ ଥିବା ରୋଗୀଙ୍କୁ ଦୈନିକ ଫୋନ ଯୋଗେ କଥାବାର୍ତ୍ତା କରିବେ ଏବଂ ପରିଜନକୁ ମଧ୍ୟ ଅବଗତ କରାଇବେ ।

ସଙ୍ଗରୋଧ ବ୍ୟକ୍ତିଙ୍କ ସ୍ଥିତି ସମ୍ବନ୍ଧରେ ଦୈନିକ ଖବର ରଖିବେ ଏବଂ ଆବଶ୍ୟକ ପଡିଲେ ରୋଗୀଙ୍କୁ ହସପିଟାଲ ସ୍ଥାନାନ୍ତର କରିବା ଦିଗରେ ଟିମ୍ ପଦକ୍ଷେପ ନେବ। ଡାକ୍ତର ଓ ପାରା ମେଡିକାଲ ଟିମ ପରିଚାଳନା, ଆମ୍ବୁଲାନ୍ସ ପରିଚାଳନା, ଦୈନିକ ଡାକ୍ତରଙ୍କ ଉପସ୍ଥିତି, ଅନୁପସ୍ଥିତିରେ ଡାକ୍ତରଖାନା ପରିଚାଳନା ସମ୍ପର୍କରେ ଟିମ୍ କାମ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ପିଡି ଡିଆରଡିଏ ନାଏକଙ୍କ ତତ୍ତ୍ବାବଧାନରେ ରାପିଡ୍ ରେସ୍ପନସ୍ ଟିମ୍ କାର୍ଯ୍ୟ କରିବ । କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କ ସମର୍କରେ ଖବର ସଂଗ୍ରହ କରି ତୁରନ୍ତ ସେମାନଙ୍କୁ ସଙ୍ଗରୋଧ ଓ ଆବଶ୍ୟକସ୍ଥଳେ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଉପରେ ଟିମ୍ ପଦକ୍ଷେପ ନେବ । ଅନ୍ୟପକ୍ଷରେ ହସପିଟାଲରେ ଶଯ୍ୟା, ସ୍ବାବ ଟେଷ୍ଟିଂ, ଟୀକାକରଣ, ଘରକୁ ଘର ସର୍ଭେ କାର୍ଯ୍ୟର ସୁପରିଚାଳନା ଦିଗରେ ଏହି ଟିମ ଯୋଗସୂତ୍ର ରକ୍ଷା କରିବ । ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ବାବଧାନରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଚେକ୍ ପଏଣ୍ଟିଂ ପରିଚାଳିତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.